ରେଳ ବିଭାଗରେ ନିଯୁକ୍ତି ନେଇ ପୁଣି ବାହାରିଲା ବିଜ୍ଞପ୍ତି । ୬୫ ବର୍ଷ ବୟସର ବ୍ୟକ୍ତିଙ୍କୁ ବି ମିଳିବ ସୁଯୋଗ । ଜାଣନ୍ତୁ କେଉଁଠି ଓ କେମିତି କରିବେ ଆବେଦନ

51

ବେରୋଜଗାରୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇ ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଇଷ୍ଟ ରେଲୱେରେ ଅନେକ ପଦରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରିଛି । ଯେଉଁଥିରେ ଟ୍ରାକ୍ ମ୍ୟାନ ପାଇଁ ୨ ହଜାର ୬୦୦ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ପାଇଁ ରେଳ କର୍ମଚାରୀ ସୁରକ୍ଷା ସେବା ନିବୃତ ଯୋଜନା ଅନ୍ତର୍ଗତ ସେବାର ଲାଭ ନେଇନାହିଁ । ଏବଂ ଅନ୍ୟ ଯୋଗ୍ୟତାଗୁଡିକ ନିର୍ଧାରିତ କରାଯାଇଛି । ଯୋଗ୍ୟତା ସହ ସମ୍ବନ୍ଧିତ ସୂଚନା ପାଇଁ ଆପଣ ରେଲୱେ ବୋର୍ଡର ଆଧିକାରୀକ ୱେବସାଇଟ http://www.nr.indianrailways.gov.inକୁ ଯାଇ ପାଇପାରିବେ ।

ତେବେ ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ଅକ୍ଟୋବର,୨୦୧୮ । ଆଶାୟୀପ୍ରାର୍ଥୀ ନିଜ ଦସ୍ତାବିଜକୁ ଭେରିଫାଏ କରିବା ପାଇଁ ଏବଂ ଆଶାୟୀପ୍ରାର୍ଥୀଙ୍କ ଫଟୋ କପି ସହିତ ନିର୍ଧାରିତ ଠିକଣାରେ ପହଂଚିବାକୁ ହେବ । ଆଶାୟୀପ୍ରାର୍ଥୀଙ୍କ ବୟସ, ଆବଦେନ କରିବାର ପ୍ରକ୍ରିୟା, ପଦ ସଂପର୍କିତ ବିବରଣୀ ଏବଂ ଅନ୍ୟାନ୍ୟ ସୂଚନା ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋନା କରିଛୁ ।

ପଦବୀ ସଂଖ୍ୟ:୨,୬୦୦

ପଦବୀ ସଂପର୍କିତ ତଥ୍ୟ: ଟ୍ରାକମ୍ୟାନ

ଯୋଗ୍ୟତା: ରେଳ କର୍ମଚାରୀ ସୁରକ୍ଷା ସମ୍ବନ୍ଧି ସେବା ନିବୃତ ଯୋଜନା ଅନ୍ତର୍ଗତ ସେବା ନିବୃତ ନହୋଇଥିବା ଆବଶ୍ୟକ ଏବଂ ଅନ୍ୟ ନିର୍ଧାରିତ ଯୋଗ୍ୟତା ।

ବୟସ ସୀମା: ସର୍ବାଧିକ ୬୫ ବର୍ଷ

ଆବେଦନ କରିବାର ଶେଷ ତାରିଖ: ୧୫ ଅକ୍ଟୋବର, ୨୦୧୮