ଏଟିଏମରୁ ଟଙ୍କା ଉଠାଉଛନ୍ତି କି? ତେବେ ମନେ ରଖନ୍ତୁ ୩ରୁ ୭ ଦିନର ନିୟମ, ଆରବିଆଇ ପକ୍ଷରୁ ଜାରି ନିର୍ଦ୍ଦେଶ

3,580

ଦେଶରେ ବ୍ୟାଙ୍କିଂ ସୁବିଧାଗୁଡିକ ଦିନ ପ୍ରତିଦିନ ବୃଦ୍ଧି ପାଇବା ସହ ଏନେଇ ନାନା ପ୍ରକାରର ଅପରାଧିକ ମାମଲା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇଛି । ଯାହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ତରଫରୁ ଅନେକ ନିୟମ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସଚେତନତା ଅଭାବରୁ ଲୋକମାନେ ବିଭିନ୍ନ ଠକେଇର ଶିକାର ହେଉଛନ୍ତି । ତେବେ ଆରବିଆଇ ତରଫରୁ ଅନଲାଇନ ଫ୍ରଡକୁ ରୋକିବା ଏବଂ ଗ୍ରାହକଙ୍କୁ ଏଥିରୁ ରକ୍ଷା କରିବା ପାଇଁ ପାଖାପାଖି ୨ ବର୍ଷ ପୂର୍ବରୁ ହିଁ ନିୟମ ପ୍ରଣୟନ କରିସାରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆକାଉଂଟଧାରୀ ବା ଗ୍ରାହକଙ୍କ ହୀତ ପାଇଁ ପାଖାପାଖି ୨ ବର୍ଷ ପୂର୍ବେ ସର୍କୁଲାର ଜାରି କରିଥିଲା । ଯେଉଁଥିରେ ଉଲ୍ଲେଖ ରହିଛି କି, ଖାତାରୁ ଅନଧିକୃତ ଟ୍ରାନଜାକ୍ସନ କିମ୍ବା ଫ୍ରଡ ହେବା ଦ୍ୱାରା ଗ୍ରାହକଙ୍କୁ କଣ କରିବା ଉଚିତ, ଯଦ୍ୱାରା ସେମାନଙ୍କର କୌଣସି ପ୍ରକାରର କ୍ଷତି ନହେଉ ଏବଂ ବ୍ୟାଙ୍କ ତରଫରୁ ଉକ୍ତ ଟଙ୍କାକୁ ଭରଣ କରାଯିବ । ବାସ୍ତବରେ ଏହି ୩ରୁ ୭ ଦିନର ନିୟମ ସଂପର୍କରେ ଯଦି ଆପଣଙ୍କର ଜ୍ଞାନ ଥିବ ତେବେ ଆପଣ ଏଭଳି ପରିସ୍ଥିତିରେ ନିଜକୁ ରକ୍ଷା କରିପାରିବେ ।

୩ ଦିନ ଭିତରେ ବ୍ୟାଙ୍କ ଦିଅନ୍ତୁ ଠକେଇ ସଂପର୍କିତ ସୂଚନା

ଆରବିଆଇ ପକ୍ଷରୁ ଜାରି ସର୍କୁଲାର ମୁତାବକ, ଯଦି ଆପଣଙ୍କ ବ୍ୟାଙ୍କ ଖାତାରୁ ଅନଧିକୃତ ଟ୍ରାନଜାକସନ କିମ୍ବା ଠକେଇ ହୁଏ ତେବେ ଆପଣଙ୍କୁ ଏନେଇ ବ୍ୟାଙ୍କ ପକ୍ଷରୁ କୌଣସି ବି ମାଧ୍ୟମରେ ସୂଚନା ମିଳିବାର ୩ ଦିନ ଭିତରେ ବ୍ୟାଙ୍କକୁ ଏସଂପର୍କରେ ସୂଚନା ଦେବାକୁ ହେବ । ଯଦି ଆପଣ ଏଭଳି କରନ୍ତି ତେବେ ଏହି ମାମଲାରେ ଆପଣଙ୍କୁ ଜିରୋ ଲୟାବିଲିଟି ହେବ । ଯଦି ଅନଧିକୃତ ଟ୍ରାନଜାକସନ କିମ୍ବା ଠକେଇ ଆପଣଙ୍କର ଭୁଲ କିମ୍ବା ଅବହେଳାରୁ ହୋଇନାହିଁ ତେବେ ବ୍ୟାଙ୍କ ଆପଣଙ୍କ କ୍ଷତିର ସଂପୂର୍ଣ୍ଣ ଭରଣ କରିବ ।

୪ରୁ ୭ ଦିନ ଭିତରେ ସୂଚନା ଦେଲେ ଆପଣଙ୍କର ହେବ ଲିମିଟେଡ ଲୟାବିଲିଟି

ଯଦି ଆପଣଙ୍କର ଆକାଉଂଟରେ ଅନଧିକୃତ ଟ୍ରାନଜାକସନ କିମ୍ବା ଠକେଇ ହୋଇଛି ଏବଂ ଆପଣ ବ୍ୟାଙ୍କକୁ ଏନେଇ ୪ ରୁ ୭ ଦିନ ମଧ୍ୟରେ ସୂଚନା ଦିଅନ୍ତି ତେବେ ଏହି ମାମଲାରେ ଆପଣଙ୍କର ଲିମିଡେଟ ଲୟାବିଲିଟି ହେବ । ଅର୍ଥାତ୍ ଆପଣଙ୍କୁ ଅନଧିକୃତ ଟ୍ରାନଜାକସନର ଭାଲ୍ୟୁର ଏକ ଭାଗ ଅଂଶ ବହନ ନିଜକୁ ହିଁ କରିବାକୁ ପଡିବ । ଯଦି ଆପଣଙ୍କର ବ୍ୟାଙ୍କ ଆକାଉଂଟ ବେସିକ୍ ସେଭିଂ ବ୍ୟାଙ୍କିଂ ଡିପୋଜିଟ ଆକାଉଂଟ ଅର୍ଥାତ୍ ଜିରୋ ବାଲାନ୍ସ ରହିଥାଏ, ତେବେ ଆପଣଙ୍କର ଲୟାବିଲିଟି ୫ ହଜାର ଟଙ୍କା ହେବ । ଅର୍ଥାତ୍ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଂଟରୁ ୧୦ ହଜାର ଟଙ୍କାର ଅନଧିକୃତ ଟ୍ରାନଜାକସନ ହୋଇଛି ତେବେ ଆପଣଙ୍କର ବ୍ୟାଙ୍କରୁ ୫ ହଜାର ଟଙ୍କା ହିଁ ଫେରସ୍ତ ମିଳିବ । ବାକି ୫ ହଜାର ଟଙ୍କାର କ୍ଷତି ଆପଣଙ୍କୁ ନିଜେ ବହନ କରିବାକୁ ହେବ ।

ସେଭିଂ ଆକାଉଂଟ ଉପରେ ଗ୍ରାହକଙ୍କର ଲୟାବିଲିଟି ହେବ ୧୦ ହଜାର

ଯଦି ଆପଣଙ୍କର ସେଭିଂ ଆକାଉଂଟ ରହିଛି ଏବଂ ଆପଣଙ୍କର ଆକାଉଂଟରୁ ଅନଧିକୃତ ଟ୍ରାନଜାକସନ ହୋଇଛି ତେବେ ଆପଣଙ୍କର ଲୟାବିଲିଟି ୧୦ ହଜାର ଟଙ୍କା ହେବ । ଅର୍ଥାତ୍ ଯଦି ଆପଣଙ୍କର ଆକାଉଂଟରୁ ୨୦ ହଜାର ଟଙ୍କାର ଅନଧିକତ ଟ୍ରାନକସନ ହୋଇଛି ତେବେ ବ୍ୟାଙ୍କ ତରଫରୁ ଆପଣଙ୍କୁ ୧୦ ହଜାର ଟଙ୍କା ହିଁ ଫେରସ୍ତ ମିଳିବ । ତେବେ ବାକି ୧୦ ହଜାର ଟଙ୍କାର କ୍ଷତି ଆପଣଙ୍କୁ ନିଜେ ହିଁ ବହନ କରିବାକୁ ହେବ ।

କରେଂଟ ଆକାଉଂଟ ଏବଂ କ୍ରେଡିଟ କାର୍ଡ ଉପରେ କେତେ ହେବ ଲୟାବିଲିଟ

ଯଦି ଆପଣଙ୍କର କରେଂଟ ଆକାଉଂଟ କିମ୍ବା ୫ ଲକ୍ଷ ଟଙ୍କାରୁ ଅଧିକ ଲିମିଟର କ୍ରେଡିଟ କାର୍ଡରୁ ଅନଧିକୃତ ଟ୍ରାନଜାକସନ ହୋଇଛି ତେବେ ଏଭଳି ମାମଲାରେ ଆପଣଙ୍କର ଲୟାବିଲିଟି ୨୫ ହଜାର ଟଙ୍କା ହେବ । ଅର୍ଥାତ୍ ଯଦି ଆପଣଙ୍କ ଆକାଉଂଟରୁ ୫୦ ହଜାର ଟଙ୍କାର ଅନଧିକୃତ ଟ୍ରାନଜାକସନ ହୋଇଛି ତେବେ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ୨୫ ହଜାର ଟଙ୍କା ହିଁ ମିଳିବ । ବାକି ୨୫ ହଜାର ଟଙ୍କାର କ୍ଷତି ଆପଣଙ୍କୁ ଉଠାଇବାକୁ ହେବ ।

୭ ଦିନ ପରେ ସୂଚନା ଦେଲେ କଣ ହେବ

ଯଦି ଆପଣ ଆପଣଙ୍କର ଆକାଉଂଟରୁ ଅନଧିକୃତ ଟ୍ରାନଜାକସନର ସୂଚନା ବ୍ୟାଙ୍କରୁ ସୂଚନା ମିଳିବାର ୭ ଦିନ ପରେ ଦିଅନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କର ଲୟାବିଲିଟି କେସ୍ ବ୍ୟାଙ୍କ ସ୍ଥିର କରିବ । ଆଉ ବ୍ୟାଙ୍କ ଯଦି ଚାହିଁବ ତେବେ ଏଭଳି ମାମଲାରେ ଆପଣଙ୍କର ଲୟାବିଲିଟିକୁ ମଧ୍ୟ କ୍ଷମା ବି କରିପାରିବ ।