ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର ! ମାତ୍ର ୧୦ ଶ୍ରେଣୀ ପାସ୍ କରି ପାଆନ୍ତୁ ସରକାରୀ ଚାକିରି

314

ବେକାର ଯୁବକ ଯୁବତୀମାନଙ୍କ ପାଇଁ ଖୁସି ଖବର । କାରଣ, ଇଣ୍ଡିଆନ୍ ପୋଷ୍ଟ ପକ୍ଷରୁ ନିକଟରେ ସରକାରୀ ବିଭାଗରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଜାରି କରାଯାଇଛି । ଯେଉଁଥିରେ ଦେଶର ବେରୋଜଗାର ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ । ତେବେ ଜାଣନ୍ତୁ ଏସଂପର୍କରେ ଅଧିକ ସୂଚନା ।

ପଦବୀ : ଗ୍ରାମୀଣ ଡାକ ସେବା

ପଦବୀ ସଂଖ୍ୟା : ୪୬୭

ଶିକ୍ଷାଗତ ଯୋଗ୍ୟତା :

ତେବେ ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ବି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୧୦ ଶ୍ରେଣୀ ପାସ୍ କରିଥିବା ଦରକାର । ମାତ୍ର ଆଶାୟୀ ଜଣକ ପ୍ରଥମ ଥରରେ ହିଁ ୧୦ ଶ୍ରେଣୀ ପାସ୍ କରିଥିବା ଜରୁରୀ ଅଟେ । ଏବଂ ଏଥିପାଇଁ ବୟସ ସୀମା ରହିଛି ୧୮ରୁ୪୦ ବର୍ଷ ବୟସ । ତେବେ, ଏହାର ଆବେଦନ ପ୍ରକ୍ରିୟାର ଶେଷ ଅବଧି ୬ ମଇ,୨୦୧୭ ପର୍ଯ୍ୟନ୍ତ ରହିଛି ।

ଆବେଦନ ଶୁଳ୍କ :

ସାଧାରଣ ଏବଂ ଓବିସି ବର୍ଗର ଆଶାୟୀଙ୍କ ପାଇଁ ମାତ୍ର ୧୦୦ ଟଙ୍କା ରଖାଯାଇଥିବା ବେଳେ ସମସ୍ତ ଆରକ୍ଷୀତ ତଥା ପଛୁଆ ବର୍ଗର ଆଶାୟୀଙ୍କ ପାଇଁ ଏହା ସଂପୂର୍ଣ୍ଣ ମାଗଣା ଅଟେ ।

କିପରି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀମାନେ ଦର୍ଶାଯାଇଥିବା ୱେବସାଇଟ ତଥା ‘ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆପପୋଷ୍ଟ ଡଟ୍ ଇନ୍’କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ । ଏଥିସହ ଏହାର ଆଗାମୀ ଚୟନ ପ୍ରକ୍ରିୟା ପାଇଁ ଆବେଦନ କରିଥିବା ପତ୍ରର ଏକ ନକଲ ବାହାର କରି ନିଜ ପାଖରେ ରଖିବା ନିତ୍ୟାନ୍ତ ଜରୁରୀ ଅଟେ ।

                                                                             ସୌଜନ୍ୟ : ଅମର ଉଜାଲା