ସରକାରଙ୍କ ବଡ ନିଷ୍ପତି : ଏଣିକି ବିନା ଟଙ୍କାରେ ଏଟିଏମ କାର୍ଡ ଜରିଆରେ ହେବ ରୋଗୀମାନଙ୍କ ଚିକିତ୍ସା, ଜାଣନ୍ତୁ କିପରି

31

ଖୁବ୍ ଶୀଘ୍ର ଏହି ସୁବିଧା ରେଳ କର୍ମଚାରୀମାନଙ୍କୁ ମିଳିବାକୁ ଯାଉଛି । ରେଳ କର୍ମଚାରୀମାନେ ଖୁବ୍ ଶୀଘ୍ର ହିଁ ଏଟଏମ କାର୍ଡ ଜରିଆରେ ନିଜର ବେଂ ନିଜ ପରିବାର ଲୋକଙ୍କ ଚିକିତ୍ସା କରିପାରିବେ । ଏଥିରେ ଫରକ କେବଳ ଏତିକି ରହିଛି କି, ଏହି ଏଟିଏମ କାର୍ଡରୁ ଟଙ୍କା ବାହାର କରିପାରିବେ ନାହିଁ । ରେଳ କର୍ମଚାରୀମାନଙ୍କୁ ଜାରି ହେବାକୁ ଯାଉଥିବା ଏହି ମେଡିକାଲ କାର୍ଡରେ ସମାନତା ଆଣିବା ପାଇଁ ଏବେ ରେଳ କର୍ମଚାରୀମାନଙ୍କୁ ଏଟିଏମ କାର୍ଡ ଭଳି ମେଡିକାଲ କାର୍ଡ ପ୍ରଦାନ କରାଯିବ । ଯାହାକି ଦେଖିବାକୁ ଅବିକଳ ଏଟିଏମ କାର୍ଡ ଭଳି ହିଁ ରହିଛି । ଏସଂପର୍କରେ ରେଳ ମନ୍ତ୍ରାଳୟ ନିର୍ଦ୍ଦଶନାମା ବି ଜାରି କରିଦେଇଛି । ଡିଜିଟାଲ ଇଣ୍ଡିଆକୁ ଅଧିକ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ରେଳମନ୍ତ୍ରାଳୟ ଏଭଳି ନିଷ୍ପତି ନେଇଛି । ଏହାଦ୍ୱାରା ବର୍ଷ ବର୍ଷ ଧରି ଚାଲି ରହିଥିବା ମାନୁଆଲ ସିଷ୍ଟମରେ କିଛିମାତ୍ରାରେ ସୁଧାର ଆସିପାରେ ।

ସୂଚନା ମୁତାବକ, ରେଳ ମନ୍ତ୍ରାଳୟ ତରଫରୁ କାର୍ଯ୍ୟରତ ଏବଂ ସେବାନିବୃତ ହୋଇସାରିଥିବା କର୍ମଚାରୀମାନଙ୍କ ପାଇଁ ପୃଥକ ପୃଥକ କାର୍ଡ ଜାରି କରାଯିବ । ଏଥିରେ ସବୁକିଛି ଏସମାନ ଭଳି ରହିବ । କିନ୍ତୁ ଉପରୀ ସ୍ତରରେ କିଛି ପରିବର୍ତ୍ତନ କରାଯିବ । ପ୍ରତ୍ୟେକ ରେଳ କର୍ମୀଙ୍କୁ ଅଲ ଇଣ୍ଡିଆ ୟୁନିକ ନମ୍ବର ଯୁକ୍ତ ମେଡିକାଲ କାର୍ଡ ଜାରି କରାଯିବ । ଏହି କାର୍ଡ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ବି ମିଳିବ । ତେବେ ଏହି ମେଡିକାଲ କାର୍ଡର ସୁବିଧା କର୍ମଚାରୀଙ୍କ ପଦବୀ ଅନୁସାରେ ମିଳିବ ।

ପଦୋନ୍ନତି ଅନୁସାରେ, ନୂଆ କାର୍ଡ ଜାରି କରାଯିବ । ରେଳ କର୍ମୀଙ୍କ ଆଶ୍ରିତ ବୟସ ଯଦି ୧୫ ବର୍ଷ କିମ୍ବା ଏଠାରୁ କମ ରହିଛି ତେବେ ତାଙ୍କୁ ପାଂଚ ବର୍ଷ ପାଇଁ ଏହି ସୁବିଧା ପ୍ରଦାନ କରାଯିବ । ଏହି ସମୟ ସୀମା ପୂରଣ ହେବା ପରେ ଏହି କାର୍ଡର ନବିକରଣ କରିବାକୁ ପଡିବ । ସେହିପରି ଆଶ୍ରିତଙ୍କ ବୟସ ୧୫ ବର୍ଷରୁ ଅଧିକ ହୋଇଥିଲେ ତାଙ୍କୁୁ ୪୦ ବର୍ଷ ବୟସ ହେବା କ୍ଷଣି ହିଁ କାର୍ଡକୁ ନବୀକରଣ କରିବାକୁ ହେବ ।