ପୁରୁଣା ଟିଭି ବଦଳରେ ମାଗଣାରେ ମିଳୁଛି ଏହି ନୂଆ ସ୍ମାର୍ଟଫୋନ। ୮ ମେଗାପିକ୍ସଲ କ୍ୟାମେରା ସହ ପାଆନ୍ତୁ ଅନେକ ଆକର୍ଷଣୀୟ ଫିଚର୍ସ

932

ଭାରତୀୟ ବଜାରରେ ଲାଭା କଂପାନୀ ନିଜର ନୂଆ ବଜେଟ୍ ସ୍ମାର୍ଟଫୋନ Lava Z62 ଲଂଚ କରିଛି । କଂପାନୀ ଏହି ଫୋନର ଦାମ ୬,୦୬୦ ଟଙ୍କା ରଖିଛି । ତେବେ ଫୋନଟିର ଦାମ ଏତେ କମ୍ ହୋଇଥିବା ସତ୍ୱେ ବି ଫୋନରେ ବେଶ୍ ଭଲ ଭଲ ଫିଚର୍ସ ଦିଆଯାଇଛି । ଏହି ଫୋନରେ ୬ ଇଂଚର ଟଚସ୍କ୍ରିନ ଫୁଲ ବ୍ୟୁ ଡିସପ୍ଲେ ରହିଛି । ଡୁଆଲ ସିମ ବିଶିଷ୍ଟ ଏହି ଲାଭା Z62 ଫୋନ ଆଣ୍ଡ୍ରଏଡ 9 Pie ରେ କାମ କରୁଛି । ସେହିପରି ଫୋନଟିରେ କ୍ୱାଡ-କୋର ମିଡିଆଟେକ ହେଲିଓ A22 ଚିପସେଟ ରହିଛି ।

କଂପାନୀ ପକ୍ଷରୁ କୁହାଯାଇଛି କି, ଏହି ଡିଭାଇସରେ ଅଲଗା ଭାବେ ଗୁଗଲ ଆସଣ୍ଟେଟ ‘Key’ ରହିଛି । ଯେଉଁଥିରେ ୟୁଜର୍ସ ଗୋଟିଏ ବଟନରେ ହିଁ କ୍ଲିକ କରି ଭଏସ କମାଣ୍ଡ ଦେଇ ବହୁତ ସାରା ଆପ ଏବଂ ଫିଚର୍ସର ବ୍ୟବହାର କରିପାରିବେ । ସେହିଭଳି କ୍ୟାମେରା କଥା କହିଲେ, ଏହି ଡିଭାଇସରେ ୮ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୫ ମେଗାପିକ୍ସଲର ଫ୍ରଂଟ କ୍ୟାମେରା ରହିଛି । କନେକ୍ଟିଭିଟି ଅପସନରେ ୱାଇଫାଇ, ଜିପିଏସ ଏବଂ ସେନର୍ସରେ ଏକ୍ସେରେଲିମିଟର ଏବଂ ଫିଙ୍ଗରପ୍ରିଂଟ ସେନସର ମଧ୍ୟ ସାମିଲ । ପାୱର ପାଇଁ ଏହି ଫୋନରେ 3,380mAhର ବ୍ୟାଟେରୀ ବ୍ୟବହୃତ ହୋଇଛି ।

ତେବେ କଂପାନୀ ଗ୍ରାହକଙ୍କୁ ପୁରୁଣା ଟିଭିକୁ ବଦଳରେ ଏହି ଫୋନଟିକୁ ପାଇବାର ସୁବର୍ଣ୍ଣସୁଯୋଗ ଭେଟି ଦେଉଛି । ଯାହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା ୧୮ ତାରିଖ ସକାଳ ୧୦ଟାରୁ ଆରମ୍ଭ ହେବ । ଏହି ଫୋନଟିକୁ ଆପଣ କଂପାନୀର ଅଫର ‘ପ୍ରଥମେ ଆସ,ପ୍ରଥମେ ପାଅ’ ଆଧାରରେ ଷ୍ଟକ ରହିବା ପର୍ଯ୍ୟନ୍ତ ଉପଭୋଗ କରିପାରିବେ ।