ହୁସିଆର୍ ! ହୋଟେଲ ବାଥରୁମରେ ଥିବା ଏକ ସାମାନ୍ୟ ଶାମ୍ପୁ ବୋତଲ ବନାଇପାରେ ଆପଣଙ୍କ ଅଶ୍ଳୀଳ ଭିଡିଓ ?

47

କର୍ମମୟ ଜୀବନରୁ ଟିକିଏ ବିରତି ମିଳିଲେ ଆମେ କେଉଁଠି ନା କେଉଁଠି ବୁଲିବାକୁ ଚାଲିଯାଆନ୍ତି । ତେବେ ସେ ରାଜ୍ୟ ଭିତରେ ହେଉ ଅବା ରାଜ୍ୟ ବାହାରେ ହେଉ ଏବଂ ଏହି ଅବସରରେ ଆମେ ଆମର ସୁବିଧା ହିସାବରେ ଯେକୌଣସି ହୋଟେଲ ବା ଲଜରେ ରହିଯାଆନ୍ତି । ସେ ବି ପୁଣି ବିନା କୌଣସି ଯାଂଚ ପରଖୀ । ହେଲେ କୌଣସି ବି ହୋଟେଲ ଚୟନ କରିବା ସମୟରେ ଆମେ ସେଠାରେ ମିଳୁଥିବା ସୁବିଧାଗୁଡିକ ଉପରେ ଧ୍ୟାନ ଦେଇଥାନ୍ତି ସତ ମାତ୍ର ସୁରକ୍ଷାକୁ ଅଣଦେଖା କରିଦେଇଥାନ୍ତି । କୌଣସି ବି ହୋଟେଲରେ ରହିବା ପୂର୍ବରୁ ଏହା ବେଶି ଜରୁରୀ କି ନିଜର ସଚେତନତା ଏବଂ ନିଜ ସୁରକ୍ଷା । ତେଣୁ ହୋଟେଲ ବାଛିବା ପୂର୍ବରୁ ପ୍ରଥମେ ତାହା ଆପଣଙ୍କ ପାଇଁ ସୁରକ୍ଷିତ କି ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ । କାରଣ ଆପଣଙ୍କର ଛୋଟରୁ ଅତି ଛୋଟିଆ ଭୁଲ ଆପଣଙ୍କୁ କୌଣସି ବଡ ବିପଦରେ ପକାଇ ଦେଇପାରେ । ଏଭଳି ବି ହୋଇପାରେ କି ଆପଣ ହୋଟେଲର ଯେଉଁ ରୁମରେ ରହିଛନ୍ତି ସେଠି କେହି କ୍ୟାମେରା ଲଗାଇ ଦେଇନାହାଁନ୍ତି ତ ? ଏପରିକି ଆପଣଙ୍କ ବାଥରୁମରେ ଥିବା ଶାମ୍ପୁ ବୋତଲରେ କ୍ୟାମେରା ଲୁଚାଯାଇନାହିଁ ତ ? ଆଜ୍ଞା ହଁ ! ଆପଣ ଠିକ୍ ପଢିଛନ୍ତି, ଶାମ୍ପୁ ବୋତଲରେ କ୍ୟାମେରା ।

ଏଭଳି ହିଁ ଏକ ମାମଲା ନ୍ୟୁଜଲାଣ୍ଡରେ ଘଟିଛି । ଜଣେ ହୋଟେଲ ମାଲିକଙ୍କ ବିରୋଧରେ ବାଥରୁମରେ ଶାମ୍ପୁ ବୋତଲରେ କ୍ୟାମେରା ଲୁଚାଇ ମହିଳାମାନଙ୍କର ଅଶ୍ଳୀଳ ଭିଡିଓ ବନାଉଥିବାର ଅଭିଯୋଗ ଆସିଛି । ପୁଲିସ ହେଟୋଲ ମାଲିକଙ୍କ ପାଖରୁ ୩୪ ଜଣ ମହିଳାଙ୍କ ୨୧୯ଟି ଅଶ୍ଳୀଳ ଫଟୋ ଜବତ କରିଛି । କୁହାଯାଉଛି କି, ସେ ମହିଳାମାନଙ୍କର ଭିଡିଓ ଅଶ୍ଳୀଳ େଓବସାଇଟରେ ଅପଲୋଡ କରି ଟଙ୍କା ରୋଜଗାର କରୁଥିଲା । ଯେତେବେଳେ କୌଣସି ମହିଳା ହୋଟେଲକୁ ରହିବାକୁ ଆସୁଥିଲେ ସେତେବେଳେ ଅଭିଯୁକ୍ତ ଜଣକ ସେମାନେ ବ୍ୟବହାର କରୁଥିବା ବାଥରୁମରେ ଶାୱାର ପାଖରେ ପୂର୍ବରୁ ହିଁ ଶାମ୍ପୁ ବୋତଲ ରଖି ଆସୁଥିଲା । ଏବଂ ମହିଳା ଯିବା ପରେ ଅଭିଯୁକ୍ତ ଜଣକ କ୍ୟାମେରାରୁ ଫୁଟେଜକୁ ହାର୍ଡ ଡ୍ରାଇଭରେ ନେଇଯାଉଥିଲା । ଆଉ ଏହିସବୁ ଭିଡିଓଗୁଡିକୁ ବିଭିନ୍ନ ଅଶ୍ଳୀଳ ସାଇଟରେ ଅପଲୋଡ କରି ଟଙ୍କା ରୋଜଗାର କରୁଥିଲା ।

ହୋଟେଲରେ ରହିବା ସମୟରେ କିଭଳି ରହିବେ ସତର୍କ

ହୋଟେଲ ରୁମରେ ରହିବା ପୂର୍ବରୁ ସର୍ବପ୍ରଥମେ ଚେକ୍ କରନ୍ତୁ କି ଆପଣଙ୍କ ରୁମରେ କେଉଁଠି ରେଡ କିମ୍ବା ଗ୍ରୀନ ଲାଇଟ୍ ଜଳୁନାହିଁ ତ । ଏଥିପାଇଁ ଆପଣ ଯେତେବେଳେ ରୁମ ଭିତରକୁ ଯାଉଛନ୍ତି, ପ୍ରଥମେ ରୁମର ସମସ୍ତ ଲାଇଟ୍ ବନ୍ଦ କରିଦିଅନ୍ତୁ । ଏବଂ ଭଲ ଭାବରେ ଚେକ କରନ୍ତୁ କି ରୁମରେ କେଉଁଠି ନାଲି କିମ୍ବା ନୀଳ ଲାଇଟ ଜଳୁନାହିଁ ତ ।

ଶାମ୍ପୁ ବୋତଲରେ କ୍ୟାମେରା

ହୋଟେଲ ବାଥରୁମ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ବାଥରୁମରେ ଥିବା ସମସ୍ତ ଜିନିଷଗୁଡିକୁ ଭଲ ଭାବରେ ଚେକ୍ କରନ୍ତୁ । କାରଣ ଏଭଳି ବି ହୋଇପାରେ କି କେହି ଶାମ୍ପୁ ବୋତଲରେ କିମ୍ବା ଅନ୍ୟ କୌଣସି ଜିନିଷରେ କ୍ୟାମେରା ଲୁଚାଇନାହାଁନ୍ତି ତ?

ହ୍ୟାଣ୍ଡେଲ ଏବଂ ହୁକରେ ଲୁଚାଯାଇଥିବା କ୍ୟାମେରା

କ୍ୟାମେରା କବାଟରେ ଲାଗିଥିବା ହ୍ୟାଣ୍ଡେଲ କିମ୍ବା ହୁକରେ ମଧ୍ୟ ଥାଇପାରେ । ଟ୍ରାଏଲ ରୁମରେ ଏହା ଉପରେ ବେଶି ଗୁରୁତ୍ୱ ଦେବେ କି କବାଟରେ ଲାଗିଥିବା ହ୍ୟାଣ୍ଡେଲରେ କ୍ୟାମେରା ଲୁଚାଯାଇନାହିଁ ତ ।