ସାବଧାନ୍ ! ବିବାହ ଉତ୍ସବରେ ବାଣ ଫୁଟିଲା ତ ବର ସହିତ ତାଙ୍କ ବାପାଙ୍କୁ ବି ହେବ ଜେଲ, ଝିଅ ଘର ଲୋକଙ୍କୁ ମଧ୍ୟ ଦେବାକୁ ପଡିବ ଜରିମାନା

2,711

ସାବଧାନ, ଏଣିକି ବିବାହ ଉତ୍ସବରେ ବାଣ ଫୁଟିଲେ ବରକୁ ହେବ ଜେଲ । କେବଳ ବରକୁ ନୁହେଁ ବରଂ ବର ସହିତ ତାଙ୍କ ବାପାଙ୍କୁ ବି ଜେଲର ହାୱା ଖାଇବାକୁ ପଡିବ । ଆଉ ସେ ବି ପୁଣି ଅତି କମରେ ୧୫ ଦିନ । ତେବେ ଭୟ କରିବାର କିଛି ଦରକାର ନାହିଁ । କାହିଁକି ନା ଏଭଳି କଟକଣା ଓଡିଶାରେ ନୁହେଁ ବରଂ ଦିଲ୍ଲୀରେ ଲାଗୁ କରାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଦିଲ୍ଲୀର ଗୋତମବୁଦ୍ଧ ନଗର ଜିଲ୍ଲାରେ ଏବେ ବିବାହ ସମାରୋହରେ ଆତସବାଜି ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପରିକି ଯଦି କୌଣସି ବିବାହ ଉତ୍ସବରେ ବାଣ ଫୁଟେ ତେବେ ବାହା ହେଉଥିବା ବର ଏବଂ ବରର ବାପାଙ୍କୁ ବି ଜେଲ ଯିବାକୁ ପଡିବ । ଆଉ ସେ ବି ପୁଣି ୧୫ ଦିନ କାଳ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଠାରେ ବିବାହ ଉତ୍ସବ ବାଣ ଫଟାଇବାର ଉଭୟ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ବି ଲୋକେ ପୁଲିସ ନିକଟକୁ ପଠାଉଛନ୍ତି । ଆଉ ଏହି ସବୁ ଫଟୋ ଏବଂ ଭିଡିଓକୁ ଆଧାର କର ପୁଲିସ ଘଟଣାସ୍ଥଳରେ ପହଂଚି ମାମଲା ରୁଜ କରିବା ସହିତ ବର ଏବଂ ବରର ବାପାଙ୍କୁ ଗିରଫ କରାଯାଉଛି  । ତେବେ ଏଥିପାଇଁ ଗୌତମବୁଦ୍ଧ ନଗର ଜିଲ୍ଲାକାରୀ ପୁଲିସକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ପାଳନ କରୁବାକୁ ଆଦେଶ ଦେଇଛନ୍ତି ।

ଖାଲି ଏତିକି ନୁହେଁ ଜିଲ୍ଲାଧିକାରୀ ଲୋକଙ୍କୁ ଅନୁରୋଧ କରିଛନ୍ତି କି, ସେମାନେ ବିବାହ ଉତ୍ସବରେ ହେଉଥିବା ଆତସବାଜିର ଭିଡିଓ ବନାଇ ପୁଲିସ-ପ୍ରଶାସନକୁ ପଠାନ୍ତୁ । ଭିଡିଓ ପଠାଇଥିବା ବ୍ୟକ୍ତି ବିଶେଷଙ୍କର ପରିଚୟ ଗୋପନୀୟ ରଖାଯିବ । ଟେଲିଫୋନରୁ ଏନେଇ ସୂଚନା ଦେଇପାରିବେ ।  ଆଉ ସୂଚନା ପାଇବା କ୍ଷଣି ହିôଁ ପୁଲିସ ଅଧିକାରୀ ବିବାହ ସମାରୋହରେ ପହଂଚି ଉଭୟ ବର ଏବଂ ବରର ବାପାକୁ ଗିରଫ କରିବ ।

ସେହିପରି ଝିଅର ବାପାଙ୍କ ବିରୋଧରେ ବି ଜରିମାନା ଲାଗୁ ହେବ । ଏହାବ୍ୟତୀତ ବିବାହ ସମାରୋହରେ ରାତି ୧୦ଟା ପରେ ଉଚ୍ଚ ସ୍ୱରରେ ଗୀତ କିମ୍ବା ଡିଜେ ବଜାଇଲେ , ଉଭୟ ବର ଏବଂ ତାଙ୍କ ବାପାଙ୍କୁ ଧାରା-୧୫୧ରେ ୧୫ ଦିନ ପାଇଁ ଜେଲ ପଠାଯିବ । ଏଥି ସହିତ ହିଁ ଝିଅର ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଠାରେ ଆମେ କହି ରଖୁଛୁ କି, ବ୍ରାହ୍ମଣ ଏବଂ ଯାଦବ ସମାଜ ଅଧିକାଂଶ ସମୟରେ ପଂଚାୟତ କରି ଲୋକଙ୍କୁ ବିବାହ କାର୍ଯ୍ୟକ୍ରମରେ ଫାଲତୁ ଖର୍ଚ୍ଚ ରୋକିବା ପାଇଁ ଆତସବାଜି ଏବଂ ଉଚ୍ଚ ଶଦ୍ଦ କାରୀ ଗୀତ ବା ଡିଜେ  ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି । ତେବେ ବାଣ ଦ୍ୱାରା ହେଉଥିବା କ୍ଷତିକୁ ନେଇ ବିଭିନ୍ନ ପ୍ରକାରର ଅଧ୍ୟୟନ ହୋଇସାରିଛି । ବାଣରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ତ ବିପଦଜ୍ଜନକ ହୋଇଥାଏ ହେଲେ ଏଥିରୁ ବାହାରୁ ଥିବା ରଶ୍ମୀ ଏବଂ ଉଚ୍ଚ ଶଦ୍ଦ ବି ଲୋକଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ ।