୧୯ଟି ସରକାରୀ ବ୍ୟାଙ୍କରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ ପୂରା ପ୍ରକ୍ରିୟା

41

ନ୍ୟାସନାଲାଇଜଡ ବ୍ୟାଙ୍କମାନଙ୍କରେ ୭୨୭୫ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉତ୍ତରପ୍ରଦେଶରେ ସର୍ବାଧିକ ୯୪୪ଟି ପଦବୀେରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ତାମିଲନାଡୁରେ ୭୯୨ଟି ଏବଂ ମହାରଷ୍ଟ୍ରରେ ୭୭୨ଟି, ବିହାରରେ ୧୭୮ଟି ଏବଂ ଝାଡଖଣ୍ଡରେ ୧୧୦ ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ ତଥା ଆଇବିପିଏସ ତରଫରୁ କ୍ଲର୍କ ପାଇଁ ୭୨୭୫ଟି ପଦବୀରେ ନିଯୁକ୍ତି ଲାଗି ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀପ୍ରାର୍ଥୀ ଏହି ପଦବୀ ପାଇଁ ୧୮ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ୨୦୧୮ ସୁଧା ଅନଲାଇନ ଆବେଦନ କରିପାରିବେ ।

ପଦବୀ ସଂପର୍କିତ ତଥ୍ୟ:

କ୍ଲର୍କ: ୭୨୭୫

ଦରମା: ମାସିକ ଦରମା ୭,୨୦୦ରୁ ୧୯,୩୦୦ ଟଙ୍କା

ଯୋଗ୍ୟତା: କୌଣସି ବି ମାନାତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ସଂସ୍ଥାରୁ କୌଣସି ବି ବ୍ୟାଚଲର ଡିଗ୍ରୀ ପ୍ରାପ୍ତ କରିଥିବାର ଆବଶ୍ୟକ । ଆବେଦନ କରିବାର ଶେଷ ତାରିଖ ସୁଧା ଏହି ଯୋଗ୍ୟତା ହାସଲ କରିବା ନିହାତି ଜରୁରୀ ।

ବୟସସୀମା: ସର୍ବନିମ୍ନ ୨୦ ବର୍ଷରୁ ସର୍ବାଧିକ ୨୮ ବର୍ଷ

ଚୟନ ପ୍ରକ୍ରିୟା: ଯୋଗ୍ୟ ଆଶାୟୀପ୍ରାର୍ଥୀଙ୍କର ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀ କ୍ଷା ଆଧାରରେ କରାଯିବ । ମେରିଟି ଲିଷ୍ଟ କୁ ପ୍ରସ୍ତୁତ କରିବା ମାତ୍ର ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରରେ ଲାଭ କରିଥିବା ମାର୍କକୁ ମିଶାଯିବ । ତେବେ ପ୍ରାରମ୍ଭିକ ପରୀକ୍ଷାର ଉଦ୍ଦେଶ୍ୟ ହେଲା ମୁଖ୍ୟ ପରୀକ୍ଷା ପାଇଁ ଆଶାୟୀପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରିବା ।

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ରଖାଯାଇଛି ୬୦୦ଟଙ୍କା । ଏସସି, ଏସଟି ଏବଂ ଦିବ୍ୟାଙ୍ଦଙ୍କ ପାଇଁ ୧୦୦ ଟଙ୍କା । ତେବେ ଶୁଳ୍କର ପେମେଂଟ ନେଟ ବ୍ୟାଙ୍କିଂ କିମ୍ବା ଡେବିଟ୍/କ୍ରେଡିଟ୍ କାର୍ଡରୁ କରିବାକୁ ପଡିବ ।

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ଏବଂ ଯୋଗ୍ୟପ୍ରାର୍ଥୀ ଆଇବିପିଏସର େଓବସାଇଟ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଆଇବିପିଏସ ଡଟ୍ ଇନ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଅନଲାଇନ ରେଜିଷ୍ଟ୍ରସନ ଆରମ୍ଭ: ୨୮ ସେପ୍ଟେମ୍ବର ୨୦୧୮

ଅନଲାଇନ ଆବେଦନ ଏବଂ ଶୁଳ୍କ ପେମେଂଟ କରିବାର ଶେଷ ତାରିଖ: ୧୦ ଅକ୍ଟୋବର ୨୦୧୮

ପ୍ରାରମ୍ଭୀକ ପରୀକ୍ଷା: ୦୮,୦୯,୧୫ ଏବଂ ୧୬ ଡିସେମ୍ବର ୨୦୧୮

ମୁଖ୍ୟ ପରୀକ୍ଷା: ୨୦ ଜାନୁଆରୀ ୨୦୧୮