ଯେକୌଣସି ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ବି ମିଳିବ ପେନସନ ! ମୃତ୍ୟୁ ହୋଇଗଲେ, ପରିବାର ଲୋକଙ୍କୁ ମଧ୍ୟ ମିଳିବ ଏହି ସୁବିଧା

42

ସାଂଗଠନିକ କ୍ଷେତ୍ରରେ ତଥା କୌଣସି ସଂସ୍ଥାରେ କାମ କରୁଥିବା କଂପାନୀ ନିଜର କର୍ମଚାରୀମାନଙ୍କୁ ଏମ୍ପେ୍ଲାଇ ପେନସନ ସ୍କିମରେ ମଧ୍ୟ ଯୋଗଦାନ କରିଥାଏ । ଏହି ପେନସନର ଲାଭ କର୍ମଚାରୀଙ୍କୁ ଚାକିରୀରୁ ଅବସର ନେବା ପରେ ମିଳିଥାଏ, ହେଲେ ଏଥିପାଇଁ କର୍ମଚାରୀ ଜଣକ ଅତି କମରେ ୧୦ ବର୍ଷ ଲଗାତର ଭାବରେ ଚାକିରୀ କରିବା ନିହାତି ଜରୁରୀ ।

ଏହାଛଡା କର୍ମଚାରୀଙ୍କର ପୂର୍ଣ୍ଣ ପ୍ରକାରର ଡେଭଲପ ହେବା ପରେ ଯାଇ ଏହି ପେନସନର ହକଦାର ହୋଇଥାଏ । ଏହି ଏମ୍ପେ୍ଲାଇ ପ୍ରୋଭିଡେଂଟ ଫଣ୍ଡରେ କଂପାନୀ ଦ୍ୱାରା କରାଯାଇଥିବା ୧୨ ପ୍ରତିଶତ ଯୋଗଦାନର ୮.୩୩ ପ୍ରତିଶତ ହୋଇଥାଏ । ସରକାର ମଧ୍ୟ ଏଥିରେ ଯୋଗଦାନ ଦେଇଥାନ୍ତି । ତେବେ ଏହି ରକମ ବେସିକ୍ ସାଲାରୀର ୧.୧୬ ପ୍ରତିଶତରୁ ଅଧିକ ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏହି ଖବର ଜରିଆରେ ପ୍ରୋଭିଡେଣ୍ଟ ପେନସନ ଫଣ୍ଡ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ ଜଣାଇବୁ , ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ…

ଫ୍ୟାମିଲି ପେନସନ କଣ

କୌଣସି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତି କିମ୍ବା ପତ୍ନୀଙ୍କୁ ପେନସନ ମିଳିଥାଏ । ଯଦି କର୍ମଚାରୀଙ୍କର କୌଣସି ସନ୍ତାନ ଅଛନ୍ତି ତେବେ ତାଙ୍କର ଦୁଇ ସନ୍ତାନକୁ ମଧ୍ୟ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ପେନସନ ମିଳିଥାଏ । ଯଦି କର୍ମଚାରୀ ଜଣକ ବିବାହ କରିନାହାଁନ୍ତି ତେବେ ଏହି ଟଙ୍କା ତାଙ୍କ ନୋମିନଙ୍କୁ ମିଳିବ । ସେହିପରି କର୍ମଚାରୀ ଜଣକଙ୍କର ଯଦି କୌଣସି ନୋମିନ ନାହାଁନ୍ତି ତେବେ ଏଭଳି ପରିସ୍ଥିତିରେ ପେନସନର ହକଦାର ମୃତ କର୍ମଚାରୀଙ୍କ ଉପରେ ନିର୍ଭର କରୁଥିବା ତାଙ୍କ ବାପା ମାଆଙ୍କୁ ମିଳିବ । ତାଙ୍କୁ ଏହି ପେନସନ ଆଜୀବନ ମିଳିବ ।

ଦୁଇ ପତ୍ନୀ ମଧ୍ୟ ହକଦାର

ଯଦି କୌଣସି କର୍ମଚାରୀଙ୍କର ଦୁଇଟି ପତ୍ନୀ ରହିଛି ତେବେ ତାଙ୍କ ମୃତ୍ୟୁପରେ ପେନସନର ହକଦାର ତାଙ୍କର ପ୍ରଥମ ପତ୍ନୀ ହେବ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଏହି ପେନସନ ମିଳିବ । ଏଭଳି ଭାବରେ ଯଦି ମୃତକଙ୍କ ପତ୍ନୀ କିମ୍ବା ପତିଙ୍କ ମୃତ୍ୟୁ ହୋଇଯାଏ କିମ୍ବା ସେ ଦ୍ୱିତୀୟ ବିବାହ କରନ୍ତି ତେବେ ତାଙ୍କ ସନ୍ତାନମାନଙ୍କୁ ଏହି ପେନସନ ମିଳିବ । ମୃତ କର୍ମଚାରୀଙ୍କ ଦିବ୍ୟାଙ୍ଗ ସନ୍ତାନ ବି ଏହି ପେନସନର ହକଦାର ଅଟନ୍ତି ।
ଏଠାରେ ଆମେ କହି ରଖୁଛୁ କି, ଇପିଏଫ ତରଫରୁ ଫ୍ୟାମିଲ ପେନସନ ପାଇଁ ସର୍ବନିମ୍ନ ୧୦ ବର୍ଷ କାଳ ଚାକିରି କରିଥିବା ବାଧ୍ୟତାମୂଳକ ବୋଲି ସ୍ଥିର କରାଯାଇଛି । ଅର୍ଥାତ୍ ୧୦ ବର୍ଷ ପୂରଣ ହେବା ପୂର୍ବରୁ ଯଦି କର୍ମଚାରୀଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ପେନସନ ମିଳିବ ।