ଯେ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ପାପର ଭାର ତଥା ପାପୀଙ୍କ ଦୋରାତ୍ମ୍ୟ ବଢି ଚାଲିଥିବ ସେମାନଙ୍କୁ ବିନାଶ କରିବା ପାଇଁ ସୟଂ ଭଗବାନ ବିଷ୍ଣୁ ଧରା ପୃଷ୍ଠରେ ଜନ୍ମ ନେଇଥାନ୍ତି । ତେବେ ଶାସ୍ତ୍ର ଅନୁସାରେ, କଳି ଯୁଗର ଅନ୍ତିମ ସମୟରେ ଭାଗବାନ ବିଷ୍ଣୁ ପୁଣି ଏକ ଅବତାର ନେବେ ଯାହା କଳକୀ ଅବତାର ନାମରେ ପ୍ରସିଦ୍ଧ ହେବ । ଶ୍ରୀମଦଭଗବତ ମହାପୁରାଣରେ ଭଗବାନଙ୍କ କଳକୀ ଅବତାର ସଂପର୍କରେ ବର୍ଣ୍ଣନା କରାଯାଇଛି । ତେବେ କେବେ କେଉଁଠି ଏବଂ କାହା ଘରେ ଭଗବାନ ବିଷ୍ଣୁ କଳକୀ ଅବତାର ଜନ୍ମ ଗ୍ରହଣ କରିବେ ଆଜି ଆମେ ସେ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ ।
କେଉଁଠି ଆଉ କାହା ଘରେ ଜନ୍ମ ନେବେ କଳକୀ ?
ଶ୍ରୀମଦଭଗବତ ମହାପୁରାଣର ଏକ ସ୍କନ୍ଦରେ ଉଲ୍ଲେଖ ରହିଛି କି, ସମ୍ଭଲ ନାମକ ଗ୍ରାମରେ ବିଷ୍ଣୁ ନାମକ ଜଣେ ବ୍ରାହ୍ମଣ ଅଛନ୍ତି ଯାହାଙ୍କ ହୃଦୟ ବହୁତ ଉଦାର ଏବଂ ଭଗବତ ଭକ୍ତିରେ ପରିପୂର୍ଣ୍ଣ । ଏବଂ ତାଙ୍କ ଘରେ ହିଁ ଭଗବାନ ବିଷ୍ଣୁ କଳକୀ ଅବତାରରେ ଜନ୍ମ ଗ୍ରହଣ କରିବେ । ତେବେ ଏହି ସ୍ଥାନଟି ଉତ୍ତର ପ୍ରଦେଶର ମୋରଦାବାଦସ୍ଥିତ ସମ୍ଭଲ ଗାଁ । ଆଉ ଏହିଠାରେ ହିଁ ଭଗବାନ କଳକୀ ଜନ୍ମ ଗ୍ରହଣ କରିବେ । ତେବେ କଳକୀ ଦେବରତ ନାମକ ଅଶ୍ୱରେ ବସି ସଂସାରରେ ପାପୀଙ୍କ ସଂଘାର କରିବେ ଏବଂ ପୁଣି ଥରେ ଧର୍ମର ସ୍ଥାପନା କରିବେ ।
କଳକୀ ଅବତାର କେବେ ନେବେ ?
ଶାସ୍ତ୍ର ଅନୁସାରେ, ଶ୍ରାବଣ ମାସର ଶୁକ୍ଳ ପକ୍ଷର ଷଷ୍ଠୀ ତୀଥିରେ କଳକୀଙ୍କ ଜନ୍ମ ହେବ । ତେବେ ଅନେକ ସ୍ଥାନରେ ଏହି ଦିନଟିକୁ କଳକୀ ଜୟନ୍ତୀ ନାମରେ ମଧ୍ୟ ପାଳନ କରାଯାଇଥାଏ । କଳକୀ ଅବତାର କଳି ଯୁଗ ଏବଂ ସତ୍ୟ ଯୁଗର ସନ୍ଧି କାଳରେ ହିଁ ହେବ । ଏହି ଅବତାର ସେ ୬୪ କଳାରେ ଲିପ୍ତ ହେବେ । ବର୍ତ୍ତମାନ ଭଗବାନ କଳକୀଙ୍କ ପ୍ରାଚୀନ କାଳର ମନ୍ଦିର ଉତ୍ତର ପ୍ରଦେଶର ସମ୍ଭଲଠାରେ ହିଁ ରହିଛି । ଶାସ୍ତ୍ରରେ ସମ୍ଭଲ ଜିଲ୍ଲାକୁ ସମ୍ବଲ ନାମରେ ଉପସ୍ଥାପନା କରାଯାଇଛି । ସମ୍ଭଲଠାରେ ଅବସ୍ଥାପିତ ପ୍ରାଚୀନ ବିଷ୍ଣଙ୍କ ମନ୍ଦିରର ଇତିହାସ ବହୁତ ରୋଚକ । ଏଠାରେ କଳକୀଙ୍କ ମୂର୍ତ୍ତିକୁ ପୂଜାରୀଙ୍କ ବ୍ୟତୀତ କେହି ଛୁଇଁ ନଥାନ୍ତି । କାରଣ, ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ପାଇଁ ସମସ୍ତ ଭକ୍ତକୁ ଏଠାରେ ବାରଣ କରାଯାଇଥାଏ ।