କେମିତି କରିବେ ନିଯୁକ୍ତିକର୍ତ୍ତାଙ୍କୁ ଆକର୍ଷିତ ! ଇଂଟରଭିୟୁ ସମୟରେ ପାଂଚଟି କଥା ଉପରେ ନିଶ୍ଚୟ ଦିଅନ୍ତୁ ଧ୍ୟାନ

40

ଚାକିରି ପାଇଁ ପ୍ରଥମ ସ୍ତର ହେଉଛି ଇଂଟରଭିୟୁ ବା ସାକ୍ଷାତକାର । ତେବେ ସାଧାରଣତଃ ଅଧିକାଂଶ ଯୁବକ-ଯୁବତୀମାନେ ଇଂଟରଭିୟୁ ବା ସାକ୍ଷାତକାର କଥା ଶୁଣିଲେ ଭୟଭୀତ ହୋଇପଡନ୍ତି । କାରଣ ଏହାକୁ ନେଇ ସେମାନଙ୍କ ମନରେ ଅନେକ ଶଙ୍କା ସୃଷ୍ଟି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ସହଜ ଉପାୟ ଜଣାଇବୁ ଯଦି ଆପଣ ଏହାକୁ ନିଜ କାମରେ ଲଗାଇବେ ତେବେ ଆପଣଙ୍କ ଚାକିରି ସୁନିଶ୍ଚିତ ହୋଇପାରେ । ତେବେ ଆସନ୍ତୁ ଜାଣିବା

ଡ୍ରେସିଂ ସେନ୍ସ

ଆପଣ ଯେତେବେଳେ କୌଣସି ସାକ୍ଷାତକାର ବା ଇଂଟରଭିୟୁ ଦେବାକୁ ଯାଉଛନ୍ତି ତେବେ ନିଯୁକ୍ତି କର୍ତା ଆପଣଙ୍କ ଡ୍ରେସିଂ ତଥା ପୋଷାକ ପିନ୍ଧା ଶୈଳୀ ଓ ଶାଳୀନତାକୁ ହିଁ ପ୍ରଥମେ ନୋଟିସ୍ କରିଥାନ୍ତି । ଏଥିପାଇଁ ଏହି ସମୟରେ ନିଜ ପୋଷାକପତ୍ରରେ ଧ୍ୟାନ ଦେବା ନିହାତି ଜରୁରୀ ଅଟେ । କାରଣ, ସବୁବେଳେ କୁହାଯାଇଥାଏ, ‘ଫାଷ୍ଟ ଇପ୍ରେସନ ଇଜ୍ ଲାଷ୍ଟ ଇପ୍ରେସନ’ ।

ଠିକ୍ ସମୟରେ ପହଂଚିବା

ଇଂଟରଭିୟୁ ତଥା ସାକ୍ଷାତକାର ପାଇଁ ଠିକ୍ ସମୟରେ ପହଂଚିବା ଜରୁରୀ ହୋଇଥାଏ । ଏଥିପାଇଁ କୌଣସି ସାକ୍ଷାତକାରରେ ଯୋଗଦେବା ପୂର୍ବରୁ ତା’ର ଠିକଣା ଏବଂ ରାସ୍ତା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ଉଚିତ୍ । ସବୁବେଳେ ସାକ୍ଷାତକାର ପାଇଁ ଉର୍ଦ୍ଦିଷ୍ଟ ସମୟର ପାଖାପାଖି ୧୦-୧୫ ମିନିଟ୍ ପୂର୍ବରୁ ଯାଇ ପହଂଚିବା ଆବଶ୍ୟକ । କାରଣ ଏହାଦ୍ୱାରା ସଂସ୍ଥା ବା ନିଯୁକ୍ତି କର୍ତାଙ୍କର ଆପଣଙ୍କ ପ୍ରତି ଭଲ ଦୃଷ୍ଟି ଆସିଥାଏ ।

କଂପାନୀ ସଂପର୍କରେ ପୂର୍ବରୁ ତଥ୍ୟ ରଖିବା

ସାକ୍ଷାତକାରର ଯୋଗ ଦେବା ପୂର୍ବରୁ ସେହି କଂପାନୀ ବା ସଂସ୍ଥା ବିଷୟରେ କିଛି ସୂଚନା ରଖିବାକୁ ଚେଷ୍ଟା କରନ୍ତୁ । କାରଣ ନିଯୁକ୍ତି କର୍ତା ସବୁବେଳେ ଚାହାଁନ୍ତି କି, ସେ ସେହିଭଳି ଲୋକଙ୍କୁ ନିଯୁକ୍ତି ଦେବେ ଯିଏ କି ତାଙ୍କ ସଂସ୍ଥା ସହ ଜଡିତ ଥିବେ ଏବଂ ନିଜ ଚାକିରି ପାଇଁ ଅଧିକ ବ୍ୟଗ୍ର ଥିବେ ।

ସାକ୍ଷାତକାର ସମୟରେ କରାଯାଉଥିବା ପ୍ରଶ୍ନ

ସାକ୍ଷାତକାର ସମୟରେ ସମସ୍ତଙ୍କ ଫୋକସ ଥାଏ କି ସେମାନେ କିଭଳି ପ୍ରଶ୍ନ କରିବେ ଏବଂ ତାର ଉତ୍ତର ଆପଣଙ୍କୁ ଆସିବ ନା ନାହିଁ । କିନ୍ତୁ ସାକ୍ଷାତକାରର ଅର୍ଥ ତାହା ନୁହେଁ । କାରଣ ଯେତେବେଳେ ବି ଆପଣ କୌଣସି ସାକ୍ଷାତକାରକୁ ଯାଉଛନ୍ତି ତେବେ ତାଙ୍କୁ ନିଜର ଜବ୍ ପ୍ରୋଫାଇଲ୍ ଉପରେ ପଚାରି ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ କଂପାନୀ ସଂପର୍କରେ ଜାଣିବାକୁ ପ୍ରୟାସ କରନ୍ତୁ ।

ରିଜ୍ୟୁମ ବା ବାୟୋଡାଟାର ଅଲଗା ଏକ କପି ନିଜ ପାଖରେ ରଖନ୍ତୁ

ଯେତେବେଳେ ଆପଣ କୌଣସି ସାକ୍ଷାତକାରକୁ ଯାଉଛନ୍ତି ତେବେ ସେତେବେଳେ ତାଙ୍କୁ ନିଜ ରିଜ୍ୟୁମ ଦେବା ବ୍ୟତୀତ ଅନ୍ୟ ଏକ କପି ନିଜ ପାଖରେ ରଖନ୍ତୁ ।