ବଜ୍ରପାତର ଆଗୁଆ ସୂଚନା ଦେବ ଆପ୍ ! ତୁରନ୍ତ ମୋବାଇଲରେ ଇନଷ୍ଟଲ କରନ୍ତୁ ଏହି ଆପ୍

33

ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ସବୁଠାରୁ ଅଧିକ ମାରାତ୍ମକ ବଜ୍ରପାତ । ଦିନକୁ ଦିନ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ଏସବୁକୁ ଦୃଷ୍ଟିରେ ରଖି ଏଭଳି ଏକ ଆପ୍ ରହିଛି, ଯାହାଦ୍ୱାରା ଆପଣଙ୍କୁ ବଜ୍ରପାତ ନେଇ ସୂଚନା ବହୁ ପୂର୍ବରୁ ହିଁ ମିଳିଯିବ । ସାରା ଦେଶରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ଏପରିକି ଏହି ଝଡତୋଫାନ ଯୋଗୁଁ ଅନେକ ଲୋକଙ୍କର ଧନଜୀବନ ବି ନଷ୍ଟ ହୋଇଛି । ଯାହାର ବେଶି ପ୍ରଭାବ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ । ଏଠାରେ ପ୍ରତିଦିନ ହଜାର ଥର ବଜ୍ରପାତ ହେଉଛି । ନିକଟରେ ଏକ ମୋବାଇଲ ଆପ ଯୋଗୁଁ ହଜାର ହଜାର ସଂଖ୍ୟକ ଲୋକଙ୍କର ଜୀବନ ବଂଚି ଯାଇଛି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶରେ ଗତ ମଙ୍ଗଳବାର ୨୪ ଘଂଟାରେ ପାଖାପାଖି ୪୧,୦୨୫ ଥର ବଜ୍ରପାତ ହୋଇଥିଲା । ଯାହାଦ୍ୱାରା ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ସଂଖ୍ୟା ଆହୁରୀ ବି ବଢିବାର ଆଶଙ୍କା ରହିଥିଲା ମାତ୍ର ଏହି ଆପ ଜରିଆରେ ଲୋକଙ୍କ ଜୀବନ ବଂଚାଯାଇପାରିଛି । ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ପାଇଁ ଲୋକଙ୍କର ଜୀବନ ବଂଚିଯାଇଛି । ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ତରଫରୁ ଏକ ସ୍ୱତନ୍ତ୍ର ମୋବାଇଲ ଆପ ଡିଜାଇନ କରାଯାଇଛି । ଯାହାର ନାଁ ରଖାଯାଇଛି “ବଜ୍ରପଥ“ । ଏହି ଆପ ଜରିଆରେ ବଜ୍ରପାତ ସଂପର୍କିତ ସତର୍କ ସୂଚନା ୨୦.୧୪ ମୋବାଇଲ ଫୋନ ସବ୍ସକ୍ରାଇବରଙ୍କୁ ପଠାଯାଇ ଲୋକଙ୍କୁ ଆଗୁଆ ସତର୍କ କରିଦିଆଯାଇଥିଲା ।

ଏଠାରେ ଆମେ କହି ରଖୁଛୁ କି, ଏହି ଆପଟି ବର୍ତ୍ତମାନ ବିଏସଏନଏଲ ୟୁଜର୍ସଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଖୁବ ଶୀଘ୍ର ବାକି ସର୍ଭିସ ପ୍ରୋଭାଇଡରଙ୍କୁ ବି ଏଥିରେ ଯୋଡିଦିଆଯିବ । ତେବେ ଏହି ଆପଟିକୁ କୁପ୍ପମ ଇଂଜିନିୟରିଂ କଲେଜ, ଚିତ୍ତୁରର ଛାତ୍ରମାନେ ଇସ୍ରୋ ସହାୟତାରେ ପ୍ରସ୍ତୁତ କରିଛନ୍ତି । ଏହି ଆପ ମାଧ୍ୟମରେ ୟୁଜର୍ସ ୪୫ ମିନିଟ ପୂର୍ବରୁ ବଜ୍ରପାତ ସଂପର୍କିତ ସୂଚନା ପାଇପାରିବେ । ଏହି ସିଷ୍ଟମକୁ ଚଲାଇବା ପାଇଁ ଆମେରିକାର ଆର୍ଥ ନେଟୱର୍କର ମଧ୍ୟ ସହାୟତା ନିଆଯାଇଛି । ଆର୍ଥ ନେଟୱର୍କ ଇଲେକଟ୍ରୋମ୍ୟାଗ୍ନେଟିକ୍ ୱେଭ ଜରିଆରେ ବଜ୍ରପାତ ହେବାର ସଠିକ୍ ଲୋକେସନ ଠାବ କରିଦେଇଥାଏ ।