ଜଣେ ସାହସୀ ସ୍ତ୍ରୀର କର୍ତ୍ତବ୍ୟନିଷ୍ଠାର କାହାଣୀ ! ନ୍ୟୁଜ୍ ଷ୍ଟୁଡିଓରୁ ପଢିଲେ ସ୍ୱାମୀଙ୍କ ମୃତ୍ୟୁ ଖବର

59

ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଛତିଶଗଡ ଜିଲ୍ଲାରୁ । ହିନ୍ଦୁସ୍ଥାନ ଟାଇମରେ ପ୍ରକାଶିତ ଖବର ମୁତାବକ, ଛତିଶଗଡର ଏକ ଘରୋଇ ଚ୍ୟାନେଲ ତଥା ଆଇବିସି-୨୪ ନ୍ୟୁଜ୍ ଚ୍ୟାନେଲରେ ଜଣେ ମହିଳା ଉପସ୍ଥାପିକାଙ୍କୁ ସାମ୍ନା କରିବାକୁ ପଡିଛି ଏଭଳି ପରିସ୍ଥିତି । ଏହି ମହିଳା ଉପସ୍ଥାପିକା ଜଣଙ୍କ ହେଲେ ସୁପ୍ରୀତ କୌର । ଶନିବାର ସକାଳେ ସୁପ୍ରୀତ ଯେତେବେଳେ ଖବର ଉପସ୍ଥାପନ କରୁଥିଲେ ହଠାତ୍ ଏକ ବ୍ରେକିଂ ନ୍ୟୁଜ୍ ଆସିଥିଲା । ଆଉ ସେ ତାକୁ ପଢିବାକୁ ଲାଗିଥିଲେ ତେବେ ଖବରଟି ଥିଲା ‘ମହାସମୁନ୍ଦ ଜିଲ୍ଲାର ପିଥରାଠାରେ ଏକ କାର ଦୁର୍ଘଟଣା ଘଟିଛି ,ଯେଉଁଥିରେ ବସିଥିବା ପାଖାପାଖି ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି, ଏବଂ ୨ ଜଣ ଗୁରୁତର ଅଛନ୍ତି ’। ତେବେ ଯେତେବେଳେ ସୁପ୍ରୀତ ମୃତକଙ୍କ ନାଁ ପଢିବାକୁ ଲାଗିଥିଲେ ସେଥିରେ ସେ ଦେଖିଥିଲେ ତାଙ୍କ ସ୍ୱାମୀଙ୍କ ନାଁ ।

ଗୋଟିଏ ପଟେ କର୍ମ ଏବଂ ଅନ୍ୟ ପଟେ ସ୍ୱାମୀଙ୍କ ମୃତ୍ୟୁ କଣ କରିବେ କିଛି ଚିନ୍ତା କରିପାରି ନଥିଲେ । କାରଣ ସେଠାରୁ ଉଠି ଆସିବାର କୌଣସି ବିକଳ୍ପ ନଥିଲା ସୁପ୍ରୀତଙ୍କ ନିକଟରେ । କୋଟି କୋଟି ଲୋକଙ୍କ ନଜର ଥିଲା ତାଙ୍କ ଉପରେ ଆଉ ଏପରି ପରିସ୍ଥିତିରେ ହୃଦୟ ଭିତରେ କୋହକୁ ଚାପି ରଖି କର୍ମ କରିବାକୁ ପଡିଥିଲା ସୁପ୍ରୀତଙ୍କୁ ।

ଦେଖନ୍ତୁ ଏହି ଭିଡିଓ-