ସାବଧାନ ! ଏଣିକି ଦିନକୁ ୨ ଲକ୍ଷରୁ ଅଧିକ ଟଙ୍କା ଉଠାଇଲେ ଆୟକର ବିଭାଗକୁ ଦେବାକୁ ପଡିବ ୧୦୦% ଜରିମାନା

42

ଗତକାଲି ଆୟକର ବିଭାଗ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ ପାଇଛି । ଯେଉଁଥିରେ ଲୋକଙ୍କୁ ଦୁଇ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ ଟଙ୍କା ଲେନଦେନ୍ କାରବାର ବିରୋଧରେ ଚେତାବନୀ ଦିଆଯାଇଛି । ଅର୍ଥାତ୍ ଏତେ ପରିମାଣର ଅର୍ଥ ରାଶି ନେଉଥିବା ବ୍ୟକ୍ତିଙ୍କୁ ଉକ୍ତ ଅର୍ଥ ରାଶିର ସମାନ ମୂଲ୍ୟ ହିସାବରେ ତଣ୍ଡ ଗଣିବାକୁ ପଡିବ । ତେବେ ଏଥିସହିତ ଆୟକର ବିଭାଗ ନିଜର ଅଫିସିଆଲ୍ ଇମେଲ୍ ଆଡ୍ରେସ ମାଧ୍ୟମରେ ଏଭଳି କାରବାର କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ତାଙ୍କୁ ସୂଚନା ଦେବା ପାଇଁ ଜନତାଙ୍କୁ ନିବେଦନ କରିଛି ।

ସୂଚନା ମୁତାବକ, ବଜେଟ୍ ଅଧିବେଶନ ୨୦୧୭ ଅନ୍ତର୍ଗତ, ସରକାର ୧ ଏପ୍ରିଲ, ୨୦୧୭ଠାରୁ ଦୁଇ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ ଟଙ୍କା ଲେନଦେନ୍ କାରବାର ଉପରେ ପ୍ରତିବନ୍ଧକ ଲଗାଇ ଥିଲେ । ଆୟକର ଅଧିନିୟମ ତଥା ସମ୍ମିଳୀତ ଧାରା ୨୬୯ଏସଟିରେ ଗୋଟିଏ ଦିନରେ ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା କାରବାର ଉପରେ ପ୍ରତିବନ୍ଧକ ଜାରି କରାଯାଇଛି ।

ଖାଲି ସେତିକି ନୁହେଁ ଆୟକର ବିଭାଗ ବିଜ୍ଞାପନ ଜାରି କରି ସୂଚିତ କରିଛି କି, ଧାରା ୨୬୯ଏସଟିର ଉଲ୍ଲଘଂନ କରିବାଦ୍ୱାରା ସଂପୂର୍ଣ୍ଣ ଅର୍ଥ ରାଶିର ୧୦୦ ପ୍ରତିଶତ ଜରିମାନା ଲାଗୁ କରାଯିବ । ତେବେ ଏହି ପ୍ରତିବନ୍ଧକ ସରକାର, ବ୍ୟାଙ୍କିଂ କଂପାନୀ, ଡାକଘରେ ପ୍ରଚଳିତ ବ୍ୟାଙ୍କ ବା ସରକାରୀ ବ୍ୟାଙ୍କଦ୍ୱାରା ଜାରି ହୋଇଥିବା ରସିଦ୍ ଉପରେ ଲାଗୁ ହେବ ନାହିଁ ।