୨୦୧୮ସୁଦ୍ଧା ୭.୫ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବ ଓ୍ଵାଇ-ଫାଇ ହଟସ୍ପଟ

24

ଦେଶର ସମସ୍ତଙ୍କୁ ଓ୍ଵାଇ-ଫାଇ ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଦେଶରେ ୨୦୧୮ଶେଷ ବେଳକୁ ସରକାର ପାଖାପାଖି ୭.୫ ଲକ୍ଷ ଲୋକଙ୍କ ପାଖରେ ଓ୍ଵାଇ-ଫାଇ ସୁବିଧା ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ଏହି ହଟସ୍ପଟ ଯୋଜନା ଜରିଆରେ ଲୋକମାନେ ହାଇସ୍ପିଡ ଇଣ୍ଟରନେଟ ସୁବିଧା ପାଇପାରିବେ ।

ଏହାମୁଖ୍ୟତଃ ଅର୍ଦ୍ଧଗ୍ରାମାଞ୍ଚଳ ଓ ଗ୍ରାମୀଣ ଅଞ୍ଚଳରେ ଉପଲବ୍ଧ ହେବ। ଘରୋଇ ଅପରେଟର ଉଦାହରଣ ସ୍ୱରୂପ: ଜିଓ, ରିଲାଏନ୍ସ, ଏୟାରଟେଲ, ବିଏସ୍ଏନ୍ଏଲ, ଭୋଡାଫୋନ, ଆଇଡିଆ ଭଳି କମ୍ପାନି ଏହି ସୁବିଧା ଗ୍ରାହକଙ୍କୁ ଓ୍ଵାଇଫାଇ ହଟସ୍ପଟ ସୁବିଧା ପ୍ରଦାନ କରାଇବ ବୋଲି ଅଣ୍ଟା ଭିଡିଛନ୍ତି ।

ଏପରି କରିବା ପଛରେ ଲକ୍ଷ୍ୟ ରଖାଯାଇଛି କି , ଯେପରି ଲୋକମାନଙ୍କୁ ଇ-ଗଭର୍ଣ୍ଣସ ପାଇଁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଏ । ଡିଜିଟାଲାଇଜେନ୍ସ ବିକଶିତ କରଇବା ମଧ୍ୟ ଏହାର ଆଉ ଏକ ଲକ୍ଷ୍ୟ ରହିଛି । ଏତଦବ୍ୟତୀତ ଏହି ଯୋଜନା ଦ୍ୱାରା ଲୋକମାନେ ହାଇସ୍ପିଡ ଇଣ୍ଟରନେଟ କମ୍ ମୂଲ୍ୟରେ ପାଇ ପାରିବେ । ଭାରତରେ ୨୦୧୬ ପର୍ୟ୍ୟନ୍ତ କେବଳ ୩୧୦୦ ହଟସ୍ପଟ ରହିଛି ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଫ୍ରାନ୍ସରେ ୧.୩କୋଟି, ୟୁଏଏସ ୯୮ଲକ୍ଷ, ୟୁକେ ୫୬ଲକ୍ଷ ହଟସ୍ପଟ ରହିଥିବା ସୂଚନା ମିଳିଛି । ଅନିତା ସୁନ୍ଦରଜନଙ୍କ କହିବାନୁସାରେ, ଏଯାବତ୍ ୭୫୦୦୦ ଗ୍ରାମପଞ୍ଚାୟତରେ ଓ୍ଵାଇଫାଇ ପହଞ୍ଚି ପାରିଛି । ଆମର ଲକ୍ଷ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଏହାକୁ ୧ଲକ୍ଷରେ ପହଞ୍ଚାଇବୁ ।