ସୁବିଧା ଏବଂ ସୁରକ୍ଷା ଆଳରେ ଏଭଳି କୌଣସି ବି ମଲ କିମ୍ବା ସିନେମା ହଲର ମାଲିକ ମାନେ ଲୋକଙ୍କଠାରୁ ପାର୍କିଂ ଫି ଆଦାୟ କରିପାରିବେ ନାହିଁ । ଏକ ମାମଲାର ଶୁଣାଣି କରି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଗୁଜୁରାଟ ହାଇକୋର୍ଟ । ତେବେ ଅଦାଲତଙ୍କ ନିଷ୍ପତି ଅନୁଯାୟୀ, ଏଣିକି ମଲ କିମ୍ବା କୌଣସି ସିନେମାହଲରେ ଗ୍ରାହକଙ୍କୁ କାର କିମ୍ବା ବାଇକ୍ ପାର୍କିଂ ପାଇଁ ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବନି । ଯଦି କୌଣସି ମଲ କିମ୍ବା ସିନେମା ହଲ ପାର୍କିଂ ଶୁଳ୍କ ନିଅନ୍ତି ତେବେ ଏହା ସଂପୂର୍ଣ୍ଣ ରୂପେ  ବେଆଇନ । ଏପରିକି  ଏଥିପାଇଁ ଉକ୍ତ ମଲ ତଥା ସିନେମା ହଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।

Advertisment

ସୂଚନା ମୁତାବକ, ଅହମଦାବାଦରେ ଟ୍ରାଫିକ୍ ଏବଂ ପାର୍କିଂ ଅଭିଯାନ ଅନ୍ତର୍ଭୁକ୍ତ ଜୁଲାଇ ୨୧ ତାରିଖ ୨୦୧୮ରେ ଅହମଦାବାଦ ପୁଲିସ କମିଶନର ସୂଚନା ଜାରି କରିଥିଲା କି ମଲ- ମଲ୍ଟିପ୍ଲେକ୍ସରେ ଆସୁଥିବା ପାର୍କିଂ  ଶୁଳ୍କ ଆଦାୟ କରିବା ଅବୈଧ ଅଟେ । ନିୟମର ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ତେବେ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟ୍ରାଫିକ୍ ପୁଲିସ ଅଲ୍ଫାୱାନ ନାମକ ଏକ ମଲ ବିରୋଧରେ ନୋଟିସ ବି ଜାରି କରିଥିଲା । ଯାହାର ଶୁଣାଣିରେ କୋର୍ଟ ଏଭଳି ରାୟ ଦେଇଛନ୍ତି ।

ଏକ ଘଂଟା ପର୍ଯ୍ୟନ୍ତ ପାର୍କିଂ ଫ୍ରି

ଟ୍ରାଫିକ୍ ପୁଲିସର ନୋଟିସକୁ ଉକ୍ତ ମଲର ମାଲିକ ହାଇକୋର୍ଟରେ ଚ୍ୟାଲେଂଜ ଦେଇଥିଲେ । ଯେଉଁଥିରେ ହାଇକୋର୍ଟର ସିଙ୍ଗଲ ଜଜ ନିଷ୍ପତି  ଶୁଣାଇଥିଲେ କି ଏକ ଘଂଟା ପର୍ଯ୍ୟନ୍ତ ନିଶୁଳ୍କ ପାର୍କିଂ ପରେ ଶୁଳ୍କ ଆଦାୟ କରିପାରିବେ ମଲ ମାଲିକ । ଏଥିସହିତ ହିଁ ଏକ ଘଂଟା ପରେ ମଲ୍ଟିପ୍ଲେକ୍ସ କର୍ତ୍ତୃପକ୍ଷ ଦୁଇ ଚକିଆ ଯାନର ମାଲିକଙ୍କଠାରୁ ୧୦ ଏବଂ କାର ମାଲିକଙ୍କଠୁ ୩୦ ଟଙ୍କା ଆଦାୟ କରିପାରିବେ ।