ଘରେ ନାହିିଁ ଟିଭି ହେଲେ ଧନୀ ! ପଢନ୍ତୁ ୧୪ଟି ସନ୍ତାନର ଜନନୀ କେମିତି ହେଲେ କୋଟିପତି

35

୧୪ଟି ସନ୍ତାନର ଜନନୀ ହେଲେ କୋଟିପତି । ମାତ୍ର ଏହି ୧୪ ଜଣ ସନ୍ତାନ କେବେ ସ୍କୁଲର ମାଟି ମାଡି ନାହାଁନ୍ତି । ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି କାହାଣୀଟି ନିଶ୍ଚୟ କୌଣସି ଗରୀବ ପରିବାରର ହୋଇଥିବ ନଚେତ୍ କାହାର ଲଟ୍ରି ଲାଗିଯାଇଥିବ ଯେଉଁଥିପାଇଁ ଉକ୍ତ ମହିଳା ଜଣକ ଏକାଥରକେ କୋଟିପତି ବନିଯାଇଥିବେ । କିନ୍ତୁ ଆପଣ ଯାହା ଚିନ୍ତା କରୁଛନ୍ତି ବାସ୍ତବରେ ସେମିତି କିଛି ବି ଘଟିନାହିଁ । ପ୍ରକୃତ ମାମଲାଟି ରହିଛି କିଛି ଅଲଗା ପ୍ରକାରର । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଆଜି ଆମେ ଆପଣଙ୍କୁ ଯାହାଙ୍କ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ ସେ କୌଣସି ଗରିବ ପରିବାରର କାହାଣୀ ନୁହେଁ ବରଂ ଜଣେ କୋଟିପତି । ଭିର୍ଜିନିଆରେ ବାସକରୁଥିବା ୧୪ଟି ସନ୍ତାନର ଜନନୀ ହେଉଛନ୍ତି ତମ୍ମି ଉମ୍ବେଲ । ତେବେ ତମ୍ମିଙ୍କର ରହିଛି ପାଖାପାଖି ୧୭ ଲକ୍ଷ ଡଲାରର ନାଚୁରାଲ କସମେଟିକର ବ୍ୟବସାୟ । ଯାହାକୁ ସେ ବିନା କୌଣସି ବ୍ୟାଙ୍କ କିମ୍ବା ସଂସ୍ଥାର ସହାୟତା ନନେଇ ନିଜ କଠିନ ପରିଶ୍ରମ ବଳରେ ଠିଆ କରିଛନ୍ତି ।

ତମ୍ମି ନିଜ ସ୍ୱାମୀ ଏବଂ ୧୪ ସନ୍ତାନଙ୍କ ସହ ଭିର୍ଜିନିଆରେ ରହୁନ୍ତି । ଉମ୍ବେଲଙ୍କ ସ୍ୱାମୀ ଜଣେ ଡାକ୍ତର । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏତେ ରୋଜଗାର ଥାଇ ସୁଦ୍ଧା ତାଙ୍କ ଘରେ ଟିଭିଟିଏ ବି ନାହିଁ । ଖାଲି ସେତିକି ନୁହେଁ, ଟଙ୍କା ଖର୍ଚ୍ଚ ହୋଇଯିବା ଭୟରେ ସେ ତାଙ୍କ ପିଲାଙ୍କର ନାଁ ସ୍କୁଲରେ ବି ଲେଖାଇ ନାହାଁନ୍ତି ଆଉ ନିଜ ଘରେ ହିଁ ପିଲାଙ୍କୁ ପାଠପଢାଉଛନ୍ତି । ସେ ପୁଣି ନିଜେ । ତେବେ ତାଙ୍କର ୪ ଜଣ ପିଲା ଏବେ କଲେଜରେ ମେଡିକାଲ, ଇଂଜିନିୟରିଂ ଏବଂ ସାଇବର ସିକ୍ୟୁରିଟି ପଢୁଥିବାବେଳେ ବାକି ପିଲାମାନଙ୍କୁ ତମ୍ମି ଏବେବି ନିଜେ ଘରେ ରଖି ପଢାଉଛନ୍ତି ।

ଏହାବତୀତ, ତମ୍ମି ନିଜ ବ୍ୟବସାୟଠାରୁ ଆରମ୍ଭ କରି ପିଲାଙ୍କୁ ପାଠପଢାଇବା ଯାଏଁ ଏକା ଏକା ହିଁ ସମ୍ଭାଳନ୍ତି । ବ୍ୟବସାୟ କାରଣରୁ ତାଙ୍କୁ ଅନେକ ସମୟରେ ବିଭିନ୍ନ ସ୍ଥାନର ପ୍ରାକୃତିକ ଜିନିଷକୁ ବୁଝିବା ଏବଂ ପୁଣି ସେଥିରୁ ନିଜ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ବାହାରକୁ ଯାତ୍ରା କରିବାକୁ ପଡିଥାଏ । ତମ୍ମି ତାଙ୍କ ଯାତ୍ରା କାଳରେ ଅନେକ ଥର ନିଜ ପିଲାମାନଙ୍କୁ ବି ସାଥିରେ ନେଇ ଯାତ୍ରା କରିଥାନ୍ତି । ତମ୍ମିଙ୍କ ମତରେ ପ୍ରକୃତିକୁ ଅନୁଭବ କରିବା ହିଁ ଶିକ୍ଷାର ଅନ୍ୟ ଏକ ଅଂଶ ବିଶେଷ ।

ତମ୍ମି କୁହନ୍ତି କି, ‘ମୁଁ ନିଜର ବ୍ୟବସାୟକୁ ପୁରୁଣା ପଦ୍ଧତିରେ ଚଲାଇବାକୁ ଚାହେଁ, ଯେଉଁଥିରେ ପ୍ରଥମେ ଟଙ୍କା ରୋଜଗାର କରି ତାକୁ ପୁଣି ଥରେ ନିବେଶ କରିବା ପାଇଁ ଏକ ଅଲଗା ଅନୁଭୂତି ଆପଣାଇ ଯାଇଥାଏ । ମୁଁ କେବେ ଆଉ କାହାଠାରୁ ବି ଟଙ୍କା ଉଧାର ନେଇ ବ୍ୟବସାୟ କରିବାକୁ ଚିନ୍ତା କରିନି’ ।

ତମ୍ମି ପ୍ରଥମେ କପଡା ବ୍ୟବସାୟ ଆରମ୍ଭ କରିଥିଲେ ମାତ୍ର ସେଥିରୁ କୌଣସି ଲାଭ ନମିଳିବାରୁ ସେ ଏହାକୁ ବନ୍ଦ କରିବା ସହିତ ତୁରନ୍ତ ଅନ୍ୟ ଏକ ପ୍ରଡକ୍ଟ ଆରମ୍ଭ କରିବାକୁ ଚିନ୍ତା କରିବା କରିଦେଇଥିଲେ । ଏହାପରେ ‘ଶିଆ ଟେରା ଅର୍ଗାନିକ’ ନାମକ ଏକ କଂପାନୀ ଆରମ୍ଭ କରିଥିଲେ ତମ୍ମି । ଯାହାକି ଏକ ପ୍ରାକୃତିକ ପ୍ରଡକ୍ଟ ଅଟେ । ଏଥିସହିତ ଏହା ଆଦିବାସୀ ସମୂହ ଏବଂ ବିଭିନ୍ନ ଦେଶର କଂଚାମାଲରୁ ଉତ୍ପାଦନ କରାଯାଇଥାଏ ।

ତମ୍ମି ଉମ୍ବେଲ ଏହି କଂପାନୀଟିକୁ ଦୀର୍ଘ ୧୭ ବର୍ଷ ହେଲା ଏକା ଚଳାଇ ଆସୁଛନ୍ତି । ତମ୍ମି ନିଜ ବ୍ୟବସାୟର ପ୍ରସାର ପାଇଁ ସେହି ଗାଁଗୁଡିକୁ ଗସ୍ତ କରିବା ଆରମ୍ଭ କରିଥିଲେ ଯେଉଁଠାରେ ତ୍ୱଚା ବା ଚର୍ମର ଜନିତ ସମସ୍ୟାର ଚିକିତ୍ସା ନିମନ୍ତେ ଏବେବି ବିଭିନ୍ନ ଦେଶୀ ବା ଘରୋଇ ଉପଚାର ପ୍ରୟୋଗ କରାଯାଇଥାଏ ।

ତମ୍ମି କୁହନ୍ତି କି, ‘ମୁଁ ସେହି ସବୁ ସ୍ଥାନରେ ମୋର ରୋଜଗାର ପାଇଁ ଜରିଆ କରିଛି ଯାହାକି ଜନଜୀବନଠାରୁ ଖୁବ୍ ଦୂରରେ ରହିଛି । ମୁଁ ଜାଣିଥିଲି କି ସେହି ସବୁ ଜାଗାମାନଙ୍କରେ ଏଭଳି ଅନେକ ଜିନିଷ ରହିଛି ଯାହାକି ପ୍ରକୃତିର ଖୁବ୍ ନିକଟବର୍ତ୍ତୀ, କିନ୍ତୁ ଲୋକଲୋଚନଠାରୁ ଖୁବ୍ ଦୂରରେ ରହିଛି’ ।

ତେବେ ତମ୍ମିଙ୍କ କଂପାନୀ ଆମେରିକାର ଭିର୍ଜିନିୟାରେ ଅବସ୍ଥିତ ଏବଂ ଅନଲାଇନ ଜରିଆରେ ନିଜର ଉତ୍ପାଦକୁ ବିକ୍ରୀ କରନ୍ତି ତମ୍ମି । ମାତ୍ର ଗତକିଛି ବର୍ଷ ହେଲା ତମ୍ମିଙ୍କୁ ଏକ ସମସ୍ୟାର ସାମ୍ନା କରିବାକୁ ପଡିଛି । ଯାହାର ମୁଖ୍ୟ କାରଣ ହେଲା ବଜାରରେ ମିଳୁଥିବା ନକଲି ପ୍ରଡକ୍ଟ । ଅର୍ଥାତ୍ ବଜାରରେ ନାଚୁରାଲ ପ୍ରଡକ୍ଟ ନାଁରେ ଅନେକ ନକଲି ପ୍ରଡକ୍ଟମାନ ବିକ୍ରୀ ହେବାରେ ଲାଗିଛି ଯେଉଁ କାରଣରୁ ତମ୍ମିଙ୍କୁ ବ୍ୟବସାୟରେ ଅନେକ କ୍ଷତି ସହିବାକୁ ପଡୁଛି ।

ସୌଜନ୍ୟ – ବିବିସି ନ୍ୟୁଜ୍