ପ୍ରତ୍ୟେକ ବିବାହିତା ମହିଳାଙ୍କର ଥାଏ ୪ଟି ସ୍ୱାମୀ ! ଜାଣନ୍ତୁ ଏହାର ରହସ୍ୟ

91

ବିଶ୍ୱର ଅଧିକାଂଶ ଲୋକଙ୍କର ନିଜ ସଂସ୍କୃତି ପରମ୍ପରା ସଂପର୍କରେ କୌଣସି ଜ୍ଞାନ ନଥାଏ । ଯଦି କେବେ ସେଭଳି ପ୍ରସଂଗ ଉଠେ ତେବେ ତାକୁ ଅସ୍ୱୀକାର କରିବା ସହ ଏହାକୁ ଲୋକଙ୍କ ଭ୍ରମ ତଥା ଅନ୍ଧବିଶ୍ୱାସ ଭଳି ନାଁ ଦେଇ ଅଣଦେଖା କରିଦିଅନ୍ତି । ତେବେ ଏଥିପାଇଁ ଆମେ ଏଠାରେ ସମସ୍ତଙ୍କୁ ଦାୟୀ କରୁନାହୁଁ ବରଂ ସେଭଳି ବ୍ୟକ୍ତିଙ୍କ ସଂପର୍କରେ କହୁଛୁ ଯେଉଁମାନଙ୍କର ନିଜ ଧର୍ମ ସଂସ୍କୃତି ଉପରେ କୌଣସି ବି ଜ୍ଞାନ ନାହିଁ ।

ଏବେ ଆସିବା ଆମର ମୁଖ୍ୟ ବିଷୟ ବସ୍ତୁ ଉପରକୁ । ତେବେ ଆମେ ଏଠାରେ ଯେଉଁ ଯୁକ୍ତଟି ବାଢିଛୁ ତାହା ସଂପୂର୍ଣ୍ଣ ବାସ୍ତବ ଅଟେ । ଆପଣ ମାନନ୍ତୁ କି ନମାନନ୍ତୁ ଏକଥା କିନ୍ତୁ ସତ୍ୟ ଅଟେ କି ପ୍ରତ୍ୟେକ ବିବାହିତ ମହିଳାଙ୍କ ୪ଟି ସ୍ୱାମୀ ଥାଆନ୍ତି । ଅର୍ଥାତ୍ ବିବାହ ସମୟରେ ସେ ଚାରି ଜଣଙ୍କୁ ହିଁ ବିବାହ କରିଥାନ୍ତି । ଆଉ ଆପଣଙ୍କ ନମ୍ବର ହେଉଛି ଚତୁର୍ଥ । ତେବେ ଏକଥା ଆପଣ ଏଥିପାଇଁ ଜାଣିପାରନ୍ତି ନାହିଁ କାରଣ ଆପଣଙ୍କର ନିଜ ଧର୍ମ ପ୍ରତି କୌଣସି ଜ୍ଞାନ ନାହିଁ । ଯେତେବେଳେ ବିବାହ ବେଦିରେ ପୂଜାରୀ ମନ୍ତ୍ର ଉଚ୍ଚାରଣ କରି ବିବାହ କାର୍ଯ୍ୟ କରିଥାଏ । ସେତେବେଳେ ସେ ପଢୁଥିବା ମନ୍ତ୍ରର ଅର୍ଥକୁ ଆପଣ ବୁଝି ନଥାନ୍ତି । ଯଦି ଆପଣ ସେହି ମନ୍ତ୍ରକୁ ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତି ତେବେ ଆପଣ ଜାଣିପାରିବେ କି ବିବାହ ପାଇଁ ମଣ୍ଡପରେ ବସିଥିବା ବରର ନମ୍ବର ହେଉଛି ଚତୁର୍ଥ । ଏହା ପୂର୍ବରୁ ତାର ଭାବୀ ପତ୍ନୀର ବିବାହ ୩ ଜଣଙ୍କ ସହ ସମାପନ ହୋଇସାରି ଥାଏ ।

ହିନ୍ଦୁ ପରମ୍ପରା ଅନୁସାରେ, ଜଣେ ପତିବ୍ରତା ନାରୀର ସତୀତ୍ୱକୁ ବଜାୟ ରଖିବାକୁ ତାର ବିବାହ ପ୍ରଥମେ ୩ଜଣଙ୍କ ସହ କରାଯାଇଥାଏ । ସେଥିପାଇଁ ବିବାହ ବେଦୀରେ ଗୋଟିଏ ଝିଅର ସାଙ୍କେତିକ ବିବାହ ୩ ଦେବତାଙ୍କ ସହିତ କରି ଦିଆଯାଇଥାଏ । ତେବେ ସର୍ବପ୍ରଥମେ କନିଆଁର ଅଧିକାର ଚନ୍ଦ୍ରଙ୍କୁ ପ୍ରଦାନ କରାଯାଇଥାଏ । ଏହାପରେ ବିଶ୍ୱାବସୁଙ୍କୁ , ପରେ ଅଗ୍ନୀ ଦେବତାଙ୍କୁ ଏବଂ ସର୍ବ ଶେଷରେ ବେଦୀରେ ବସିଥିବା ବରପାତ୍ରକୁ । ଏବେ ଜାଣିଲେ ତ ଆପଣଙ୍କ ନମ୍ବର ଚତୁର୍ଥ କାହିକିଁ ।