ମଣିଷ ରୂପି ପିଶାଚ ! ଝିଟିପିଟି ଏବଂ ବିଛା ଖାଇ ଜୀବିତ ଅଛନ୍ତି ଏପର୍ଯ୍ୟନ୍ତ

122

ଆଜି ଆମେ ଆପଣଙ୍କୁ ଜଣେ ଏଭଳି ଯୁବକଙ୍କ କାହାଣୀ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କୁ ପୁରା ଆଶ୍ଚର୍ଯ୍ୟ କରିଦେବ । ତେବେ ଯୁବକ ଜଣଙ୍କ କିଛି ଅଜବ ନିଶାରେ ଅଭ୍ୟସ୍ତ ହୋଇ ପଡିଛନ୍ତି ଯାହାକୁ ପୁରଣ ନ କଲେ ସେ ପାଗଳ ଭଳି ହୋଇଯାଆନ୍ତି । ଖାଲି ସେତିକି ନୁହେଁ ତାଙ୍କ ସଂପୂର୍ଣ୍ଣ ଶରୀର ମଧ୍ୟ ଏହି କାରଣରୁ ବିଷାକ୍ତ ହୋଇପଡିଛି । ତେବେ ଆସନ୍ତୁ ଜାଣିବା ।

ସୂଚନା ମୁତାବକ, ନୟନ ମଥୁରାଲାଲ୍ ନାମକ ଜଣେ ୨୮ ବର୍ଷୀୟ ଯୁବକଙ୍କ ୧୫ ବର୍ଷରୁ ଝିଟିପିଟି ଓ ବିଛା ଖାଇବାର ନିଶା ରହିଛି । ନୟନଙ୍କ କହିବା କଥା ହେଲା, ନିକଟରେ ତାଙ୍କୁ ଦେଖି କଲୋନୀର କିଛି କୁକୁର ଭୂକିବାକୁ ଲାଗିଥିଲେ ଆଉ ଏଥିରେ ସେ ରାଗି ଯାଇ ଏକ କୁକୁରକୁ କାମୁଡି ଦେଇଥିଲେ । ତେବେ ସେ କାମୁଡିବାର ମାତ୍ର କିଛି ମୁହୂର୍ତ୍ତ ପରେ ହିଁ କୁକୁରଟିର ମୃତ୍ୟୁ ହୋଇଯାଇଥିଲା ।

ଏହାସହ ମଧ୍ୟ ପଢନ୍ତୁ-ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟତବାଣୀ ! ଜାଣନ୍ତୁ କେବେ ଏବଂ କିଏ କରିବ ଏହାର ଆରମ୍ଭ

ନୟନଙ୍କ ଦାବି ରହିଛି କି, ସେ କେବେ କୌଣସି ରୋଗରେ ପଡି ନାହାଁନ୍ତି । କିନ୍ତୁ ଯେଉଁଦିନ ସେ ଝିଟିପିଟି ଓ ବିଛା ନ ଖାଆନ୍ତି ସେଦିନ ତାଙ୍କ ଦେହ ଖରାପ ହୋଇଯାଏ । ସେ କୁହନ୍ତି, ସେ ସଂଧ୍ୟା ସମୟରେ ଅଧିକ ମାତ୍ରାରେ ଝିଟିପିଟି ଖାଆନ୍ତି । ତେବେ ପରିବାର ଲୋକଙ୍କ କଥା ଅନୁସାରେ, ତାଙ୍କର ଏହି ଅଭ୍ୟାସ କାରଣରୁ ତାଙ୍କର ଏଯାବତ୍ ବିବାହ ହୋଇ ପାରୁନାହିଁ । କାରଣ ସେ ଝିଟିପିଟି ଓ ବିଛା ନ ଖାଇ ବଂଚି ପାରିବେ ନାହିଁ ।

ଦେଖନ୍ତୁ ଏହି ଭିଡିଓ