ମାସକର ଚାକିରିରେ ଯଦି କର୍ମଚାରୀର ହୋଇଯାଏ ମୃତ୍ୟୁ: ତେବେ ପରିବାର ଲୋକଙ୍କୁ ତୁରନ୍ତ ଦିଆଯିବ ୬ ଲକ୍ଷ ଟଙ୍କା, ଜାଣନ୍ତୁ ଇପିଏଫଓ ସହ ଜଡିତ କିଛି ଖାସ୍ ନିୟମ

ପିଲାଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ମିଳିବ ପେନସନର ୨୫ ପ୍ରତିଶତ ଭାଗ

1,267

ବ୍ୟସ୍ତ ବହୁଳ ଜୀବନରେ ମଣିଷ ଜୀବନର କୌଣସି ଭରଷା ନାହିଁ । ସେହିପରି ଯଦି କୌଣସି ଚାକିରିଆ ବ୍ୟକ୍ତିର ମୃତ୍ୟୁ ଅଚାନକ୍ ହୋଇଯାଏ ତେବେ ତାଙ୍କ ପରିବାର ଲୋକଙ୍କୁ ଅନେକ ଅସୁବିଧା ସାମନା କରିବାକୁ ପଡିଥାଏ । ତେବେ ଏଭଳି ପରିସ୍ଥିତିରେ ଇପିଏଫଓ ଏଭଳି ଚାକିରିଆଙ୍କ ପରିବାର ଲୋକଙ୍କ ପାଇଁ ସାହାରା ବନିପାରେ । ଏକଥା ଆମେ କହୁନାହିଁ ବରଂ ଇପିଏଫଓର ନିୟମ କହୁଛି ।

ଇପିଏଫଓ ନିୟମାନୁସାରେ, ଯଦି କୌଣସି ବ୍ୟକ୍ତିର ଚାକିରିରେ ଜଏନ କରିବାର ଏକ ମାସ ପରେ ମୃତ୍ୟୁ ହୋଇଯାଏ ତେବେ ନୋମିନୀକୁ ପେନସନ ଦିଆଯାଇଥାଏ । ଏହାଛଡା ଯଦି ବ୍ୟକ୍ତିଙ୍କର କୌଣସି ସନ୍ତାନ ରହିଛି ତେବେ ତାଙ୍କର ୨ ଜଣ ପିଲାଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ପେନସନର ୨୫ ପ୍ରତିଶତର ରକମ ପ୍ରତିମାସ ଦିଆଯାଇଥାଏ । ଏଥିସହିତ ହିଁ ନୋମିନୀଙ୍କୁ ୬ ଲକ୍ଷ ଟଙ୍କାର ବୀମା କ୍ଲେମ ମଧ୍ୟ ଦିଆଯାଇଥାଏ ।

ଏହାବ୍ୟତୀତ ଇପିଏଫଓର ଏଭଳି ଅନେକ ନିୟମ ରହିଛି ଯାହା ସଂପର୍କରେ ସମସ୍ତଙ୍କୁ ଜଣାନଥାଏ, କିନ୍ତୁ ଲୋକଙ୍କ ନିକଟରେ ଏସମ୍ବନ୍ଧିୟ ସୂଚନା ରହିବା ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ..

• ଯଦି କୌଣସି ବି ବ୍ୟକ୍ତି ୨ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବେରୋଜଗାର ବସେ ତେବେ ସେ ନିଜର ପିଏଫ ଉଠାଇପାରିବେ ।

• ଯଦି କୌଣସି ବ୍ୟକ୍ତି ୫ ବର୍ଷ କିମ୍ବା ଏହାଠୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରତିମାସ ନିଜର ପିଏଫ କାଟନ୍ତି ତେବେ ତାଙ୍କୁ ଟଙ୍କା ଉଠାଇବା ସମୟରୋ ଇନକମ ଟ୍ୟାକ୍ସ ଦେବାକୁ ପଡିନଥାଏ ।

• ଏହାବ୍ୟତୀତ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ କଂପାନୀ ବନ୍ଦ ହେବା କାରଣରୁ ଯଦି ବ୍ୟକ୍ତିର ଚାକିରି ଚାଲିଯାଏ ତେବେ ବି ତାଙ୍କୁ ପିଏଫ ଉଠାଇବା ସମୟରେ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

• ଏଥିସହିତ ହିଁ ବ୍ୟକ୍ତି ଯଦି ଘର କିଣନ୍ତି କିମ୍ବା ଫ୍ୟାମିଲୀରେ କାହାର ବିବାହ ପାଇଁ ଆଡଭାନ୍ସ ପିଏଫ ଉଠାଇପାରିବେ । ବ୍ୟକ୍ତି ପରିବାରର କୌଣସି ବି ସଦସ୍ୟ ଯେପରିକି ପିଲା, ଭାଇ, ଭଉଣୀ କିମ୍ବା ନିଜର ବିବାହ ପାଇଁ ନିଜ ଆକାଉଂଟରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ । ମାତ୍ର ଏଥିପାଇଁ ସବସ୍କ୍ରାଇବର ଇପିଏଫଓର ୭ ବର୍ଷ ଧରି ମେମ୍ବର ହୋଇଥିବା ଆବଶ୍ୟକ ।

• ଏଥିସହିତ ହିଁ ବ୍ୟକ୍ତି ନିଜ ପିଲାଙ୍କର ପାଠପଢା ପାଇଁ ନିଜର ଇପିଏଫଓରୁ ସୁଧ ସହିତ ଜମା କରିଥିବା ଟଙ୍କାର ୫୦ ପ୍ରତିଶତ ଭାଗ ଉଠାଇପାରିବେ । ହେଲେ ଏଥିପାଇଁ ବି ସେ ଇପିଏଫଓର ୭ ବର୍ଷର ମେମ୍ବର ହୋଇଥିବା ଜରୁରୀ ।