ଅଚଳ ହୋଇଯାଇନି ତ ଆପଣଙ୍କ ପାନକାର୍ଡ ? ମାତ୍ର ଗୋଟିଏ କ୍ଲିକରେ ଜାଣନ୍ତୁ ଆପଣଙ୍କ କାର୍ଡ ଆକ୍ଟିଭ ଅଛି କି ନାହିଁ

58

ଆପଣଙ୍କ ପାନ କାର୍ଡ ଆକ୍ଟିଭ ଅଛି ? ଖବର ମୁତାବକ, ପାଖାପାଖି ୧୧ ଲକ୍ଷ ପାନ କାର୍ଡ ବନ୍ଦ କରିଦିଆଯାଇଛି ଓ ଏହି ଖବର ଣୁଣି ଲୋକଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଛି । ତେବେ ଚିନ୍ତା କରନ୍ତୁନି, ଘରେ ବସି ଜାଣନ୍ତୁ ଏହି ଖବରର ସତ୍ୟତା ବିଷୟରେ । ଆସନ୍ତୁ ଜାଣିବା ଏହାର ସଂପୁର୍ଣ୍ଣ ପ୍ରକ୍ରିୟା ବିଷୟରେ

• ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ୱେବସାଇଟ incometaxindiaefiling.gov.inକୁ ଯାଆନ୍ତୁ । ତା’ପରେ ୱେବସାଇଟ ଭିତରେ ଥିବା ଅପ୍ସନ KNOW YOUR PANକୁ କ୍ଲିକ କରନ୍ତୁ ।

• କ୍ଲିକ କରିବା ପରେ ଏକ ନୂଆ ୱିଣ୍ଡୋ ଖୋଲିବ । ସେଥିରେ ଗୋଟିଏ ଫର୍ମ ବାହାରିବ । ଏହାବାଦ୍ ପାନ କାର୍ଡ ଅନୁସାରେ ନିଜର ସମସ୍ତ ତଥ୍ୟ ଯେପରିକି ନାଁ, ସରନେମ ଇତ୍ୟାଦି ଦେଇ ପୂରଣ କରନ୍ତୁ ।

• ପାନ କାର୍ଡରେ ନିଜର ଜନ୍ମ ତାରିଖ ଲେଖନ୍ତୁ । ଫର୍ମରେ ଦେଖାଯାଉଥିବା ସ୍ତମ୍ଭରେ ମୋବାଇଲ ନମ୍ବର ଟିପି ସବମିଟ କରନ୍ତୁ ।

• ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ସେହି କୋର୍ଡକୁ ଫର୍ମରେ ଟିପି ସବମିଟ ବଟନ କ୍ଲିକ କରନ୍ତୁ ।

• ଏବେ ଆପଣଙ୍କ ସାମନାରେ ଏକ ନୂଆ ପେଜ ଖୋଲିବ । ସେଠି ରିମାର୍କ ନାମରେ ଗୋଟେ ସ୍ତମ୍ଭ ଦେଖାଯିବ । ସେଥିରେ ଆପଣଙ୍କ ପାନ କାର୍ଡର ଷ୍ଟାଟସ ଲେଖା ଥିବ । ସେଥିରେ ଯଦି ଆକ୍ଟିଭ ଲେଖା ଥିବା, ତେବେ ଆପଣଙ୍କ କାର୍ଡ ଆକ୍ଟିଭ ଅଛି ନହେଲେ ଆପଣଙ୍କ କାର୍ଡ ବନ୍ଦ ହୋଇଯାଇଛି ବୋଲି ଜାଣିବେ ।