ଆଉ ଚାଲିବନି ଜିଓ ଜଲୱା! ଟ୍ରାଇ ଦେଲା ବଡ ଧକ୍କା

48

ସରିଗଲା ଜିଓ ଜମାନା । ଆପଣ ଆଉ ହୋଇପାରିବେନି ଜିଓ ପରିବାର ସଦସ୍ୟ । ଟ୍ରାଇ ପକ୍ଷରୁ ଆଜି ଲାଗିଛି ଜବରଦସ୍ତ ଝଟକା । ୧୫ ଦିନ ପାଇଁ ଜିଓ ପ୍ରାଇମ ମେମ୍ବର ପାଇଁ ଯେଉଁ ଅବଧି ବଢିଥିଲା, ସେଥିରେ ରୋକ ଲାଗିଛି । ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ଏହି ମର୍ମରେ ନିର୍ଦ୍ଦେଶ ଦେଇଛି । ପୂର୍ବରୁ ଏହି ଡେଡଲାଇନ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବାର ଥିଲା । ଖାଲି ଏତିକି ନୁହେଁ, ଜିଓର ସମର ପ୍ଲାନ୍ ମଧ୍ୟ ବନ୍ଦ ହୋଇଛି । ଅର୍ଥାତ୍ ୩ ମାସ ପାଇଁ ପୁଣି ଜିଓ ଯେଉଁ ଅଫର ଦେଇଥିଲା ସେଥିରେ ବ୍ରେକ ଲାଗିଛି ।

ମାର୍ଚ୍ଚ ୩୧ ତାରିଖ ପରେ ଜିଓ ମାଗଣା ସେବା ବନ୍ଦ କରିବା ସହ ସର୍ବନିମ୍ନ ୩୦୩ ଟଙ୍କା ରିଚାର୍ଜ କରିବା ପାଇଁ ପ୍ଲାନ କରିଥିଲା । ପରବର୍ତ୍ତୀ ସମୟରେ ଏହାକୁ ୧୫ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । କିନ୍ତୁ ଟ୍ରାଇଙ୍କ ନିର୍ଦ୍ଦେଶ ପରେ ଏହି ଏକ୍ସଟେନସନ ଅଫର ବନ୍ଦ ହୋଇଯାଇଛି । ଏହା ସହ ଏପ୍ରିଲ ୧୫ସୁଦ୍ଧା ରିଚାର୍ଜ କଲେ ୩ମାସ ପର୍ଯ୍ୟନ୍ତ ଫ୍ରି ସର୍ଭିସର ସମର ସରପ୍ରାଇଜ ପ୍ଲାନକୁ ବି ରଦ୍ଦ କରିଛି ଟ୍ରାଇ । ଏହି ନିର୍ଦ୍ଦେଶ ବଳରେ ଟଲେିକମ କଂପାନୀକୁ ଜବରଦସ୍ତ ଝଟକା ଲାଗିଛି ।

କଂପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସେମାନେ ଟ୍ରାଇର ନିର୍ଦ୍ଦେଶଜୁ ଅନୁପାଳନ କରିବେ । ଗତ ଗୋଟିଏ ମାସ ମଧ୍ୟରେ ଜିଓ ପ୍ରାଇମକୁ ୭ କୋଟି ୨୦ ଲକ୍ଷ ଲୋକ ଆପଣାଇଥିବା କୁହାଯାଇଥିଲା ।

ଦେଖନ୍ତୁ ଏହି ଭିଡିଓ-