ଭୋଳାନାଥ ଏବଂ ଗଂଜେଇ ମଧ୍ୟରେ ରହିଛି କି ପ୍ରକାର ସଂପର୍କ? ଜାଣନ୍ତୁ ଏହାର ପ୍ରକୃତ କାରଣ

105

ଶାସ୍ତ୍ର ଅନୁସାରେ, ଏକଦା ଭଗବାନ ଶିବ ଓ ପତ୍ନୀ ପାର୍ବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା ଏବଂ ଏଥିରେ ରାଗି ଯାଇ ଭଗବାନ ଶିବ ବନକୁ ଚାଲି ଯାଇଥିଲେ । ତେବେ ଏହି ସମୟରେ ସେ ଏକ ବୃକ୍ଷ ତଳେ ରାତି ବିତାଇ ଥିଲେ । ଏବଂ ତାର ପତ୍ରକୁ ମଧ୍ୟ ସେବନ କରିଥଲେ । ବୃକ୍ଷଟିର ପତ୍ର ସେବନ କରିବା ପରେ ଭୋଳାନାଥଙ୍କୁ ଅତ୍ୟନ୍ତ ଆରାମ ଲାଗିବା ସହ ସେ ତୃପ୍ତି ଅନୁଭବ କରିଥିଲେ । ତେବେ ସେହି ବୃକ୍ଷଟି ଭାଙ୍ଗ ତଥା ଗଂଜେଇ ବୃକ୍ଷ ହିଁ ଥିଲା । ଏହାପରେ ବାବା ଭାଙ୍ଗ ତଥା ଗଂଜେଇ କୁ ନିଜର ପ୍ରସାଦରେ ସାମିଲ କରିଥିଲେ ।

ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି, ଯେତେବେଳେ ସମୁଦ୍ର ମନ୍ଥନ ଚାଲିଥାଏ ଠିକ୍ ସେତେବେଳେ ଅମୃତ ସ୍ଥାନରେ ପ୍ରଥମେ ବିଷ ବାହାରି ଥିଲା ଏବଂ ଏହି ଭୟଙ୍କର ବିଷକୁ ଭଗବାନ ଶିବ ହିଁ ପାନ କରିଥିଲେ । ତେବେ ବିଷ ପାନ କରିବା ପରେ ବାବାଙ୍କ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ବିଗିଡି ଯାଇଥିଲା । ତେବେ ବିଷ ଜ୍ୱଳାରୁ ବାବଙ୍କୁ ରକ୍ଷା କରିବା ପାଇଁ ତାଙ୍କୁ ଭାଙ୍ଗ ତଥା ଗଂଜେଇ ସେବନ କରିବାକୁ ଦିଆଯାଇଥିଲା । ସେହିଦିନଠାରୁ ଭାଙ୍ଗ ତଥା ଗଂଜେଇ ସହ ବାବା ଭୋଳାନାଥଙ୍କ ସଂପର୍କ ସବୁଦିନ ପାଇଁ ଯୋଡି ହୋଇ ଯାଇଥିଲା ।