ମହାଭାରତ ଯୁଦ୍ଧ ପରବର୍ତ୍ତୀ କାଳର ରହସ୍ୟ ! ଗୋଟିଏ ରାତି ପାଇଁ ପୁର୍ନଜୀବିତ ହୋଇଉଠିଥିଲେ ଯୁଦ୍ଧରେ ମୃତ୍ୟୁ ଘଟିଥିବା ସମସ୍ତ ଯୋଦ୍ଧା

349

ମହାଭାରତ ଯୁଦ୍ଧରେ ଅନେକ ରଥୀ ମହାରଥୀଙ୍କର ମୃତ୍ୟୁ ଘଟିଥିଲା । ଯାହା ସଂପର୍କରେ ପ୍ରାୟତଃ ସମସ୍ତେ ଜାଣନ୍ତି । ମାତ୍ର ଏହି ମୃତ ଯୋଦ୍ଧାମାନେ ଗୋଟିଏ ରାତି ପାଇଁ ଜୀବିତ ହୋଇ ଉଠିଥିବା କଥା ବୋଧେ ଖୁବ୍ ଲୋକଙ୍କୁ ଜଣାଥିବ । ଆଜ୍ଞା ହଁ ! ଏଭଳି ବିସ୍ମୟକର ଘଟଣାଟି ଘଟିଥିଲା ମହାଭାରତ ଯୁଦ୍ଧ ସମାପ୍ତିର ପାଖାପାଖି ୧୫ ବର୍ଷ ପରେ । କେବଳ ଗୋଟିଏ ରାତି ପାଇଁ ଜୀବ ଦାନ ପାଇଥିଲେ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ସମସ୍ତ ସୁରବୀର ତଥା ପିତାମହ ଭିସ୍ମ, ଦ୍ରୋଣାଚାର୍ଯ୍ୟ, ଅଭିମନ୍ୟୁ,ଦୁର୍ଯ୍ୟଧନ, କର୍ଣ୍ଣ ଏବଂ ଶ୍ରୀଖଣ୍ଡି ।

ଶାସ୍ତ୍ର ଅନୁସାରେ, ଯୁଦ୍ଧରେ ବିଜୟ ଲାଭ କରି ଯୁଧୀଷ୍ଠିର ହସ୍ତିନାପୁରର ରାଜ ଗାଦିରେ ବସିଥିଲେ । ସେ ପ୍ରତିଦିନ ଧୂତରାଷ୍ଟ୍ର ଏବଂ ଗାନ୍ଧାରିଙ୍କ ଆଶୀର୍ବାଦ ନେବାପରେ ହିଁ ସମସ୍ତ କାର୍ଯ୍ୟ କରୁଥିଲେ । ଆଉ ଏହି ନୀତିକୁ ମଧ୍ୟ ତାଙ୍କର ଅନ୍ୟ ଭାଇମାନେ ଅନୁସରଣ କରୁଥିଲେ । ମାତ୍ର ଭୀମଙ୍କ ମନରେ ସବୁବେଳେ ଧୂତରାଷ୍ଟ୍ରଙ୍କ ପ୍ରତି ଦ୍ୱେଷ ଭାବ ଥିଲା । ଦିନେ ଭୀମଙ୍କ କଟୁ ବଚନରେ ଅତ୍ୟନ୍ତ ମର୍ମାହତ ହୋଇ ଧୂତରାଷ୍ଟ୍ର ଏବଂ ଗାନ୍ଧାରି ବନକୁ ଯିବା ପାଇଁ ନିଷ୍ପତି ନେଇଥିଲେ ଏବଂ ସେମାନଙ୍କ ସହ ମାତା କୁନ୍ତି ଏବଂ ବିଦୁର ତଥା ସଂଜୟ ମଧ୍ୟ ଯିବାକୁ ନିଷ୍ପତି ନେଇଥିଲେ । ଏହାପରେ ସେମାନେ ବନବାସ କରିଥିଲେ ।

ବନରେ ରହି ଧୂତରାଷ୍ଟ୍ରଙ୍କ ସମେତ ଗାନ୍ଧାରି ଏବଂ କୁନ୍ତି ତପସ୍ୟାରେ ମଗ୍ନ ରହିଥିଲେ । ଆଉ ସଂଜୟ ସେମାନଙ୍କ ସେବା କରିଥିଲେ । ଅନ୍ୟପଟେ ରାଜା ଯୁଧିଷ୍ଠୀରଙ୍କର ମନରେ ନିଜ ଆତ୍ମୀୟଙ୍କୁ ଦେଖିବା ପାଇଁ ପ୍ରବଳ ଇଚ୍ଛା ପ୍ରକଟ ହୋଇଥିଲା । ସେ ନିଜର ସମସ୍ତ ଭାଇ ଏବଂ ପ୍ରଜାମାନଙ୍କ ସହ ବନକୁ ଯାଇଥିଲେ । ଏହି ସମୟରେ ସେ ଯାଇ ସେହି ସ୍ଥାନରେ ପହଂଚିଥିଲେ ଯେଉଁଠି ଧୂତରାଷ୍ଟ୍ର, ମାତା ଗାନ୍ଧାରି ଓ କୁନ୍ତି ରହୁଥିଲେ । ଆତ୍ମୀୟଙ୍କୁ ଭେଟି ସମସ୍ତେ ଅତ୍ୟନ୍ତ ଖୁସି ହୋଇଯାଇଥିଲେ କିନ୍ତୁ ଯୁଧୀଷ୍ଠିର ସଂଜୟଙ୍କୁ ଦେଖିବାକୁ ପାଇ ନଥିଲେ । ଯୁଧୀଷ୍ଠିର ତାଙ୍କୁ ଖୋଜିବା ପରେ ସଂଜୟଙ୍କୁ ଏକ ଗଛ ମୂଳରେ ପାଇଥିଲେ । ମାତ୍ର ଯୁଧୀଷ୍ଠିରଙ୍କୁ ଦେଖି ବିଦୁରଙ୍କ ପ୍ରାଣବାୟୁ ଛାଡି ଯୁଧୀଷ୍ଠିରଙ୍କ ଶରୀରରେ ମିଶିଯାଇଥିଲା । ଯେତେବେଳେ ଯୁଧୀଷ୍ଠିର ତାଙ୍କ ଶବ ଦାହ କରିବାକୁ ପ୍ରସ୍ତୁତ କରିଥିଲେ ସେତେବେଳେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା କି ବିଦୁର ସନ୍ୟାସ ଧର୍ମର ପାଳନ କରିଥିଲେ ସେଥିପାଇଁ ତାଙ୍କ ଶବ ଦାହ ସଂସ୍କାର କରିବା ଉଚିତ୍ ନୁହେଁ ।

ପରଦିନ ସେମାନଙ୍କ ଆଶ୍ରମରେ ଋଷି ବେଦବ୍ୟାସ ଆସି ପହଂଚି ଥିଲେ । ଏବଂ ସେମାନଙ୍କୁ ବିଦିରଙ୍କ ପବିତ୍ରତା ସଂପର୍କରେ ଜଣାଇଥିଲେ । ଏହାପରେ ସେ କହିଥିଲେ କି, ‘ଆଜି ମୁଁ ତୁମକୁ ମୋର ତପସ୍ୟାର ପ୍ରଭାବ ଦେଖାଇବି । ତୁମମାନଙ୍କର ଯାହା ଇଚ୍ଛା ମତେ ମାଗ ।’ ଏହାପରେ ଧୂତରାଷ୍ଟ୍ର ଏବଂ ଗାନ୍ଧାରି ଯୁଦ୍ଧରେ ମରିଯାଇଥିବା ନିଜ ପୁତ୍ରମାନଙ୍କୁ ଦେଖିବାକୁ ଇଚ୍ଛା କରିବା ସହ ମାତା କୁନ୍ତି କର୍ଣ୍ଣଙ୍କୁ ଏବଂ ଦୌପଦୀ ମଧ୍ୟ ନିଜ ପରିଜନଙ୍କୁ ଦେଖିବାକୁ ନିବେଦନ କରିଥିଲେ । ଯେଉଁଥିପାଇଁ ଋଷି ବେଦବ୍ୟାସ ମୃତ ଯୋଦ୍ଧାଙ୍କୁ ଗୋଟିଏ ଦିନ ପାଇଁ ପୁର୍ନଜୀବିତ କରିଥିଲେ ।