ଆଉ ଦୌଡିବାକୁ ପଡିବନି ସରକାରୀ ଅଫିସ । ଏଣିକି ଘରେ ପହଂଚିବ ସରକାରଙ୍କର ୪୦ ସେବା

78

ସରକାରଙ୍କର କୌଣସି ବି ସେବା ପାଇଁ ଏଣିକି ଜନତାଙ୍କୁ ଆଉ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ସରକାରଙ୍କ ନିର୍ଦ୍ଦେଶିତ ପାଖାପାଖି ୪୦ଟି ସେବା ଏବେ ଲୋକଙ୍କ ଘରେ ଯାଇ ପହଂଚିବ । ପିଇବା ପାଣି ଠାରୁ ଆରମ୍ଭ କରି ବିବାହ ସାର୍ଟିଫିକେଟ ପର୍ଯ୍ୟନ୍ତ ଅନେକ ସରାକାରୀ ସେବାଗୁଡିକର ସୁବିଧା ଲୋକେ ଏବେ ନିଜ ଘରେ ବସି ପାଇପାରିବେ । ତେବେ ଏଭଳି ବ୍ୟବସ୍ଥାର ଘୋଷଣା କରିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।

ମନିଷଙ୍କ କହିବା ମୁତାବକ, ଏହି ଯୋଜନା ଦ୍ୱାରା ସରକାରୀ କାର୍ଯ୍ୟାଳୟଗୁଡିକୁ ବାରମ୍ବାର ଦୌଡିବାରୁ ଲୋକଙ୍କୁ ମୁକ୍ତି ମିଳିବ । ତେବେ ମନିଷ ଏହାକୁ ‘ସରକାରଙ୍କୁ ସାଧାରଣ ଜନତାଙ୍କ ଦରବାରରେ ଆଣିବା’ ତଥା ‘ପ୍ରଶାସନର ହୋମ ଡେଲିଭରୀ’ ନାମରେ ନାମିତ କରିଛନ୍ତି । ଖାଲି ସେତିକି ନୁହେଁ, ପ୍ରତ୍ୟେକ ନାଗରିକଙ୍କୁ ଏହି ସେବାଗୁଡିକ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ ପ୍ରଦାନ କରାଯିବ । ହେଲେ ଏଥିପାଇଁ ସେମାନଙ୍କଠାରୁ ଏକ ସାଧାରଣ ଶୁଳ୍କ ଆଦାୟ କରାଯିବା ବେଳେ ଏହାର ଦାୟିତ୍ୱ କୌଣସି ଘରୋଇ କଂପାନୀକୁ ନ୍ୟସ୍ତ କରାଯିବା ନେଇ ମନ୍ତ୍ରୀ ସୂଚନା କହିଛନ୍ତି । ନୂଆ ଯୋଜନା ମୁତାବକ, ଯଦି କୌଣସି ବ୍ୟକ୍ତି ସରକାରଙ୍କଠାରୁ କୌଣସି ସାର୍ଟିଫିକେଟ୍ ଚାହୁଁଛନ୍ତି ତେବେ ତାଙ୍କୁ କଲ ସେଂଟର ଉପରେ ଟେଲିଫୋନ କରିବାକୁ ପଡିବ । ଏହାପରେ ‘ମୋବାଇଲ ସହାୟକ’ ଆବେଦନକାରୀଙ୍କ ଘର କିମ୍ବା କାର୍ଯ୍ୟାଳୟକୁ ଯାଇ କିଛି ଜରୁରୀ ଦସ୍ତାବିଜକୁ ସଂଗ୍ରହ କରିବା ସହିତ ତାଙ୍କର ଫଟୋ ଏବଂ ବାୟୋମେଟ୍ରିକ ବିବରଣୀ ଦାଖଲ କରିବ । ଏହାପରେ ଯାଇ ଆବେଦନ ପ୍ରକ୍ରିୟା ପୁରଣ ହେବ ।

ଆବେଦକ ‘ମୋବାଇଲ ସହାୟକ’କୁ ନିର୍ଦ୍ଧାରିତ ଆବେଦନ ଶୁଳ୍କର ପେମେଂଟ କରିପାରିବେ । ଯେଉଁ ୪୦ଟି ସେବା ଗୁଡିକୁ ଏହାର ଅର୍ନ୍ତଭୂକ୍ତ କରାଯାଇଛି ସେଗୁଡିକ ମଧ୍ୟରେ ଓବିସି ଏବଂ ଏସସି/ଏସଟି ସାର୍ଟିଫିକେଟ୍ , ମୋଟର ପଂଜିକରଣ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ, ଦିବ୍ୟାଙ୍ଗ ଏବଂ ବୃଦ୍ଧ ସାର୍ଟିଫିକେଟ ସହିତ ସିୱେଜ୍ କନେକସନ ଭଳି ସେବାଗୁଡିକ ସାମିଲ ରହିଛି । ଏହି ସେବାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଭାରତର ପ୍ରଥମ ସେବା ଭାବେ ପ୍ରତିପାଦନ କରିଥିବା ସହ ଏଥିରେ ସମସ୍ତ ସରକାରୀ ସେବାଗୁଡିକୁ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଯୋଜନା ୩ରୁ ୪ ମାସରେ ଲାଗୁ କରାଯିବ ।

ସୌଜନ୍ୟ: ନ୍ୟୁଜ୍-୧୮