ଏଟିଏମ କାର୍ଡଧାରୀଙ୍କ ପାଇଁ ବଡ ଖବର ! ଏଣିକି ଦୁର୍ଘଟଣା ସମୟରେ ମିଳିବ କ୍ଷତିପୂରଣ, ଜାଣନ୍ତୁ କିପରି କରିବେ ଆବେଦନ

50

ଯଦି ଆପଣ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ ଖବର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆପଣ ବ୍ୟବହାର କରୁଥିବା ଏଟିଏମ କାର୍ଡରେ ରହିଛି ଏକ ଏଭଳି ସୁବିଧା ଯାହାଦ୍ୱାରା ଆପଣ ଜରୁରୀକାଳୀନ ପରିସ୍ଥିତିରେ ଲକ୍ଷାଧିକ ଟଙ୍କାର କ୍ଲେମ କରିପାରିବେ । ତେବେ କିପରି ପଢନ୍ତୁ ଏହି ରିପୋର୍ଟ ।

ଆଜ୍ଞା ହଁ ! ଉଭୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ନିଜର ସମସ୍ତ ଗ୍ରାହକଙ୍କର ଏଟିଏମ ଉପରେ ଦୁଇଟି ସ୍କିମ ତଥା ଆକ୍ସିଡେଂଟାଲ ହସ୍ପିଟାଲାଇଜେସନ କଭର ଏବଂ ଆକ୍ସିଡେଂଟାଲ ଡେଥ କଭର ଭଳି ସୁବିଧା ଦେଇରଖୁଛନ୍ତି । ଯେଉଁଠାରେ ଇନ୍ୟୁରାନ୍ସ ପାଇଁ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ  ଟଙ୍କା ପର୍ଯ୍ୟନ୍ତ ରହିଛି । ହେଲେ ଏହାର ଲାଭ କେବଳ ଅପରେସନାଲ ବ୍ୟାଙ୍କ ଆକଉଂଟ ହୋଲ୍ଡର୍ସ ହିଁ ଉଠାଇପାରିବେ ।

ଏହି ବ୍ୟବସ୍ଥା ଆଧାରରେ ଯଦି ଏଟିଏମ ହୋଲ୍ଡରଙ୍କର କୌଣସି କାରଣରୁ ମୃତ୍ୟୁ ଘଟେ ତେବେ ତାଙ୍କର ସଂପର୍କୀୟଙ୍କୁ ୨ରୁ ୫ ମାସ ମଧ୍ୟରେ ଆକାଉଂଟ ଖୋଲିଥିବା ବ୍ରାଂଚକୁ ଯିବାକୁ ପଡିବ ଏବଂ କ୍ଷତିପୂରଣ ପାଇଁ ଏକ ଆପ୍ଲିକେସନ ଦେବାକୁ ପଡିବ । ଏହାପରେ ବ୍ୟାଙ୍କ ଅଧିକାରୀ ସମସ୍ତ ତଦାରଖ କରିବେ କି ସମ୍ବନ୍ଧିତ ବ୍ୟକ୍ତିବିଶେଷ ଗତ ୬୦ ଦିନ ମଧ୍ୟରେ କୌଣସି ଲୋନ କରିଛନ୍ତି କି ନାହିଁ । ତେବେ ଏଟିଏମ ଇନସ୍ୟୁରାନ୍ସରେ ଭିନ୍ନକ୍ଷମତାଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରରେ କ୍ଷତିପୂରଣ ମିଳିବାର ବିକଳ୍ପ ରହିଛି । ଏହାବ୍ୟତୀତ, ମାଷ୍ଟରକାର୍ଡ, ସାଧାରଣ ଏଟିଏମ ଏବଂ କ୍ଲାସିକ ଏଟିଏମ ଉପରେ ମଧ୍ୟ ଭିନ୍ନ ଭିନ୍ନ ଧରଣର ସୁବିଧା ରହିଛି ।

ବ୍ୟାଙ୍କ ଅଧିକାରୀଙ୍କ ସୂଚନା ମୁତାବକ, ଏଥିପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କରୁ ଯାଇ ସୂଚିତ ହୋଇଯାଆନ୍ତୁ କି ଆପଣ ବ୍ୟବହାର କରୁଥିବା ଏଙ୍କିଏମ କାର୍ଡ ଉପରେ କେତେ ଟଙ୍କାର ଇନସ୍ୟୁରାନ୍ସ ପଲିସି ରହିଛି ।