୮୨ ବର୍ଷର ସାର୍ପ ସୁଟର : ରିଭଲଭର ଦାଦି ନାଁରେ ପରିଚିତ

156

2ବୟସର ଗତି ଅନେକ ବାଟ ଆଗେଇ ଯାଇଛି । କିନ୍ତୁ ମନରେ ଭରି ରହିଛି ସେମିତି ଯୌବନର ଠାଣି ଓ ମାଦକତା । କିଛି ନୂଆ କରିଦେଖେଇବାର ଅଭିପ୍ରାୟ । ଯେଉଁଥି ପାଇଁ ଆଜି ୮୨ ବର୍ଷରେ ବି ଚଳଚଂଚଳ । ବିଶ୍ୱର ସବୁଠୁ ବୟସ୍କ ସାର୍ପ ସୁଟରର ମାନ୍ୟତା ପାଇଛନ୍ତି ଏହି ୮୨ ବର୍ଷର ମହିଳା । ନାଁ ତାଙ୍କର ଚନ୍ଦ୍ରୋ ଟୋମାର । ୟୁପିର ଏହି ମହିଳା ‘ ରିଭଲଭର ଦାଦି ’ ନାମରେ ଖୁବ୍ ପରିଚିତ ।

3ଉତର ପ୍ରଦେଶର ବାଗପତ ଜିଲ୍ଲାର ଜୋହରି ଗାଁରେ ରୁହଁନ୍ତି ଚନ୍ଦ୍ରୋ ଟୋମାର । ୬ ଟି ପିଲାର ମା’ ଓ ୧୫ଟି ପିଲାର ଜେଜେ ମା’ । ଜୋହରି ଗାଁରେ ଆଣିଛନ୍ତି ସେ ସ୍ପୋଟିଂ ରିଭଲ୍ୟୁସନ । ଟୋମାରଙ୍କୁ ଯେତେବେଳେ ୬୫ ବର୍ଷ , ସେତେବେଳେ ସେ ଆରମ୍ଭ କରିଥିଲେ ଟ୍ରେନିଂ । ନିଜ ନାତୁଣୀ ସହ ସେ ଜୋହରି ରାଇଫଲ କ୍ଲବରେ ଯୋଗ ଦେଇଥିଲେ । ସଠିକ୍ ଲକ୍ଷ୍ୟଭେଦ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଟୋମାର । ୨୫ଟି ନ୍ୟାସନାଲ ଚମ୍ପିୟନସିପ୍ ଜିତିଛନ୍ତି ତୋମାର ।

4ଚନ୍ଦ୍ରୋ ଟୋମାରଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଆଜି ୨୫ ଜଣ ମହିଳା ନିଜ ଘର ଏରୁଣ୍ଡି ଡେଇଁ ଯୋଗ ଦେଇଛନ୍ତି ରାଇଫଲ କ୍ଲବରେ । ଟୋମାର ନିଜ ସଫଳତାକୁ ପାର୍ଥେୟ କରି କୁହନ୍ତି “ ଯଦି ଜଣେ ନିଜର ଲକ୍ଷ୍ୟ ଦିଗରେ ଅଗ୍ରସର ହେବ । ନିଶ୍ଚୟ ସଫଳତା ପାଇବ ” ।

ଦେଖନ୍ତୁ ଏହି ଭିଡିଓ –