ବର୍ତ୍ତମାନ ସମୟରେ ଇଂଟରନେଟ ଏଭଳି ଜରୁରୀ ହୋଇଯାଇଛି କି ବିନା ଇଂଟରନେଟରେ କାମ କରିବା ଅସମ୍ଭବ ହୋଇପଡିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଡେଭଲପରମାନେ ଅନେକ ଆପ୍ ତିଆରି କରିଛନ୍ତି ଯାହାଦ୍ୱାରା ଆପଣ ଫ୍ରିରେ ୱାଇଫାଇର ସୁବିଧା ପାଇପାରିବେ । ଅର୍ଥାତ୍ ଆପଣ ଯେ କୌଣସି ୱାଇଫାଇର ପାସୱାର୍ଡକୁ ହ୍ୟାକ୍ କରି ତା’ର ଉପଭୋଗ କରି ପାରିବେ । ତେବେ ଏଭଳି ଏକ ଆପ୍ ରହିଛି ଯାହାକୁ ‘ଡବ୍ଲୁ ପିଏସଆଇଏନ’ କୁହାଯାଏ । ଡବ୍ଲୁ ପିଏସ ହେଉଛି ୱାଇଫାଇ ପ୍ରୋଟେକ୍ଟ ସେଟ୍ ଅପ୍ । ଯାହା ଏକ ଡିଭାଇସ ଭଳି କାମ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ ।
ଆପଣ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରେ ଯାଇ ଏହି ଆପଟିକୁ ଡାଉନଲୋଡ କରନ୍ତୁ । ଏହାକୁ ଇନଷ୍ଟଲ କରି ଓପନ କରନ୍ତୁ । ଏହା କରିବାଦ୍ୱାର ସେ ଆପଣା ଛାଏଁ ଡବ୍ଲୁ ପିଏସର ଜିଭାଇସକୁ ଖୋଜି ଦେଇଥାଏ । ଏବେ ଆପଣ ଯେ କୌଣସି ୱାଇଫାଇର ନେଟଓର୍କକୁ ହ୍ୟାକ୍ କରୁବାକୁ ଚାହିଁବେ ତା ଉପରେ କ୍ଲିକ୍ କରିଦିଅନ୍ତୁ । କ୍ଲିକ୍ କରିବା ପରେ ଆପଣଙ୍କ ନିକଟକୁ ୮ ଅଙ୍କ ବିଶିଷ୍ଟ ପିନ୍ ନମ୍ବର ଆସିବ । ଏହାକୁ ଆପଣ ଲେଖି ରଖନ୍ତୁ ।
ଏହାପରେ ଆପଣ ଲାପଟପ୍ କିମ୍ବା ମୋବାଇଲ ଅନ କରି ସେଥିରେ ଥିବା ୱାଇଫାଇର ଅପସନକୁ ଓପନ କରନ୍ତୁ । ଏହାପରେ ଲେଖିଥିବା ଉକ୍ତ ପିନ୍ ନମ୍ବରଟିକୁ ସେଥିରେ ଟାଇପ କରନ୍ତୁ ଏବଂ ଇଂଟରନେଟର ସୁବିଧା ଉପଭୋଗ କରନ୍ତୁ । ତେବେ ଏଠାରେ ଆମେ କହି ରଖୁଛୁ କି, ଏହି ସୁବିଧା କେବଳ ଡବ୍ଲୁ ପିଏସ ଥିବା ରାଉଟରରେ ହିଁ ଉପଲବ୍ଧ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/WIFI.jpg)
/kanak/media/post_attachments/wp-content/uploads/2018/08/How-to-hack-wifi-300x175.png)
/kanak/media/post_attachments/wp-content/uploads/2018/03/wifi_2018032123172251_650x-300x202.jpg)