ଆଜ୍ଞା ହଁ ! ଘରେ ବସି ବନାଇପାରିବେ ନିଜ ଡ୍ରାଇଭିଂ ଲାଇସେନ୍ସ ଆଉ ବଡ କଥା ହେଲା ଡିଏଲ ପାଇଁ ଆବେଦନ କରିବାର ମାତ୍ର ୪ ଦିନ ଭିତରେ ଡାକବାଲା ଆସି ଆପଣଙ୍କ ଘରେ ଦେଇଯିବେ ଡ୍ରାଇଭିଂ ଲାଇସେନ୍ସ । ସାଧାରଣତଃ ଗାଡି ଚଲାଇବାକୁ ହେଲେ ଚାଳକଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଜରୁରୀ । ସେହିପରି ପୂର୍ବରୁ ଡିଏଲ ବନାଇବା ପାଇଁ ଲୋକଙ୍କୁ ଆଟିଓ ଅଫିସର ବାରମ୍ବାର ଚକ୍କର କାଟିବାକୁ ପଡୁଥିଲା ହେଲେ ଆଜିର ଦିନରେ ଏହି କାମ ଏବେ ବହୁତ ସହଜ ହୋଇପଡିଛି । ଲୋକେ ଘରେ ବସି ବି ଡିଏଲ ପ୍ରସ୍ତୁତ କରିପାରୁଛନ୍ତି । ତେବେ ଉତ୍ତର ପ୍ରଦେଶର ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ବ୍ୟବସ୍ଥାରେ ଏକ ବଡ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହା ଆସନ୍ତା ବର୍ଷ ପହିଲାରୁ ହିଁ ସାରା ରାଜ୍ୟରେ ଲାଗୁ କରିଦିଆଯିବ ।
ସୂଚନା ମୁତାବକ, ୟୁପିରେ ଡିଏଲ ଆବେଦନର ତଦାରଖ କାମ ଆରଟିଓ କର୍ମୀ ନୁହେଁ ବରଂ ଏଜେନ୍ସିର କର୍ମଚାରୀମାନେ କରିବେ । ବାରାଣାସୀର ସ୍ମାର୍ଟ କାର୍ଡରୁ ଡିଏଲ ଜାରି କରିବାର କାମ ନେକ୍ସି କଂପାନୀ ନିକଟରେ ରହିଛି । ତାକୁ ନୂତନ ତରିକାରେ ଅନୁବନ୍ଧ କରାଯାଉଛି । ଦ୍ୱିତୀୟ ଦିନ ଡିଏଲ ଅଲ ଇଣ୍ଡିଆ ରେଜିଷ୍ଟରରେ ଦାଖଲ କରାଯିବ । ତୃତୀୟ ଦିନ ଡିଏଲ ଆରିଟିଓ ମୁଖ୍ୟାଳୟରୁ ଜାରି କରାଯିବ । ଏବଂ ଆଗାମୀ ଚାରି ଦିନ ଭିତରେ ଡ୍ରାଇଭିଂ ଲାଇସେନ୍ସ ଆବେଦକଙ୍କ ଘର ଠିକଣାରେ ପହଂଚାଇଦିଆଯିବ ।
ତେବେ ମୋଟ ଉପରେ ଡ୍ରାଇଭିଂ ଲାଇସେନ୍ସ ଆବେଦକଙ୍କ ଘରେ ପହଂଚିବାକୁ ଗୋଟିଏ ସପ୍ତାହ ଲାଗିବ ବୋଲି ୟୁପି ପରିବହନ ବିଭାଗର ଅଧିକାରୀମାନେ ଯୁକ୍ତି ବାଢିଛନ୍ତି । ସେହିପରି, ଯଦି ଆବେଦନକାରୀଙ୍କ ଠିକଣା ବଦଳି ଯାଏ ତେବେ ସେ ହେଲପଲାଇନ ନମ୍ବରରେ ଡିଏଲର ନମ୍ବର ସହିତ ନୂଆ ଠିକଣା ଦେବା ଦ୍ୱାରା ତାଙ୍କୁ ଡିଏଲ ଉପଲବ୍ଧ କରିଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/DL_00139.png)