ଭାରତୀୟ ବଜାରରେ ଏଂଟ୍ରି ମାରିଲା ସବୁଠୁ ଶସ୍ତା କାର୍ ! ଦାମ୍ ବାଇକଠାରୁ ବି କମ୍, ୧ ଲିଟର ତେଲରେ ଦୌଡିବ ୨୦କିମିର ରାସ୍ତା

2,645

ବାଇକ୍ ତ ସମସ୍ତେ ବ୍ୟବହାର କରୁଛନ୍ତି । ହେଲେ କାର ଚଢିବାକୁ କାହାର ବି ଇଚ୍ଛା ନଥାଏ । କିନ୍ତୁ ଅର୍ଥର ଘୋର ଅଭାବ କାରଣରୁ ଆମକୁ ଆମର ଏହି ଇଚ୍ଛାକୁ ମନ ଭିତରେ ମାରିବାକୁ ପଡିଥାଏ । ହେଲେ ବର୍ତ୍ତମାନ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । କାହିଁକି ନା ଭାରତୀୟ ବଜାରରେ ଖୁବ୍ ଶୀଘ୍ର ଲଂଚ ହେବାକୁ ଯାଉଛି ସବୁଠାରୁ ଶସ୍ତା କାର । ଯାହାର ଦାମ ରହିଛି ମାତ୍ର ୧ ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିବା ଏହି କାର ସଂପର୍କରେ..

ମିଳିଥିବା ସୂଚନାରୁ ଯାହା ଜଣା ପଡିଛି, ଏହି ଶସ୍ତା କାରଟିକୁ ଖୁବ୍ ଶୀଘ୍ର ଲଂଚ କରୁଛି ଟାଟା କଂପାନୀ । ଯାହାକୁ କଂପାନୀ ତାର ୮୨ତମ ଜେନଭା ମୋଟର ସୋରେ ପରିବେଷଣ କରିଥିଲା । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏହି କାର ୨୦୧୯ ସୁଦ୍ଧା ଲଂଚ ହୋଇଯିବ । ଏବଂ ଏହି କାରକୁ ଟାଟା କଂପାନୀ ‘ମେଗାପିକ୍ସଲ’ ନାଁ ଦେଇଛି ।

ତେବେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଟାଟା କଂପାନୀ ଏକ ଆକର୍ଷଣୀୟ ଉପହାର ସେ ସମସ୍ତ ଲୋକମାନଙ୍କୁ ଭେଟିଦେଇଛି, ଯେଉଁମାନେ କି ମାଇଲେଜ ନାରେ ଗାଡି କିଣିପାରନ୍ତି ନାହିଁ । ଉଲ୍ଲେଖ ଥାଉ କି, ଟାଟା କଂପାନୀର ଏହି କାର ୧ ଲିଟର ପ୍ରତି ତେଲରେ ୨୦ କିଲୋମିଟରର ମାଇଲେଜ ଦେବ, ଯାହାକି ବହୁତ ଭଲ ଖବର  ।