ରାଜନୀତିରେ ସାମିଲ ହେବେ ଟଲିଉଡର ସୁପରଷ୍ଟାର ! ‘କମଳ’ରେ କମଲଙ୍କ ନାଁକୁ ନେଇ ଜୋର ଧରିଛି ଚର୍ଚ୍ଚା

43

ରାଜନୀତିରେ ସାମିଲ ହୋଇପାରନ୍ତି ଅଭିନେତା ତଥା ସିନେମା ନିର୍ମାତା କମଲ ହାସନ । ତେବେ ତାମିଲ ସିନେମା ଜଗତର ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ କମଲ ହାସନ ମଧ୍ୟ ରାଜନୀତିରେ ଏଂଟ୍ରି ମାରିବାକୁ ମନ ବଳେଇଛନ୍ତି । ଆଉ ଏଥିପାଇଁ ସେ ନିଜର ଅଭିଯାନ ମଧ୍ୟ ଆରମ୍ଭ କରିସାରିଛନ୍ତି । ନିକଟରେ ତାଙ୍କୁ ଅନେକ ମହାନ ରାଜନୀତିଜ୍ଞ ସହ ଦେଖିବାକୁ ମିଳିଛି । କିଛି ଦିନ ହେଲା ତାମିଲନାଡୁରେ ଚାଲିଥିବା ରାଜନୈତିକ ବିବାଦକୁ ନେଇ କମଲ ଚିନ୍ତା ପ୍ରଘଟ କରିବା ସହ ସମାଲୋଚନା ବି କରିଛନ୍ତି । ତେବେ ଇତି ମଧରେ କମଲ ହାସନଙ୍କ ଏକ ବୟାନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ଶୁକ୍ରବାର କମଲ ହାସନ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବାଜୟାନଙ୍କୁ ଭେଟି ତାଙ୍କ ସହ ରାଜନୀତି ଉପରେ ଆଲୋଚନା କରିଥିଲେ । ତେବେ ଯେତେବେଳେ ଏ ସଂପର୍କରେ କମଲଙ୍କୁ ପଚରା ଯାଇଥିଲା, ସେ ଏହାର ଉତ୍ତରରେ କହିଥିଲେ କି, ମୁଁ କେରଳର ମୁଖ୍ୟମନ୍ତ୍ରୀଙ୍କ ସହ ଏସଂପର୍କରେ ଆଲୋଚନା କରିଛି ଏବଂ ଆଗକୁ ଆହୁରି ମଧ୍ୟ ମୁଁ ବିଭିନ୍ନ ରାଜନୈତିଜ୍ଞଙ୍କୁ ଭେଟୁଥିବି ଆଉ ତାହା ପରେ ହିଁ ଯାଇ କୌଣସି ନିଷ୍ପତ୍ତି ନେବି ।

କୌଣସି ବଡ ପାର୍ଟି ସହ ହାତ ମିଳାଇବେ ନାହିଁ ବୋଲି କମଲ ହାସନ ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି କି, ମୁଁ ଦୀର୍ଘ ୪୦ ବର୍ଷ ହେଲା ସିନେମା ସହ ଜଡିତ, ମୋ କାମରେ ମୋର ରାଜନୈତିକ ଚିନ୍ତାର ଝଲକ ପ୍ରତିଫଳିତ । ଏକଥା ସତ୍ୟ ଯେ ମୋର ଅନୁଶାସନ ତଥା ରାଜନୀତି ଅନ୍ୟମାନଙ୍କଠାରୁ ବହୁତ ଭିନ୍ନ ରହିବ ।

ତେବେ କଲମ ହାସନଙ୍କ ଏଭଳି ବୟାନବାଜିରୁ ପ୍ରମାଣିତ ହୋଇଯାଉଛି କି, ସେ ତାମିଲନାଡୁ ଶାସକଦଳ ସହିତ ସାମିଲ ହେଉନାହାଁନ୍ତି । କାରଣ କିଛିଦିନ ତଳେ ହିଁ ତାମିଲନାଡୁର ମନ୍ତ୍ରୀ କମଲଙ୍କୁ ଜଣେ ମାନସିକ ରୋଗୀ ବୋଲି କହିଥିଲେ । ସେମିତିରେ ବି ତାମିଲନାଡୁର ସତ୍ତାଧାରୀ ପାର୍ଟି ଏଆଇଏଡିଏମକେ ଏନଡିଏର ଏବେ ଏକ ଅଂଶ ପାଲଟିସାରିଛି ଏବଂ କେନ୍ଦ୍ରରେ ସେ ନରେନ୍ଦ୍ର ମୋଦି ସରକାରଙ୍କ ସହ ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।

ନିକଟରେ ତାମିଲନାଡୁର ରାଜସ୍ୱ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ କି, ‘ମୋତେ ଲାଗୁଛି ଜାତୀୟ ପୁରସ୍କାର ବଜେତା ତଥା ଅଭିନେତା କମଲ ହାସନଙ୍କ ମାନସିକ ସ୍ଥିତି କିଛି ଠିକ୍ ନାହିଁ । ସତେ ଯେପରି ଲାଗୁଛି ସେ ଜନତାଙ୍କୁ କିଛି କହିବାକୁ ଚାହୁଁଛନ୍ତି ମାତ୍ର କିଭଳି କହିବେ ତାହା ତାଙ୍କୁ ଜଣା ନାହିଁ । ଏଥିପାଇଁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହେଲି କି, କମଲଙ୍କର ମାନସିକ ସ୍ଥିତି ପୁରା ବିଗିଡି ଯାଇଛି ‘ ।
ଏଠାରେ ଆମ କହିରଖୁଛୁ କି, ଦୀର୍ଘ ଦିନ ହେଲା ବିଭିନ୍ନ ସୋସିଆଲ ମିଡିଆ ଜରିଆରେ କମଲ ହାସନ ଲଗାତର ଭାବେ ଭ୍ରଷ୍ଟାଚାର ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିବାକୁ ଚେଷ୍ଟା ଚଳାଇଛନ୍ତି । ଏଥିସହିତ ଦେଶରେ ବୃଦ୍ଧି ପାଉଥିବା ଭ୍ରଷ୍ଟାଚାର ପାଇଁ ସେ ସରକାରଙ୍କୁ ହିଁ ଦାୟୀ କରିଛନ୍ତି ।

ସୌଜନ୍ୟ: ଅମର ଉଜାଲା