ରାଂଚିର ଡା.ଶ୍ୟାମା ପ୍ରସାଦ ମୁଖାର୍ଜି, ରୋଗୀଙ୍କଠାରୁ ନିଅନ୍ତି ମାତ୍ର ୫ ଟଙ୍କା ଫିସ୍ । ମିଳିଲା ପଦ୍ମଶ୍ରୀ ସମ୍ମାନ

176

ଚଳିତ ବର୍ଷ କେନ୍ଦ୍ର ସରକାର ଏଭଳି ଅନେକ ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି, ଯେଉଁମାନେ କି ଜଣେ ଜଣେ ସାଇଲେଂଟ ହିରୋ ସାଜି ନିଜର କର୍ତ୍ତବ୍ୟକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ତେବେ ଏଭଳି ହିଁ ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଝାଡଖଣ୍ଡ ରାଂଚିର ଡା.ଶ୍ୟାମା ପ୍ରସାଦ ମୁଖାର୍ଜି, ଯାହାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

କେନ୍ଦ୍ର ଦ୍ୱାରା ସମ୍ମାନିତ କରାଯିବା ଅସବରରେ  ଡା. ମୁଖାର୍ଜି କହିଛନ୍ତି କି, ‘ଏହା ମୋର ଏବଂ ମୋ ନିକଟକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ବଡ ସମ୍ମାନର ବିଷୟ । ମୁଁ ରୋଗୀଙ୍କର ଚିକିତ୍ସା କରିବା ସେତେବେଠାରୁ ଆରମ୍ଭ କରିଥିଲି  , ଯେତେବେଳେ ମୁଁ ମୋର ପାଠପଢା ଶେଷ କରିଥିଲି । ମୁଁ ଏବେବି ଫିସ୍ ବାବଦକୁ କେବଳ ୫ ଟଙ୍କା ହିଁ ନେଉଛି ।’

ରୋଗୀଙ୍କ ପାଇଁ ଭଗବାନ ପାଲଟିଥିବା ଡା. ମୁଖାର୍ଜି ୧୯୫୭ରେ ନିଜର ଲାଲପୁର ପେଥଲାବରେ ବସି ହିଁ ରୋଗୀଙ୍କର ଚିକିତ୍ସା କରୁଛନ୍ତି ଆଉ ବଦଳରେ ପାରିଶ୍ରମିକ ବାବଦକୁ ନେଉଛନ୍ତି ମାତ୍ର ୫ଟି ଟଙ୍କା । ମୁଖାର୍ଜି ଏବେ ଗରିବଙ୍କ ଡାକ୍ତର ଭାବେ ପରିଚିତ ।  ତେବେ ସେ କୁହନ୍ତି କି, ‘ମୁଁ ଏହି ସେବା କୌଣସି ପୁରସ୍କାର କିମ୍ବା ସମ୍ମାନ ପାଇଁ କରୁନାହିଁ , କିନ୍ତୁ ସରକାର ମୋତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି ତାହା ମୋ ପାଇଁ ଗର୍ବର ବିଷୟ ’ ।