ସାବଧାନ୍ ! ମହିଳାଙ୍କଠାରେ ଅଧିକ ହେଉଛି ଏହି ଭୟଙ୍କର ରୋଗ, ବିଳମ୍ବରେ ବିବାହ ମୁଖ୍ୟ କାରଣ

ପ୍ରାରମ୍ଭିକ ଅବସ୍ଥାରେ ଜଣାପଡିଲେ ଭଲ ପାଇପାରେ

351

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ସ୍ତନ କର୍କଟ । ମହିଳାଙ୍କ ଠାରେ ଦେଖାଦେଉଥିବା ସବୁ ପ୍ରକାରର କ୍ୟାନସରରେ ୩୦ରୁ ୪୦ ପ୍ରତିଶତ ସ୍ତନ କ୍ୟାନସର ମାମଲା ଥିବା ଜଣାପଡିଛି । ତେବେ ପରିବର୍ତ୍ତନ ଶୀଳ ଜୀବନ ଶୈଳୀ କରାଣରୁ ବହୁତ କମ ବୟସର ଝିଅମାନେ ବି ଏହି ରୋଗର ଶିକାର ହେଉଛନ୍ତି ବୋଲି ଏକ ସର୍ଭେରୁ ସାମ୍ନାକୁ ଆସିଛି । ସବୁଠାରୁ ବଡ କଥା ହେଲା କି, ଏହି ରୋଗର ଚିହ୍ନଟ ଏହାର ପ୍ରାରମ୍ଭିକ ସ୍ଥତିିରେ ହିଁ ହେବା ଜରୁରୀ । ମେମୋଗ୍ରାଫିର ନୂଆ ଟେକନିକ ସ୍ତନ କ୍ୟାନସରର ଚିହ୍ନଟ କରିବାରେ ସଫଳ ଭାବେ ପ୍ରମାଣିତ ହୋଇଛି । ଯାହାକୁ ସ୍ତନ କ୍ୟାନସର ବିଶେଷଜ୍ଞ ଦଳ ଦାବି କରିଛନ୍ତି ।

ପ୍ରାରମ୍ଭିକ ଅବସ୍ଥାରେ ଜଣାପଡିଲେ ଭଲ ପାଇପାରେ

ବିଶେଷଜ୍ଞଙ୍କ ମତରେ, ଯଦି ଏହାକୁ ପ୍ରାଥମିକ ସ୍ତରରେ ଚିହ୍ନଟ କରାଯାଏ ତେବେ ଏହି ରୋଗକୁ ସଂପୂର୍ଣ୍ଣ ରୂପେ ଭଲ କରାଯାଇପାରିବ । ହେଲେ ଏଥିପାଇଁ ମହିଳାଙ୍କୁ ସଚେତନ ହେବାକୁ ପଡିବ । କାହିଁକି ନା ଏଭଳି ପ୍ରକାରର କ୍ୟାନସରକୁ ସଂପୂର୍ଣ୍ଣ ରୂପରେ ଠିକ୍ କରାଯାଇପାରିବ । ଦ୍ୱ୍ିତୀୟ ଚରଣରେ କ୍ୟାନସରର ଚିହ୍ନଟ ହେବା ଦ୍ୱାରା ବି ୮୦ ପ୍ରତିଶତ ପର୍ଯ୍ୟନ୍ତ ରୋଗର ଚିକିତ୍ସା ସମ୍ଭବ ଅଟେ । ରୋଗୀର ତୃତୀୟ କିମ୍ବା ଚତୁର୍ଥ ଚରଣରେ ଜଣାଯିବା ଉପରେ ରୋଗୀର ଜୀବନ ବଂଚାଇବା ବହୁତ ମୁସ୍କିଲ ହୋଇପଡେ ।

୪୦ ବର୍ଷ ବୟସ ପରେ ନିଜେ କରନ୍ତୁ ସ୍ତନ ପରୀକ୍ଷଣ

ବିଶେଷଜ୍ଞଙ୍କ ମତରେ, ୪୦ ବର୍ଷରୁ ଅଧିକ ବୟସର ମହିଳାମାନେ ନିଜ ସ୍ତନର ପରୀକ୍ଷଣ ନିଜେ ହିଁ ପ୍ରତିଦିନ କରିବା ଉଚିତ । ଯଦି ସ୍ତନରେ କୌଣସି ପ୍ରକାରର ଗେଟା କିମ୍ବା ଗଣ୍ଠି ଭଳି ଅନୁଭବ ହୁଏ, ତେବେ ସର୍ବ ପ୍ରଥମେ ମହିଳା ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଲୋଡନ୍ତୁ । ମହିଳା ରୋଗ ବିଶେଷଜ୍ଞଙ୍କଠାରୁ ପରାମର୍ଶ ପରେ କ୍ୟାନସର ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।

ପ୍ରଥମ ଚରଣରେ ସ୍ତନରେ ମାତ୍ର ଦୁଇ ସେଂଟିମିଟରର ଗେଟା ବା ଗଣ୍ଠି ଦେଖାଦେଇଥାଏ, ହେଲେ ସଠିକ୍ ସମୟରେ ଚିହ୍ନଟ ନହେବା କାରଣରୁ ଏହା ଆହୁରୀ ମଧ୍ୟ ବଢିପାରେ । ଦ୍ୱିତୀୟ ଚରଣରେ ଗେଟା ବା ଗଣ୍ଠି ଦୁଇରୁ ପାଂଚ ସେଂଟିମିଟର ପର୍ଯ୍ୟନ୍ତ ହୋଇ ଯାଇଥାଏ । ସେହିପରି ତୃତୀୟ ଚରଣରେ ଗେଟା ବା ଗଣ୍ଠି ୫ ସେଂଟିମିଟରରୁ ବି ବୃଦ୍ଧି ପାଇଥାଏ । ଚତୁର୍ଥ ଚରଣରେ ରୋଗଟି ସ୍ତନରୁ ବାହାରୁ ଶରୀରର ବାକି ଅଂଶରେ ବ୍ୟାପି ଯାଇଥାଏ । ଏହି ସମୟରେ ରୋଗକୁ ନିୟନ୍ତ୍ରଣ କରିବା ବହୁତ ମୁସ୍କିଲ ହୋଇଥାଏ ।

ସବୁ ଗେଟା ବା ଗଣ୍ଠିର ଅର୍ଥ କ୍ୟାନସର ନୁହେଁ

ସେହିପରି ବିଶେଷଜ୍ଞମାନେ ଆହୁରୀ ମଧ୍ୟ କହିଛନ୍ତି କି, ସ୍ତନରେ ଦେଖାଦେଇଥିବା ସବୁ ଗେଟା ବା ଗଣ୍ଠିର ଅର୍ଥ କ୍ୟାନସର ନୁହେଁ । ଅନେକ ଗେଟା ବା ଗଣ୍ଠି ଅନ୍ୟ କୌଣସି କାରଣରୁ ବି ହୋଇଥାଏ ଏବଂ କିଛି ଦିନ ପରେ ତାହା ଆପେ ଆପେ ଭଲ ହୋଇଯାଇଥାଏ । ଏଭଳି ଗେଟା ବା ଗଣ୍ଠି କାରଣରୁ ଆଦୌ ବିଚଳିତ ହେବା ଉଚିତ ନୁହେଁ । ଯଦି କୌଣସି ସନ୍ଦେହ ରହିଛି ତେବେ ଏସଂପର୍କରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

ବିଳମ୍ବରେ ବିବାହ ବି ରୋଗର ବଡ କାରଣ

ବିଶେଷଜ୍ଞ କହିବା ଅନୁସାରେ, ଜୀବନଶୈଳୀରେ ପରିବର୍ତ୍ତନ ସ୍ତନ କ୍ୟାନସର ହେବାର ବଡ କାରଣ ଅଟେ । ଆଜିକାଲି ମହିଳାମାନଙ୍କର ବିବାହ ବହୁତ ବିଳମ୍ବରେ ହେଉଛି । ସେହିପରି ପିଲା ବି ବିଳମ୍ବରେ ଦେଉଛି । ଆଉ ସେ ବି ପୁଣି ଗୋଟିଏ ନହେଲେ ଦୁଇଟା । ଏହାଛଡା ଲୋକମାନଙ୍କର ଖାଦ୍ୟପେୟ ଏବଂ ରହଣୀସହଣୀ ବି ବହୁତ ବଦଳି ଯାଇଛି । କିଛି ମାଆମାନେ ତ ନିଜ ପିଲାକୁ ସ୍ତନ୍ୟପାନ କରିବାକୁ ମଙ୍ଗୁ ନାହାନ୍ତି । ଯେଉଁ କାରଣରୁ ବି ସ୍ତନ କର୍କଟ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଛି ।