ହନୁମାନ ଧ୍ୱଂସ କରି ନଥିଲେ ରାବଣର ସାମ୍ରାଜ୍ୟ! ଜାଣନ୍ତୁ ଏହା ପଛର ପ୍ରକୃତ ରହସ୍ୟ

138

ରାମାୟଣ ସଂପର୍କରେ ସମସ୍ତଙ୍କୁ ପ୍ରାୟତଃ ଜ୍ଞାତ ଥିବ । ଆଉ ଏକଥା ମଧ୍ୟ ଜଣାଥିବ କି ରାବଣର ସୁନାର ଲଙ୍କାକୁ ହନୁମାନ ଜାଳି ଧ୍ୱଂସ କରିଦେଇଥିଲେ । କିନ୍ତୁ ଏହା ସତ୍ୟ ନୁହେଁ । ସତ୍ୟ ହେଲା ଲଙ୍କାକୁ ହନୁମାନ ନୁହେଁ ବରଂ ଅନ୍ୟ କେହି ଜାଳି ଧ୍ୱଂସ କରିଦେଇଥିଲେ । ତେବେ ଆସନ୍ତୁ ଜାଣିବା ।

ଏକଦା ଭଗବାନ ବିଷ୍ଣୁ ଓ ମାତା ଲ କ୍ଷ୍ମୀ ଶିବ ଏବଂ ପାର୍ବତୀଙ୍କୁ ଭେଟିବାକୁ କୈଳାସ ଯାଇ ପହଂଚି ଥିଲେ । ତେବେ ପର୍ବତ ଉପରେ ଅତ୍ୟଧିକ ଶୀତଳତା କାରଣରୁ ମାତା ଲ ଙ୍କ ଶରୀର ତାକୁ ସହ୍ୟ କରି ପାରି ନଥିଲା । ଏବଂ ସେ ଫେରି ଆସିଯିବାକୁ ନିଷ୍ପତି ନେଇଥିଲେ । ଆଉ ଏହି ସମୟରେ ସେ ମାତା ପାର୍ବତୀଙ୍କୁ କହିଥିଲେ , ଆପଣ ଜଣେ ରାଜକୁମାରୀ ହୋଇଥିଲେ ମଧ୍ୟ କିଭଳି ଏହି ପରିବେଶରେ କରି ରହିବାକୁ ଭଲ ପାଉଛନ୍ତି । ଏହା କହିବା ପରେ ସେ ତାଙ୍କୁ ବୈକୁଣ୍ଠ ଆସିବାକୁ ଆମନ୍ତ୍ରଣ କରିଥିଲେ । ତେବେ ଲ ଙ୍କ ନିମନ୍ତ୍ରଣକୁ ସ୍ୱୀକାର କରି ହର-ପାର୍ବତୀ ବୈକୁଣ୍ଠରେ ଯାଇ ପହଂଚିଥିଲେ । ସେଠାକାର ବୈଭବକୁ ଦେଖି ମାତା ପାର୍ବତୀଙ୍କ ମନରେ ଇର୍ଷାଭାବ ଜାତ ହୋଇଥିଲା ।

ଏହାପରେ ମାତା ପାର୍ବତୀ କୈଳାସ ଫେରି ସେହିଭଳି ଏକ ମହଲ ଗଢିବାକୁ ସ୍ୱାମୀଙ୍କ ନିକଟରେ ଜିଦ୍ଦି କରିଥିଲେ । ମାତା ପାର୍ବତୀଙ୍କ ଏହି ଇଚ୍ଛାକୁ ପୁରଣ କରିବାକୁ ଯାଇ ଭଗବାନ ଶିବ ବିଶ୍ୱର ଏକ ଅଦ୍ୱିତୀୟ ମହଲ ବନାଇଥିଲେ । ଏହି ମହଲଟି ସଂପୂର୍ଣ୍ଣ ସୁନାର ଥିଲା । ମାତ୍ର ଏହି ମହଲ ଉପରେ ଲଙ୍କାସୁର ରାବଣର ଲୋଲୁପ ଦୃଷ୍ଟି ପଡିଥିଲା । ଆଉ ସେ ତାକୁ ହାସଲ କରିବାକୁ ଇଚ୍ଛା କରିଥିଲା । ସେ ଏକ ବ୍ରାହ୍ମଣ ବେଶ ଧାରଣ କରି ଶିବଙ୍କ ନିକଟରେ ଏହି ମହଲଟିକୁ ଭିକ୍ଷା ମାଗିଥିଲା । ଭଗବାନ ଶିବଙ୍କୁ ଏସମସ୍ତ କଥା ଜ୍ଞାତ ଥିଲା ମାତ୍ର ସେ ତାଙ୍କ ଦୁଆରୁ କୌଣସି ଭକ୍ତକୁ ଖାଲି ହାତରେ ଫେରାନି ନାହିଁ । ତେବେ ଭୋଳାନାଥ ରାବଣଙ୍କୁ ଦାନ ମହଲଟିକୁ ଦାନ କରି ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ସୁନାର ମହଲ ରାବଣର ଲଙ୍କା ନାମରେ ଜଣାଗଲା ।

ଅନ୍ୟ ପଟେ ଯେତେବେଳେ ମାତା ପାର୍ବତୀ ଏକଥା ଜାଣିବାକୁ ପାଇଲେ ସେତେବେଳେ ସେ ରାଗି ଯିବା ସହ ଏହାକୁ ନିଜ ଅପମାନ ଭାବିଥିଲେ । ଏବଂ ଏହି ସୁନାର ମହଲଟିକୁ ନିଜ ହାତରେ ଧ୍ୱଂସ କରିବାକୁ ସଂକଳ୍ପ କରିଥିଲେ । ସେପଟେ, ମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶିବ ଯେତେ ପ୍ରୟାସ କରିଥିଲେ ମଧ୍ୟ ସେ ସଫଳ ହୋଇ ନଥିଲେ । ଏହାପରେ ଯେତେବେଳେ ରାମାୟଣର ଚରିତ୍ରମାନ ଚୟନ କରାଯାଇଥିଲା ସେତେବେଳେ ଭଗବାନ ଶିବ କହିଥିଲେ କି, ‘ଯେବେ ତେତୟା ଯୁଗରେ ପ୍ରଭୁ ରାମଙ୍କ ଜନ୍ମ ହେବ ସେତେବେଳେ ମୁଁ ହନୁମାନଙ୍କ ରୂପ ଧାରଣ କରି ସୁନାର ଲଙ୍କାକୁ ନଷ୍ଟ କରିଦେବି’ । କିନ୍ତୁ ମାତା ପାର୍ବତୀ ଚାହିଁଥିଲେ କି ସେ ନିଜେ ଏହି କାମ କରିବାକୁ ଆଉ ଏଥିପାଇଁ ସେ ହନୁମାନଙ୍କ ଲାଙ୍ଗୁଡ ହୋଇ ସଂପୂର୍ଣ୍ଣ ଲଙ୍କାକୁ ଧ୍ୱଂସ ବିଧ୍ୱଂସ କରି ଦେଇଥିଲେ ।