କୌଣସି କାରଣରୁ ଯଦି ବୟାନ ଦେବାକୁ ମନା କରି ଦିଅନ୍ତି ପୀଡିତା । ତଥାପି ଅଭିଯୁକ୍ତଙ୍କୁ ମିଳିବ ଦଣ୍ଡ

78

ଏକ ନାବାଳିକା ସହ ଦୁଷ୍କର୍ମ ମାମଲାର ଶୁଣାଣୀ କରିବାକୁ ଯାଇ ଏଭଳି ରାୟ ଶୁଣାଇଛନ୍ତି ଅଦାଲତ । ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ଦୋଷୀକୁ ୧୦ ବର୍ଷ କାଳ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । କ୍ରସ୍ ଏଗଜାମିନେସନ ସମୟରେ ପୀଡିତା ଦେଇଥିବା ପୂର୍ବ ବୟାନରୁ ଓହରିଯାଇଥିଲେ ଏବଂ ଅଭିଯୁକ୍ତ ବି ଅଦାଲତରେ ଗୁହାରୀ କରିଥିଲା କି ସେ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତୁତ ବୋଲି । କିନ୍ତୁ ଅଭିଯୁକ୍ତର ଗୁହାରୀକୁ ସ୍ୱୀକାର କରିନଥିଲେ ବିଚାରପତି । ତାଙ୍କର କହିବା କଥା ହେଲା କି, ଏଭଳି କରିବା ଦ୍ୱାରା ଅଭିଯୁକ୍ତର ଅପରାଧର ପ୍ରକୃତି କେବେ ବଦଳିବ ନାହିଁ କି ଏହା ଉପରେ କୌଣସି ଫରକ୍ ପଡିବନାହିଁ । ଏହା ଏକ ଅପରାଧ, ତେଣୁ ଏଥିପାଇଁ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବା ଉଚିତ ।

କୋର୍ଟ ଡିଏନଏ ରିପୋର୍ଟକୁ ଆଧାର କରି ଶୁଣାଇଥିଲେ ରାୟ

• ସ୍ପେଶାଲ କୋର୍ଟ ନିଜ ନିଷ୍ପତିରେ କହିଛନ୍ତି କି, ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ଅଭିଯୁକ୍ତ ଜଣକ ହିଁ ଉକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ ଭଳି କୁତ୍ସିତ କର୍ମ କରିଛି । ପୀଡିତା ନିଜର ବୟାନ ବଦଳାଇବା ଦ୍ୱାରା ବି ଅଭିଯୁକ୍ତର ଅପରାଧ କେବେ କମ୍ ହେବନି କି ତାଙ୍କୁ ଦଣ୍ଡିତ କରାଯିବ ନାହିଁ ।

• କୋର୍ଟ ଅଭିଯୁକ୍ତକୁ ତିନୋଟି ଅଲଗା ଅଲଗା ଧାରାରେ ଦଶ ଦଶ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ ହିଁ ତାକୁ ୯ ହଜାର ଟଙ୍କାର ଜରିମାନା ମଧ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣା ଘଟିଥିବା ସମୟରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ ପୀଡିତା

ଘଟଣା ଘଟିଥିବା ସମୟରେ ପୀଡିତା ଜଣକ ଅଷ୍ଟମ ଶ୍ରେଣୀରେ ପାଠପଢୁଥିଲେ । ୫ ଏପ୍ରିଲ ୨୦୧୬ରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରିଥିଲେ ଆଉ ଏହି ସମୟରେ ଜଣାପଡିଥିଲା କି ସେ ଗର୍ଭବତୀ ଥିଲେ । ପୀଡିତା ଏସଂପର୍କରେ ବାପାମାଆଙ୍କୁ ଜଣାଇଥିଲେ କି ଅଭିଯୁକ୍ତ ଜଣକ ଦୀର୍ଘ ୭-୮ ମାସ ହେଲା ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲା ବୋଲି ।

ଏହାପରେ ପୀଡିତାଙ୍କ ବାପା କୋର୍ଟକୁ ସୂଚିତ କରିଥିଲେ କି ଗର୍ଭପାତ କରାଇବା ପାଇଁ ତାଙ୍କୁ ଝିଅକୁ ୧୫ ଦିନ କାଳ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା । ତାଙ୍କର କହିବା କଥା ହେଲା କି, ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ତାଙ୍କ ଝିଅ ସହ ଦୁଷ୍କର୍ମ କରିଥିଲା ।