୮ ମାସରେ ଛୁଆର ଓଜନ ୧୭ କେଜି । ହେଲେ କାହିଁକି? କାହା ପାଖରେ ନାହିଁ ଉତ୍ତର

46

0fgjhs57bbb5lhldo.fadc8eb7ଅମ୍ରିତସର : ଅମ୍ରିତସରରେ ୮ ମାସରେ ଛୁଆର ଓଜନ ୧୭ କେଜି । ଯେତେବେଳେ ଚାହତ କୁମାର ମାତ୍ର ୪ ମାସର ଥିଲେ, ତାଙ୍କର ଓଜନ ହଠାତ ବଢିବାରେ ଲାଗିଲା । ଡାକ୍ତରଙ୍କ କହିବା ଅନୁସାରେ, ଏହି ସମୟରେ ଜଣେ ସାଧାରଣ ଶିଶୁଙ୍କର ଓଜନ ୬ ରୁ ୯ କେଜି ରହିବା କଥା । ଚାହତଙ୍କର ଓଜନ ଖାଲି ଦ୍ୱିଗୁଣ ହୋଇନି ବରଂ ୧୦ ବର୍ଷର ଶିଶୁର ଓଜନ ଯେତିକି ରହିବା କଥା, ସେତିକି ହୋଇଛି ।

ଚାହତଙ୍କ ବାପା ମା’ ଦେଇଥିବା ସୂଚନା ଅନୁସାରେ, ଅନ୍ୟ ଶିଶୁଙ୍କ ତୁଳନାରେ ତାଙ୍କୁ ଅଧିକ ଭୋକ ଲାଗୁଛି । କ୍ଷୀର ଆଉ ଅନ୍ୟ ଖାଦ୍ୟ ଖାଇବାକୁ ସେ ଆଗ୍ରହ ପ୍ରକାଶ କରୁଛନ୍ତି । ପ୍ରତିଦିନ ତାଙ୍କର ବଢୁଥିବା ଓଜନ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଜନ୍ମ ବେଳୁ ଚାହତଙ୍କ ଓଜନ ଠିକ ଥିଲା, ହେଲେ ୪ ମାସ ପରେ ତାଙ୍କ ଓଜନ ହଠାତ ବଢିବା ଆରମ୍ଭ ହେଲା ।

ଡାକ୍ତରଙ୍କ ପାଖକୁ ଯେତେବେଳେ ଚାହତଙ୍କୁ ପରୀକ୍ଷା ପାଇଁ ନିଆଯାଇଥିଲା, ସେତେବେଳେ ମୋଟା ଚମଡା ଯୋଗୁଁ ରକ୍ତ ନମୁନା ସଂଗ୍ରହ କରିବା ସମ୍ଭବପର ହେଲାନି । ତେବେ ବଡ କଥା ହେଉଛି, ଅତ୍ୟଧିକ ଓଜନ ପାଇଁ ନିଶ୍ୱାସ ନେବାରେ ଓ ଶୋଇବାରେ ଅନେକ ଅସୁବିଧା ହେଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –