ବଜାରକୁ ଆସିଲା ଏଭଳି ଗ୍ୟାସ ସିଲିଣ୍ଡର ! ଯେଉଁଥିରେ ଲାଗିବନି ନିଆଁ କି ହେବନାହିଁ ବିସ୍ଫୋରଣ, ଗ୍ୟାସ ସରିବା ପୂର୍ବରୁ ଦେବ ସୂଚନା

764

ଘରେ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଲୋକଙ୍କୁ ସେମାନେ ବ୍ୟବହାର କରୁଥିବା ଓଜନିଆ ସିଲିଣ୍ଡରରୁ ଆଶ୍ୱସ୍ତି ମିଳିପାରେ । ଲୋକଙ୍କୁ ଲାଲ ରଙ୍ଗର ଓଜନିଆ ସିଲିଣ୍ଡର ପରିବର୍ତ୍ତେ ଏଣିକି ରଙ୍ଗ ବେରଙ୍ଗର ହାଲୁକା ସିଲିଣ୍ଡର ପ୍ରସ୍ତୁତ କରାଯିବ । ବର୍ତ୍ତମାନ ଦେଶରେ ଯେଉଁ ସିଲିଣ୍ଡର ବ୍ୟବହାର କରାଯାଇଥାଏ, ତାର ବଡି ସାଧାରଣତଃ ଷ୍ଟିଲର ହୋଇଥାଏ ।

ଷ୍ଟିଲ୍ ବଡି ହେବା କାରଣରୁ ଏହାର ଓଜନ ବହୁତ ଅଧିକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାରୀ ତୈଳ ମାର୍କେଟିଂ କଂପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଖୁବ୍ ଶୀଘ୍ର ଏଭଳି ସିଲିଣ୍ଡର ତିଆରି କରିବାକୁ ଯାଉଛି , ଯାହାର ଓଜନ ବହୁତ କମ ହେବ । ଏହି ସିଲିଣ୍ଡର ସମସ୍ତ ଷ୍ଟୋର ଗୁଡିକରେ ସହଜରେ ମିଳିଯିବ । ଏହି ଆଧୂନିକ ସିଲିଣ୍ଡରକୁ ନେବା ପାଇଁ ଉପଭୋକ୍ତାଙ୍କୁ ମାତ୍ର ୧ ହଜାର ଟଙ୍କା ପେମେଂଟ କରିବାକୁ ହେବ ଏବଂ ନିଜର ପୁରୁଣା , ଷ୍ଟିଲ ସିଲିଣ୍ଡରକୁ ଫେରାଇବାକୁ ପଡିବ ।

ଏଠାରେ ଆମେ କହି ରଖୁଛୁ କି, ନୂଆ ସିଲିଣ୍ଡର ପୁରୁଣା ସିଲିଣ୍ଡର ତୁଳନାରେ ସାମାନ୍ୟ ମହଙ୍ଗା ହେବ । ନୂଆ ସିଲିଣ୍ଡର ୨ କିଲୋ, ୫ କିଲୋ ଏବଂ ୧୦ କିଲୋରେ ଉପଲବ୍ଧ ହେବ । ବର୍ତ୍ତମାନ ଉପଲବ୍ଧ ସିଲିଣ୍ଡର ୧୪.୨ କିଲୋ ଗ୍ୟାସ ରହିଛି । ଏହି ନୂଆ ସିଲିଣ୍ଡରର ବିଶେଷତ୍ୱ ହେଲା କି, ଏଥିରେ ବିସ୍ଫୋରଣ ତଥା ନିଆଁ ଲାଗିବା ଦ୍ୱାରା ବିସ୍ଫୋରଣ ହେବ ନାହିଁ । ଏହି ସିଲିଣ୍ଡରକୁ ଖାସ୍ ଫାଇବର ଗ୍ଲାସ୍ ଟେକନିକରେ ପ୍ରସ୍ତୁତ କରାଯାଇଛି ।

ଏଚପିସିଏଲ ଏହି ସିଲିଣ୍ଡରକୁ ଓଜସ୍ ନାଁ ଦେଇଛି । ବର୍ତ୍ତମାନର ସିଲିଣ୍ଡର ଓଜନିଆ କାରଣରୁ, ଟାଙ୍କି ଗ୍ୟାସ କେତେ ବଂଚିଛି ତାହା ଜଣାପଡିନଥାଏ ,ହେଲେ ଏହି ନୂଆ ସିଲିଣ୍ଡରରେ ଏସଂପର୍କରେ ଅତି ସହଜରେ ଜଣାପଡିଯିବ । ଏହାବ୍ୟତୀତ, ନୂଆ ସିଲିଣ୍ଡରରେ ଲୋକଙ୍କୁ ଏହାବି ଜଣାପଡିଯିବ କି ସେମାନଙ୍କ ସିଲିଣ୍ଡରରେ କେହି ଗ୍ୟାସ୍ ଚୋରି କରିନେଇନାହାଁନ୍ତି ତ ।