୩୬ ମାସ କାଳ ଟଙ୍କା ଜମା ନକରିଥିଲେ ବି ଆକ୍ଟିଭ ରହିଥାଏ ପିଏଫ ଖାତା । ମୁହୂର୍ତ୍ତକ ମଧ୍ୟରେ ଏଭଳି ଉଠାଇ ପାରିବେ ଟଙ୍କା ।

ନିଷ୍କ୍ରିୟ ପିଏଫ ଖାତାରୁ ବି ଉଠାଇପାରିବେ ଟଙ୍କା

722

ଯେତେବେଳେ କୌଣସି ପିଏଫ ଆକାଉଂଟରେ ୩୬ ମାସ ପର୍ଯ୍ୟନ୍ତ କୌଣସି ବି ଅର୍ଥରାଶି କ୍ରେଡିଟ୍ ହୋଇନଥାଏ ଏବଂ ଏହି ସମୟରେ ଜମା ଥିବା ଟଙ୍କାକୁ ଉଠାଇବା କିମ୍ବା ଟ୍ରାନ୍ସଫର କରିବା ପାଇଁ ବି କୌଣସି ଆବେଦନ କରାନଯାଏ ତେବେ  ଉକ୍ତ ଆକାଉଂଟକୁ Inoperative account ତଥା ନିଷ୍କ୍ରିୟ ଖାତା ବୋଲି ଘୋଷଣା କରିଦିଆଯାଏ । ହେଲେ ନିଷ୍କ୍ରିୟ ହୋଇଥିଲେ ବି ପିଏଫ ଆକାଉଂଟ ଆକ୍ଟିଭ ରହିଥାଏ ।

ନିଷ୍କ୍ରିୟ ଖାତାରେ ସେହି ସମସ୍ତ ଖାତା ବି ସାମିଲ ରହିଥାଏ, ଯେଉଁଥିରେ କି ଆପଣ ଫଣ୍ଡ ଉଠାଇବା ପାଇଁ ଆବେଦନ ତ କରିଥିଲେ, ହେଲେ କୌଣସି କାରଣରୁ ତାହା ଫେଲ ହୋଇଯାଇଥିଲା ଏବଂ ଏହାପରେ ଆପଣ ତାକୁ ଉଠାଇବାର କଷ୍ଟ ବି କରିନଥିଲେ । ତେବେ ନୂଆ ଚାକିରି ମିଳିଯିବା ଦ୍ୱାରା ଅଧିକାଂଶ ଲୋକେ ଖାତା ଟ୍ରାନ୍ସଫର ପ୍ରକ୍ରିୟା ଜଟିଳ ହେବା କାରଣରୁ ବି ତାକୁ ସେମେତିରେ ଛାଡି ଦେଇଥାନ୍ତି , ହେଲେ ଏବେ ଏଭଳି ହୋଇ ରହିନାହିଁ । ଯଦି ଆପଣଙ୍କ ନିକଟରେ ବି ଏଭଳି କୌଣସି ପିଏଫ ଖାତା ରହିଛି ତେବେ ଏଥିପାଇଁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାହିଁକି ନା ଆପଣଙ୍କର ଏହି ଟଙ୍କା ବୁଡିଯାଇନି । ବରଂ ଏହି ଟଙ୍କାକୁ ଆପଣ ଉଠାଇ ବି ପାରିବେ । ତେବେ କିଭଳି ଏବଂ କେମିତି ଏହା ସମ୍ଭବ , ତାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

 କିପରି କରିବେ ବନ୍ଦୋବସ?

• ଏଭଳି ଖାତାଗୁଡିକର ସମସ୍ୟାର ସମାଧାନ କରିବା ପାଇଁ ଇପିଏଫଓ ତରଫରୁ ଏକ ହେଲ୍ପ ଡେକ୍ସ ଆରମ୍ଭ କରାଯାଇଛି ।

• ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଇପିଏଫଓର ଆଧିକାରୀକ ୱେବସାଇଟକୁ ଯିବାକୁ ହେବ ।

• ଏଠାରେ Our services ଡ୍ରାପଡାଉନରେ  For employees ର ବିକଳ୍ପ ଚୟନ କରିବାକୁ ହେବ ।

• ଏହା ଉପରେ କ୍ଲିକ୍  କରିବା ପରେ ଆପଣଙ୍କ  ସାମନାରେ ସର୍ଭିସେସ ନାଁରୁ ଏକ ଟ୍ୟାବ ଖୋଲିବ ।

• ଏହି ଟ୍ୟାବରେ ସବା ଶେଷରେ ଆପଣଙ୍କୁ Inoperative A/c Helpdeskର ବିକଳ୍ପ ମିଳିବ, ଯେଉଁଥିରେ କ୍ଲିକ୍ କରିବା ଦ୍ୱାରା ପେଜ ଓପନ ହେବ ।

• ନୂଆ ପେଜର ଠିକ୍ ମଧ୍ୟ ଭାଗରେ ନଜର ଆସୁଥିବା  First time user Click here to Proceed ବାଲା ବିକଳ୍ପ ଉପରେ କ୍କିକ୍ କରିବାକପ ହେବ ।

• ଏଠାରେ ଏକ ମେସେଜ ବକ୍ସ ଥିବ, ଯେଉଁଥିରେ ଆପଣଙ୍କୁ ସର୍ବାଧିକ ୧୦୦୦ ଶଦ୍ଦରେ ନିଜର ପୂରା କଥା ଉପସ୍ଥାପନା କରିବାକୁ ହେବ । ଏଥିରେ ଆପଣଙ୍କର ପିଏଫ ଆକାଉଂଟ କେତେ ପୁରୁଣା ଏବଂ କଣ ସମସ୍ୟା ରହିଛି, ତାର ପୂରା ବିବରଣୀ ମଧ୍ୟ ଦେଇପାରିବେ ।

• ଏହାପରେ ନେକଷ୍ଟ ବଟନ ଦବାଇବା କ୍ଷଣି ହିଁ ଏଠାରେ ପୁଣି ଏକ ନୂଆ ଓିଣ୍ଡୋ ଖୋଲିବ । ଏଥିରେ ନିଜର ପିଏଫ ଖାତା ସହ ଜଡିତ ଯାହା ବି ସୂଚନା ଆପଣଙ୍କ ନିକଟରେ ରହିଛି , ତାକୁ ଦେବାକୁ ପଡିବ । ଏହି ସୂଚନା ଆପଣଙ୍କର ପିଏଫ ଖାତାକୁ ଆଇଡେଂଟି କରିବାରେ ସହାୟତା କରିବ ।

• ଏହାପରେ ଅଲଗା ପେଜ ଓପନ ହେବା ଦ୍ୱାରା ନିଜର ନାଁ, ମୋବାଇଲ ନମ୍ବର ଏବଂ ଜନ୍ମତାରିଖ ଦାଖଲ କରି ଓଟିପି ଜେନରେଟ କରନ୍ତୁ ।

• ମୋବାଇଲରେ ଆସିଥିବା ଓଟିପିକୁ ଏଠାରେ ଏଂଟର କରିବା ପରେ ଏକ ରେଫରେନ୍ସ ନମ୍ବର ଜେନରେଟ ହେବ, ଯାହାକୁ ଆପଣଙ୍କୁ ନୋଟ୍ କରି ରଖିବାକୁ ହେବ ।

• ଏହାପରେ ଇପିଏଫଓ ଡିଟେଲର ଯାଂଚ କରିବ ଏବଂ ରେଫରେନ୍ସ ନମ୍ବର ସହିତ ଏସଏମଏସ ମାଧ୍ୟମରେ ଖାତାଧାରକଙ୍କୁ ସୂଚିତ କରିବ ।

• ଏହାପରେ ଯଦି ଏହି ଆକାଉଂଟରେ ଜମା ରହିଥିବା ଟଙ୍କାକୁ ଆପଣ ଉଠାଇବାକୁ ଚାହୁଛନ୍ତି ତେବେ ଫର୍ମ ୧୯ ଭରି ତାକୁ ଇପିଏଫଓରେ ଜମା କରିବାକୁ ହେବ ।