୧୨ ବର୍ଷ ଯାଏଁ ରହିବ ନାହିଁ ବିଜୁଳି ବିଲର ଚିନ୍ତା ! ବଜାରକୁ ଆସିଲା ନୂଆ ଡିଭାଇସ

115

ଭାରତରେ ଜନ୍ମିତ କୋଟିପତି ବ୍ୟବସାୟୀ ତଥା ସମାଜସେବୀ ମନୋଜ ଭାର୍ଗବ ଗତ ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଡକ୍ୟୁମେଂଟାରୀ ସିନେମା ବିଲିୟନ୍ସ ଇନ୍ ଚେଂଜ-୨ରେ ଦେଖାଯାଇଥିବା ନୂଆ ଆବିଷ୍କାରର ଏକ ଲାଇଭ ଡେମୋ ଦେଖାଇଛନ୍ତି । ବିଲିୟନ୍ସ ଇନ୍ ଚେଂଜ-୨ ହେଉଛି ପ୍ରଥମ ଡକ୍ୟୁମେଂଟାରୀର ପରବର୍ତ୍ତୀ ପିଢୀ ଅଟେ ଏବଂ ଏଥିରେ ସଂପୂର୍ଣ୍ଣ ଭାବେ ନୂଆ ପାଂଚଟି ଆବିଷ୍କାର ସଂପର୍କରେ ସୂଚନା ଦିଆଯାଇଛି ଯାହାକି ଲୋକମାନଙ୍କର ଆବଶ୍ୟକତାକୁ ସିଧାସଳଖ ସମାଧାନ କରିିବାରେ ସଫଳ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଭାର୍ଗଭ ପୋର୍ଟେବୁଲ ସୋଲାର ଡିଭାଇସ ହଂସ ୩୦୦ ପାୱାରପ୍ୟାକ୍ ଏବଂ ହଂସ ସୋଲାରକୁ ଭାରତୀୟ ବଜାରରେ ଲଂଚ କରିବାକୁ ସୂଚନା ଦେଇଛନ୍ତି । ତେବେ ହଂସ ପାୱାରପ୍ୟାକ୍ ଡିଭାଇସ ନା କେବଳ ଇଲେକ୍ଟିସିଟିର ପ୍ରଡକ୍ସ କରିଥାଏ ତାହା ନୁହେଁ ବରଂ ଏଥିସହିତ ବିଦ୍ୟୁତ ଗଚ୍ଛିତ ମଧ୍ୟ କରିବାରେ ସହାୟକ କରିଥାଏ । ମୋଟ ଉପରେ କହିବାକୁ ଗଲେ ହଂସ ସୋଲାର ବ୍ରିଫକେସ ଏକ ପ୍ରକାରର ସୋଲାର ପାୱାର ଷ୍ଟେସନ ଅଟେ ।

ଭାର୍ଗଭଙ୍କ ଦାବି ରହିଛି କି, ଏଥିରେ ବହୁତ ଲୋକଙ୍କୁ ବିଜୁଳି ମିଳିପାରିବ । ହଂସ ୩୦୦ ପାୱରପ୍ୟାକ ଏତେ ମାତ୍ରାରେ ବିଜୁଳି ଉତ୍ପାଦ କରିଥାଏ କି ଏହାଦ୍ୱାରା ଏକାଧିକ ବଲବ, ଟିଭି, ପଂଖା ଭଳି ବୈତ୍ୟୁତିକ ଉପକରଣମାନ ଚଲାଯାଇପାରିବ । ତେବେ ଏହି ଡିଭାଇସକୁ ଉଭୟ ୧୩୦ ଘଂଟା ଏବଂ ୩୦୦ ଘଂଟାର ପାୱର ଯୋଗାଇ ଦେବା ଭଳି ଦୁଇଟି ରୂପରେ ଉପସ୍ଥାପନା କରାଯାଇଥିଲା । ଯାହାର ମୂଲ୍ୟ କ୍ରମଶଃ: ୧୦,୦୦୦ ଟଙ୍କା ଏବଂ ୧୪,୦୦୦ ଟଙ୍କା ସ୍ଥିର କରାଯାଇଛି ।

ସବୁଠାରୁ ବଡ କଥା ହେଲା, ଏହାର ଗ୍ୟାରେଂଟି ୧୨ ବର୍ଷ ଯାଏଁ ରହିଛି । ଅର୍ଥାତ୍ ଏହାଦ୍ୱାରା ଆପଣଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲ ପାଇଁ ଚିନ୍ତିତ ହେବାକୁ ପଡିବନାହିଁ । ଏହାବ୍ୟତୀତ, ଏସଂପର୍କିତ ଅଧିକ ସୂଚନା ବିଆଇସି୨ ଡଟ୍ ଇନକୁ ଯାଇ ଜାଣିପାରିବେ । ସୂଚନା ମୁତାବକ, ଆଗାମୀ ବର୍ଷ ମଇ ମାସ ସୁଦ୍ଧା ଏହି ଡିଭାଇସଟି ବଜାରକୁ ଆସିପାରେ । ପାୱରପ୍ୟାକ୍ ଏବଂ ହଂସ ସୋଲାର ବ୍ରିଫକେସ ଜରିଆରେ ଗ୍ରାମୀଣ ଅଂଚଳରେ ବିଜୁଳି ସମସ୍ୟାର ସମାଧାନ କରାଯାଇପାରିବ ଆଉ ଏଥିପାଇଁ ଲୋକଙ୍କୁ କୌଣସି ବିଲ ମଧ୍ୟ ଦେବାକୁ ପଡିବନାହିଁ ବୋଲି ଭାର୍ଗବ ସୂଚନା ଦେଇଛନ୍ତି ।

ସୌଜନ୍ୟ: ଆଜତକ୍