୧୬ ବର୍ଷୀୟ ଝିଅର ମିଛ ଅପହରଣ ନାଟକ ! ପରିବାରକୁ ମାଗିଲେ୧୦ ଲକ୍ଷ ଟଙ୍କା

19

ଆଗ୍ରା : ଆଗ୍ରା କାଣ୍ଟ ରେଳ ଷ୍ଟେସନର ଆରପିଏଫ ଜଣେ ୧୬ ବର୍ଷୀୟ ଯୁବତୀଙ୍କୁ ଟ୍ରାକ କରି ଧରିବା ପରେ ଘଟଣା ଉପରୁ ପରଦା ହଟିଛି । ଯିଏକି ନିଜ ଅପହରଣ ନାଟକ ନିଜେ ରଚି ,ପରିବାର ଲୋକଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଅର୍ଥ ଦାବି କରୁଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏହି ଖବର ଏବେ ଖୁବ୍ ଚର୍ଚ୍ଚାରେ ।

ସୂଚନା ମୁତାବକ , ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲ୍ଲାର ମିତ୍ରା ନଗର ଅଂଚଳରେ ରୁହନ୍ତିି ଏହି ଯୁବତୀ । ପଢନ୍ତି ୧୦ ଶ୍ରେଣୀରେ । ୨୮ ଫେବ୍ରୁୟାରୀ ୨୦୧୭ଠାରୁ ହୋଇଥିଲେ ନିଖୋଜ । ଯୁବତୀଙ୍କ ପିତା-ମାତା ଅପହରଣର ଏତଲା ପୁଲିକୁ ଦେବାପରେ ପୁଲିସ ଯୁବତୀଙ୍କୁ ଖୋଜିବା ଆରମ୍ଭ କରିଥିଲା । ଆଉ ଆଗ୍ରା କାଣ୍ଟ ରେଳୱେ ଷ୍ଟେସନକୁ ଦେଇଥିଲେ ଯୁବତୀଙ୍କ ଫଟୋ । ଷ୍ଟେସନର ସିସିଟିଭିରୁ ରେଳୱେ ପୁଲିସ ଠାବ କରିଥିଲେ ଯୁବତୀଙ୍କୁ । ମୋବାଇଲ ନଂକୁ ଟ୍ରାକ କରି ଧରିଥିଲେ ଯୁବତୀଙ୍କୁ ।

ଆରପିଏଫ ପୁଲିସଙ୍କ ଦ୍ୱାରା ଠାବ କରି ପୁଲିସ ତାଙ୍କ ପିତା-ମାତାଙ୍କୁ ଦେଇଛନ୍ତି ଏହି ଯୁବତୀଙ୍କୁ । ପ୍ରଥମେ ମିଛ ନାଟକ ବାଜି କରି ପୁଲିସକୁ ମିଛ ବୟାନ ଦେଉଥିବା ଏହି ଯୁବତୀ ଶେଷରେ ତାଙ୍କର ମିଛ ଅପହରଣ ନାଟକ ବିଷୟରେ କହିଛି । ସେ ମିଛରେ ଘରୁ ପଳାଇ ୧୦ଲକ୍ଷର ଟଙ୍କା ଫୋନ ଦ୍ୱାରା ମାଗୁଥିଲା ବୋଲି ମାନିନେଇଛନ୍ତି ।
ଏହାସହ ମଧ୍ୟ ପଢନ୍ତୁ – ଅଦ୍ଭୁତ ଆଶ୍ଚର୍ଯ୍ୟ ; କୁକୁର ନାଁରେ ଥାନାରେ ଛେଳିର ଏତଲା !