୩ବର୍ଷ ଧରି ସଂଚୟ କରିଥିଲେ ୫୭ ହଜାର ଟଙ୍କାର ଖୁଚୁରା । ବାଇକ୍ କିଣିବାକୁ ପହଂଚିଲେ ତ କାନ୍ଦି ପକାଇଲେ ଡିଲର

129

ମଧ୍ୟ ପ୍ରଦେଶର ହସିବ ନାମକ ଜଣେ ବ୍ୟକ୍ତି ବାଇକ୍ କିଣିବା ପାଇଁ ୫୭,୦୦୦ ଟଙ୍କା ଖୁଚୁରା ଧରି ନିକଟସ୍ଥ ଏକ ହିରୋ ସୋରୁମରେ ପହଂଚିଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ପୁରାପୁରା ତାଜୁବ ହୋଇଯାଇଥିଲେ । କାରଣ ହସିବ ଖୁଚୁରା ୫୭,୦୦୦ ଟଙ୍କା ନେଇ ସୋରୁମରେ ପହଂଚିଥିଲେ । ତେବେ ପ୍ରଥମେ ତ ଏତେ ପରିମାଣର ଖୁଚୁରା ଟଙ୍କା ଦେଖି ସୋରୁମବାଲା ତାଙ୍କୁ ମନା କରିଦେଇଥିଲେ ହେଲେ ହସିବଙ୍କର କାହାଣୀ ଶୁଣିବା ପରେ ରାଜି ହୋଇଯାଇଥିଲେ ଏବଂ ତାଙ୍କୁ ତାଙ୍କ ମନ ପସନ୍ଦର ବାଇକଟିକୁ ଦେଇ ଦେଇଥିଲେ ।

ସୂଚନା ମୁତାବକ, ବହୁ ପରିମାଣର ଖୁଚୁରା ଧରି ସୋରୁମରେ ପହଂଚି ଥିବା ହସିବଙ୍କ କହିବା କଥା ହେଲା, ତାଙ୍କ ଘରେ ଦଶ ଜଣ ସଦସ୍ୟ ଅଛନ୍ତି । ଯେଉଁମାନେ କି ଗତ ୩ବର୍ଷ ହେଲା ତାଙ୍କ ବାଇକ୍ କିଣିବା ପାଇଁ ଗୋଟିଏ ଗୋଟି ଗୋଟି କରି ଟଙ୍କା ଜମା କରି ଆସୁଥିଲେ ଆଉ ହସିବଙ୍କର ଏହି ଦୁଃଖ ଭରା କାହାଣୀକୁ ଶୁଣି କାନ୍ଦି ପକାଇଥିଲେ ସୋରୁମ ଡିଲର । ତେବେ ଏତେ ପରିମାଣର ଖୁଚୁରା ଟଙ୍କାକୁ ଗଣିବା ପାଇଁ ସୋରୁମର ସବୁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏବଂ ଏଥିପାଇଁ ସେମାନଙ୍କୁ ପାଖାପିଖି ୩ ଘଂଟା ଲାଗିଥିଲା । ଡିଲର କହିଥିଲେ କି, ହସିବ ୧୦ଟଙ୍କିଆ କଏନ ପାଖାପାଖି ୩୨୨ ଟି, ପାଂଚ ଟଙ୍କିଆ ୧,୪୫୮ , ଦୁଇ ଟଙ୍କିଆ ୧୫,୬୪୫ଟି ଏବଂ ଏକ ଟଙ୍କିଆ ୧୪,୬୦୦ଟି କଏନ ନେଇ ସୋରୁମକୁ ଆସିଥିଲେ ।

ଏନେଇ ହସିବ କହୁନ୍ତି କି, ଏହି ଟଙ୍କା ଜମା କରିବାର ପ୍ରେରଣା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭାଷଣରୁ ଅନୁପ୍ରାଣିତ ହୋଇଥିଲେ । ଯେଉଁଥିରେ ମୋଦି ଟଙ୍କା ସଂଚୟ କରିବାର ପରାମର୍ଶ ଦେଇଥିଲେ । ହସିବଙ୍କ କହିବା ମୁତାବକ, ସେବେଠାରୁ ହିଁ ତାଙ୍କ ପରିବାର ଲୋକେ ତାଙ୍କ ପାଇଁ ଟଙ୍କା ଜମା କରି ଆସୁଥିଲେ ।

ଡିଲରଙ୍କ କହିବା ଅନୁସାରେ, ସବୁ ଖୁଚୁରା ଟଙ୍କାକୁ ବ୍ୟାଙ୍କରେ ଜମା କରିଦିଆଯିବ ଯାହାଦ୍ୱାରା କି ଖୁଚୁରା ଟଙ୍କାର ଅଭାବୀ କିଛି ମାତ୍ରାରେ ଏଡା ଯାଇ ପାରବ । ତେବେ ଏଠାରେ ଆମେ କହି ରଖୁଛୁ କି, ହସିବ ମଧ୍ୟପ୍ରେଦଶର ରାଇସିନ ସହରରେ ଏକ ଦୋକାନ କରି ଚଳନ୍ତିି । ସେ ଗତ ୧୨ ତାରିଖରେ ଖୁଚୁରା ୫୭.୦୦୦ ଟଙ୍କା ଧରି ନିକଟସ୍ଥ ଏକ ହିରୋ ସୋ’ ରୁମରେ ପହଂଚିଥିଲେ ।

ସୌଜନ୍ୟ: ଅମର ଉଜାଲା