ଦିଲ୍ଲୀ ସରକାର କନଟ୍ରାକ୍ଟରେ ଚାକିରି କରୁଥିବା କର୍ମଚାରୀ(ଚୁକ୍ତିଭିତ୍ତିକ କର୍ମଚାରୀ)ଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି । ସରକାରଙ୍କ ତରଫରୁ ଉଭୟ ମୁଖ୍ୟ ସଚିବ ଏବଂ ସଚିବଙ୍କ ନିକଟକୁ ଏନେଇ କଡା ସର୍କୁଲାର ଜାରି କରି ନିର୍ଦ୍ଦେଶ ଦିଆଯାଇଛି କି, କନଟ୍ରାକ୍ଟରେ ଚାକିରି କରୁଥିବା କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦିଆଯାଉ । ସରକାର ଗତ ମଙ୍ଗଳବାର ଜାରି କରିଥିବା ଏକ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି କି, ଏବାବଦରେ ସମସ୍ତ ହେଡ୍ ଅଫ ଡିପାର୍ଟମେଂଟକୁ ସର୍କୁଲାର ଜାରି କରାଯାଇଛି ଏବଂ କ୍ୟାବିନେଟ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରି ସଠିକ୍ ସମୟରେ କର୍ମଚାରୀଙ୍କୁ ଦରମା ଦେବା ଭଳି ନିୟମକୁ ପାଳନ କରନ୍ତୁ ।
ସର୍କୁଲାର ମୁତାବକ, ସଂଶୋଧିତ ହେଡ ଅଫ ଡିପାର୍ଟମେଂଟକୁ ଦାୟିତ୍ୱ ନେବାକୁ ହେବ କି, ସେମାନଙ୍କର ବିଭାଗର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମିଳିବା ଦରକାର । ସରକାରୀ ନିୟମ ଅନୁସାରେ, ୧୦୦୦ ଜଣରୁ କମ୍ ଷ୍ଟାପ୍ ଥିଲେ ମାସର ୭ ତାରିଖ ଭିତରେ ପେମେଂଟ କରିବାକୁ ହେବ । ସେହିପରି ୧ ହଜାରୁ ଅଧିକ କର୍ମଚାରୀ ଥିଲେ ଡିପାର୍ଟମେଂଟକୁ କର୍ମଚାରୀଙ୍କୁ ୧୦ ତାରିଖ ସୁଧା ଦରମା ଦେବାକୁ ପଡିବ । ସେହିପରି ପ୍ରତିଟି ବିଭାଗରେ ଏଚଓଡିଙ୍କୁ ନିଜ ତରଫରୁ ସ୍ପଷ୍ଟିକରଣ ଦେବାକୁ ପଡିବ କି ତାଙ୍କ ବିଭାଗରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସଠିକ୍ ସମୟରେ ଦରମା ମିଳୁଛି କି ନାହିଁ । ଏହି ମାମଲାରେ ଏଚଓଡିଙ୍କୁ ମୁଖ୍ୟ ସଚିବଙ୍କୁ ଆସନ୍ତାମାସର ୨୦ ତାରିଖ ସୁଦ୍ଧା ଏକ ସାର୍ଟିଫିକେଟ ଦେବାକୁ ପଡିବ । ଏହାପରେ ମୁଖ୍ୟ ସଚିବ ଙ୍କୁ ସେହି ମାସର ୨୨ ତାରିଖ ସୁଦ୍ଧା ଏକ ରିପୋର୍ଟ ସବମିଟ୍ କରିବାକୁ ହେବ ।/kanak/media/post_attachments/wp-content/uploads/2019/01/employees-working-at-one-of-aerotek-s-local-offices-300x200.jpg)
ଦୋଷୀ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
ତେବେ ଦରମା ଦେବା ପ୍ରକ୍ରିୟାରେ ହେରଫେର ନେଇ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କ ନାଁର ଏକ ତାଲିକା ଭିଜିଲାନ୍ସ ଡିପାର୍ଟମେଂଟକୁ ପଠାଇ ଦିଆଯିବ । ଏଥି ସହିତ ହିଁ ସମ୍ବନ୍ଧିତ ଏଚଓଡିଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯିବ , ଯେଉଁଥିରେ ଉଲ୍ଲେଖ ଥିବ କି କାହିଁକି କର୍ମଚାରୀଙ୍କୁ ବିଳମ୍ବରେ ଦରମା ଦିଆଗଲା ଏବଂ ଏଥିପାଇଁ ପ୍ରକୃତ ଦୋଷୀଙ୍କ ବିରୋଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/salary_1546949606.png)