ମେସିନ୍ କହିବ ଗହନ ମନର ଗୋପନ କଥା ! ପରଦାରେ ଝଲସିବ ଭାବନାର ଛବି

41

ଦିନକୁ ଦିନ ବୈଜ୍ଞାନିକମାନେ ନୂଆ ନୂଆ ଜିନିଷ ସବୁ ଉଦ୍ଭାବନ କରୁଛନ୍ତି । ଆପଣ ଲାଇ-ଡିଟେକ୍ଟର କଥା ଜାଣିଥିବେ । ଯାହା ମିଛ ଧରାଇଦିଏ । କିନ୍ତୁ କେବେ ଏମିତି ଯନ୍ତ୍ର ବିଷୟରେ ଶୁଣିଛନ୍ତି କି ଯାହା ଆପଣଙ୍କ ମନରେ କଣ ଭାବୁଛନ୍ତି , ତାକୁ ଆକଳନ କରି ତାହାର ଛବି ଦେଖାଇବାର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକମାନେ ଏମିତି ଏକ ଆର୍ଟିଫିସଲ ଇଣ୍ଟେଲିଜେନ୍ସ ମେସିନ୍ ତିଆରି କରିଛନ୍ତି । ଯାହା ମଣିଷର ମନର କଥାକୁ ପଢିପାରୁଛି ।

ଡେଲି ମେଲର ରିପୋର୍ଟ ଅନୁସାରେ , ଏହି ମେସିନ୍ ସ୍କାନ କରି ଆପଣଙ୍କ ମନରେ କଣ ଭାବୁଛନ୍ତି ତାହା ସଂକେତ ଆକାରରେ ଜଣାଇଦେବ । ଏହାକୁ ଆପଣଙ୍କ ସାମ୍ନାରେ ରଖିଲେ ପଢିବ ଆପଣଙ୍କ ମନର କଥା । ଏହାକୁ ନେଇ ଏବେ ଖୁବ୍ କୈାତୁହଳ ଜାତ ହୋଇଛି ।