ମହିଳା କନେଷ୍ଟବଳଙ୍କ ବ୍ୟାଙ୍କ ଆକାଉଂଟକୁ ନେଇ ଚର୍ଚ୍ଚା : ଅଚାନକ ୧୦୦କୋଟି ଟଙ୍କା ଆସିଲା କୁଆଡୁ !

52

3ଆଗ୍ରା : ପୁଲିସ ବିଭାଗର ଜଣେ ମହିଳା କନେଷ୍ଟବଳଙ୍କ ବ୍ୟାଙ୍କ ଆକାଉଂଟରେ ଅଚାନକ ୧୦୦ କୋଟି ଟଙ୍କା ଜମା ହୋଇଛି । ଏଟିଏମରେ ବାଲାନ୍ସ ଚେକ କରିବା ପରେ ଏହି ତଥ୍ୟ ସାମନାକୁ ଆସିଛି ଆଉ ଯାହାକୁ ଦେଖି ମହିଳାଙ୍କ ହୋସ୍ ଉଡି ଯାଇଛି । ଖାଲି ସେତିକି ନୁହେଁ ଏ ବିଷୟରେ ମହିଳା ଜଣକ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରିଛନ୍ତି ।

ସୂଚନା ଅନୁସାରେ ଆଗ୍ରାସ୍ଥିତ ବିଜାପୁର ଅଂଚଳର ୪୦ ବର୍ଷୀୟ ରେଖା ରାଣୀ ରାଜୋରିୟା । ସେ ପେଷାରେ ଜଣେ ସାଧାରଣ ପୁଲିସ କର୍ମଚାରୀ । ତାଙ୍କର ଜୀବନବୀମାର ଅବଧି ଶେଷ ହୋଇଯାଇଥିଲା ଯାହାର ସମ୍ପୂର୍ଣ୍ଣ କାଗଜପତ୍ର ସେ ବ୍ୟାଙ୍କରେ ପୈଠ କରିଥିଲେ । ତା’ର ଅର୍ଥରାଶି ଦୁଇ ଦିନ ମଧ୍ୟରେ ଆସି ଯିବବୋଲି ତାଙ୍କୁ ସୂଚନା ମିଳିଥିଲା । ତେଣୁ ସେ ତାହାକୁ ନିକଟସ୍ଥତ ଏକ ଏଟିଏମରେ ଚେକ୍ କରିବା ପରେ ଏଭଳି ତଥ୍ୟ ସାମନାକୁ ଆସିଥିଲା । ପ୍ରଥମେ ରେଖା ରାଣୀ ଏହାକୁ ଦେଖି ବିଶ୍ୱାସ କରିପାରି ନ ଥିଲେ ଓ ବାରମ୍ବାର ସେ ନିଜ ବ୍ୟାଙ୍କ ଖାତାର ଜମାରାଶିକୁ ଚେକ୍ କରିଥିଲେ ।

କିନ୍ତୁ ପରେ ଏସପି ସୁନୀଲ ସକ୍ସେନାଙ୍କ ନିର୍ଦ୍ଦେଶ ଅନୁସାରେ ରେଖା ରାଣୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ବିଷୟରେ ଫ୍ୟାକ୍ସ ମାଧ୍ୟମରେ ସୂଚିତ କରିଛନ୍ତି ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।