ଅଭିଶପ୍ତ ହୀରା ‘କୋହିନୂର’! ରହସ୍ୟମୟୀ ଏହି ହୀରାର ଥିଲା କଳଙ୍କିତ ଇତିହାସ

96

ପ୍ରାଚୀନ ଭାରତର ସାନ୍ କୋହିନୂର ହୀରାର ସନ୍ଧ୍ୟାନ ପାଇଁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଗୁନଟୁର ଜିଲ୍ଲାସ୍ଥିତ ଗୋଲକୁଣ୍ଡାର ଏକ ଖଣିରେ ହୋଇଥିଲା ଯେଉଁଥିରେ ଦରିୟାନ ନୂର ଏବଂ ନୂରେନ ନାମକ ବିଶ୍ୱପ୍ରସିଦ୍ଧ ହୀରା ମଧ୍ୟ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହି ଖାଦନଳଶ କେବେ ଠାବ କରାଯାଇଥିଲା ସେ ସଂପର୍କରେ କାହାକୁ ବି କିଛି ଜଣାନାହିଁ । ତେବେ କୋହିନୂରର ଅର୍ଥ ହେଲା କିରଣ ବା ଆଲୋକର ପାହାଡ । କିନ୍ତୁ ଏହି ହୀରା ଚମକରେ ଅନେକ ପ୍ରଭାବଶାଳୀ ରାଜାଙ୍କର ସର୍ତ୍ତା ଲୋପ ପାଇଯାଇଥିଲା । ଏଥିପାଇଁ କୋହିନୂରକୁ ଅଭିଶପ୍ତ ବୋଲି କୁହାଯାଏ । ଯାହା ୧୩ ଶତାଦ୍ଦୀରୁ ପ୍ରଚଳିତ ହୋଇ ଆସିଛି ।

କୁହାଯାଏ,୧୨୮୪ରେ ଏହି ହୀରା ଗ୍ୱାଲିଓରର ଜଣେ ରାଜାଙ୍କ ନିକଟରେ ଥିଲା ତେବେ ସେତେବେଳେ ଏହି ହୀରା ନାଁ କୋହିନୂର ନଥିଲା । କିନ୍ତୁ ଏହି ହୀରାଟିକୁ ୧୯୯୬ରେ ନାଁ ଦିଆଯାଇଥିଲା । ମାନ୍ୟତା ରହିଛି କି ଯଦି କୌଣସି ବ୍ୟକ୍ତି ଏହାକୁ ଧାରଣ କରେ ତେବେ ସେ ଏହି ସଂସାରରେ ରାଜ୍ କରିବ । ମାତ୍ର ଏଥିସହ ତାର ଦୁଃଭାଗ୍ୟ ମଧ୍ୟ ଆରମ୍ଭ ହୋଇଯିବ । ତେବେ ଯଦିଓ ସେତେବେଳେ ଏକଥାକୁ କେହି ବିଶ୍ୱାସ କରି ନଥିଲେ କିନ୍ତୁ ଯଦି ଏହାକୁ ଧ୍ୟାନ ଦିଆଯାଏ ତେବେ ଏହି କଥାଟିର ସତ୍ୟତା ମିଳିଥାଏ ଆପଣଙ୍କୁ ବୋଧ ହୁଏ ମିଳିଯିବ । ଅନେକ ସମ୍ରାଟ ଏହି ହୀରାକୁ ନିଜ ନିକଟରେ ରଖିଥିଲେ ମାତ୍ର ସେମାନେ ତାକୁ ଭୋଗ କରିପାରି ନଥିଲେ । ୧୪ ଶତାଦ୍ଦୀର ପ୍ରାରମ୍ଭରେ କାକତିୟ ବଂଶ ପାଖରେ ରହିଥିଲା କୋହିନୂର ହୀରା । ମାତ୍ର ଦୀର୍ଘ ବର୍ଷଧରି ଶାସନ କରି ଆସିଥିବା ଏହି ବଂଶର ବିଲୟ ହୋଇଯାଇଥିଲା ।

ଏହାପରେ ଶାହଜାହାନ ଏହି ହୀରାକୁ ତାଙ୍କ ମୟୂରସିଂହାସନରେ ଧାରଣ କରିଥିଲେ ମାତ୍ର ତାଙ୍କର ଆଲିଶାନ୍ ଏବଂ ବହୁଚର୍ଚ୍ଚିତ ଶାସନ ତାଙ୍କ ପୁଅ ଔରଙ୍ଗଜେବଙ୍କ ହାତରୁ ଚାଲି ଯାଇଥିଲା । ଖାଲି ସେତିକି ନୁହେଁ ତାଙ୍କ ପତ୍ନୀ ମୁମତାଜଙ୍କର ମଧ୍ୟ ଅକାଳ ମୃତ୍ୟୁ ଘଟିଥିଲା । ସବୁଠାରୁ ବଡ କଥା ହେଲା ତାଙ୍କ ନିଜ ସନ୍ତାନ ତାଙ୍କୁ ମହଲରେ ନଜରବନ୍ଦୀ କରି ଦେଇଥିଲେ । ୧୭୩୯ରେ ଫାର୍ସି ଶାସକ ନାଦିିରଶାହ ଭାରତରେ ପ୍ରବେଶକରି ମୁଗଲଶାସନ ଅଧିକାର କରିଥିଲେ ଏବଂ ସେ କୋହିନୂରକୁ ନିଜ ସହ ପର୍ଶିଆ ନେଇ ଯାଇଥିଲା । ଆଉ ତାର ନାଁ କୋହିନୂର ରଖିଦେଇଥିଲା । ୧୭୪୭ରେ ନାଦିରଶାହଙ୍କ ହତ୍ୟା ହୋଇ ଯାଏ । ଏବଂ କୌଣସି ପ୍ରକାରେ ଏହି ହୀରା ପୁଣି ଥରେ ଭାରତକୁ ଫେରି ଆସେ ।

କଥା ଏତିକିରେ ସରେନି, ଏହି ହୀରା ଭାରତକୁ ଆଣିଥିଲା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଯାଏ । ଏବଂ ଇରେଂଜମାନେ ଶିଖ୍ ସାମ୍ରାଜ୍ୟକୁ ନିଜ ଅଧିନରେ କରି ଦିଅନ୍ତି । କୁହାଯାଏ, ଖଣିରୁ ଉଦ୍ଧାର ହୋଇଥିବାବେଳେ ଏହି ହୀରା ୭୯୩ କ୍ୟାରେଟର ଥିଲା । ମାତ୍ର ଯେତେବେଳେ ଏହି ହୀରା ବ୍ରିଟେନରେ ପହଂଚିଥିଲା ସେତେବେଳେ ଏହା ମାତ୍ର ୧୦୫ କ୍ୟାରେଟ ହୋଇଯାଇଥିଲା । ସବୁଠାରୁ ବଡ କଥା ହେଲା ଏଯାବତ୍ କୋହିନୂର ତାର ଇତିହାସରେ ଥରେ ହେଲେ ବି ବିକ୍ରି ହୋଇନି । ଏହା କେବଳ ଜଣେ ଅନ୍ୟ ଜଚ୍ଚଙ୍କଠାରୁ ହାସଲ କରା ଯାଇଥିଲା ।