ଏମିତି ଏକ ହୋଟେଲ ଯେଉଁଠି ଖାଦ୍ୟ ଅର୍ଡର ଦିଏ ନିଜେ ମେନ୍ୟୁ କାର୍ଡ !

29

ସାଧାରଣତଃ ଆମେ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଂଟ ଯାଇଥାଏ । ସେଠାରେ ଖାଦ୍ୟର ମେନ୍ୟୁ କାର୍ଡ ଦେଖି ଅର୍ଡର ଦେଇଥାଉ । କିନ୍ତୁ ଆମର ନଜର ନଥାଏ ଏହି ଖାଦ୍ୟ ଆମର ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ ନା ନାହିଁ । ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଚୀନର ବେଜିଙ୍ଗରେ ଏମିତି ଏକ ଭୋଜନାଳୟ ଅଛି ଯେଉଁଠି ଲୋକଙ୍କ ସ୍ୱାସ୍ଥ୍ୟ ଅନୁସାରେ ଖାଦ୍ୟ ଦିଆଯାଏ ।

ବେଜିଂଗର ଏକ ଅଭିନବ ହୋଟେଲରେ ଏକ ଉନ୍ନତ ଧରଣର ଟେକ୍ନୋଲୋଜି ବ୍ୟବହାର ହୋଇଛି । ଏଠାରେ ଟେବୁଲ ଉପରେ ମେନ୍ୟୁ କାର୍ଡ ରଖାଯାଏନି । ଏକ ମେନ୍ୟୁ କାର୍ଡ ମେସିନ ଏଠାରେ ଲାଗିଥାଏ । ଯାହା ଲୋକଙ୍କ ମୁହଁକୁ ଚିହ୍ନି ସେ କଣ ଖାଇଲେ ତାଙ୍କର ସ୍ୱାସ୍ଥ୍ୟ ପକ୍ଷେ ଭଲ ହେବ , ସେ ଅନୁସାରେ ଖାଦ୍ୟ ଅର୍ଡର ଦେଇଥାଏ ।

ଚୀନରେ ଏକ ଆମେରିକା ଚେନ୍ ରେଷ୍ଟୁରାଂଟ ବେଜିଂଗର ଆଉଟଲେଟରେ ସ୍ମାର୍ଟ ମେନ୍ୟୁ କାର୍ଡ ଲଗାଇଛି । ଏହା ଏକ ରୋବଟ ବଳି କାମ କରେ । ଏହା ସାମ୍ନାରେ କଷ୍ଟମର ଛିଡା ହେଲେ ଏହା ବୟସ ଓ ଲିଙ୍ଗକୁ ଚିହ୍ନଟ କରି ଏହି ଆଧାରରେ ଖାଦ୍ୟ ଅର୍ଡର ଦେଇଥାଏ । ମଜାର କଥା ଯଦି କୈାଣସି ଶିଶୁ ଏହି ମେସିନ ସାମ୍ନାରେ ଛିଡା ହୁଏ ତ ସେ ଶିଶୁ ପାଇଁ ହରଲିକ୍ସ ବା ବୋନଭିଟା କିମ୍ବା ତାର ବୟସ ଅନୁସାରେ ଖାଦ୍ୟ ଅର୍ଡର କରିଥାଏ ।