ବଜାରକୁ ଆସିଲା ସବୁଠୁ ଶସ୍ତା ବାଇକ୍ । ଦାମ ମାତ୍ର ୨୦ ହଜାର ଟଙ୍କା । ଲିଟର ପ୍ରତି ଦେବ ୭୦ ମାଇଲେଜ, ଜାଣନ୍ତୁ କିପରି କିଣିବେ

120

ଯୁବପିଢୀଙ୍କ ପାଇଁ ବାଇକ୍ ଚଢି ବୁଲିବା କୌଣସି ଫ୍ୟାସନରୁ ବି କମ୍ ନୁହେଁ । ସ୍କୁଲ ଛୁଆଁଠୁ ଆରମ୍ଭ କରି କଲେଜ ପଢୁଆ ଯୁବକମାନଙ୍କ ନିକଟରେ ଖଣ୍ଡିଏ ଲେଖାଏଁ ବାଇକ୍ ଥିବା ଏକପ୍ରକାରେ ନିଶ୍ଚିତ । ହେଲେ ଜଣେ ଗରିବ ପିଲାଟିଏ ପାଇଁ ଗୋଟିଏ ବାଇକ୍ କିଣିବା କେତେ ଯେ କଷ୍ଟକର ହୋଇପାରେ ତାହା ଆପଣ କେବେ ଅନୁଭବ କରିପାରିବେ ନାହିଁ । କିନ୍ତୁ ଏବେ ଏହି ସମସ୍ୟା ବୋଧହୁଏ ରହିବନି । କାରଣ ଗରିବ ପିଲାଟିଏ ବି ଧନୀ ପିଲାଙ୍କ ଭଳି ଗାଡିରେ ଚଢି ବୁଲିପାରିବ । ଆଉ ଏହି ସ୍ୱପ୍ନକୁ ସାକାର କରିଛି ଏକ ବାଇକ୍ କଂପାନୀ । ଯଦିଓ ଏହି ବାଇକଟି ଅତ୍ୟନ୍ତ ଛୋଟ, ମାତ୍ର ଏହାକୁ ଜଣେ ବଡ ଲୋକଟିଏ ବି ସହଜରେ ବ୍ୟବହାର କରିପାରିବ ।

ସୂଚନା ମୁତାବକ, ଆପଣ ଏଯାବତ୍ ହୋଣ୍ଡାର ନାଭି ବାଇକ୍ ନିଶ୍ଚୟ ଦେଖିଥିବେ । କିନ୍ତୁ ଏହି ବାଇକଟି ନାଭିଠୁ ବି ବହୁତ ଛୋଟ । କୁହାଯାଏ, ଏହି ବାଇକଟିକୁ ପିଲାଙ୍କ ପାଇଁ ଲଂଚ କରାଯାଇଛି, କିନ୍ତୁ ଏହି ବାଇକର ବ୍ୟବହାର ବଡ ଲୋକମାନେ ବି ଅତି ସହଜରେ କରିପାରିବେ । ଏହି ବାଇକ ପେଟ୍ରୋଲ ଦ୍ୱାରା ଚାଲିଥାଏ ଏବଂ ଏହାର ମାଇଲେଜ ୭୦ କିଲୋମିଟର ପର୍ଯ୍ୟନ୍ତ ରହିଛି ।

୫୦ସିସିର ପେଟ୍ରୋଲ ଇଂଜିନ

ଏହି ବାଇକର ମାନ୍ୟୁଫ୍ୟାକ୍ଚିରିଂ ଅଟୋ କଂପାନୀମାନଙ୍କ ଦ୍ୱାରା ହୋଇନଥାଏ ବରଂ ଏହି ବାଇକ ଚୀନରେ ତିଆରି କରାଯାଇ ଭାରତୀୟ ବଜାରରେ ବିକ୍ରୀ କରାଯାଉଛି । ଏହି ବାଇକରେ ୫୦ ସିସିର ୨ଷ୍ଟ୍ରୋକ, ସିଙ୍ଗିଲ ସିଲିଣ୍ଡର ଏୟାର-କୁଲ୍ଡ ପେଟ୍ରୋଲ ଇଂଜିନ ରହିଛି । ଯାହାର ସର୍ବାଧିକ ପାୱାର ୨କେଡବ୍ଲୁ ଏବଂ ସର୍ବାଧିକ ଟର୍କ୍ୟୁ ରହିଛି ୭୦୦ଆର । ଏହି ଛୋଟିଆ ବାଇକର ମ୍ୟାକ୍ସିମମ ସ୍ପିଡ ୪୫ କିଲୋମିଟର ପ୍ରତି ଘଂଟା ରହିଥିବା ବେଳେ ବାଇକଟିର ମାଇଲେଜ ୭୦ କିଲୋମିଟର ରହିଛି ।

ବୈଶିଷ୍ଟ୍ୟ

ଏହି ବାଇକରେ ରହିଛି ଦମଦାର ହ୍ୱିଲ ସହିତ ଟ୍ୟୁବଲେସ ଟାୟାର । ଏହି ବାଇକ୍ ୯୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇପାରିବ । ଅର୍ଥାତ୍ ଏତିକି ଓଜନର ଜଣେ ବ୍ୟକ୍ତି ଏହି ବାଇକଟିକୁ ଚଲାଇପାରିବ । ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି ୧୮ସିଏମ । ତେବେ ବାଇକଟିର ଓଜନ ରହିଛି ମାତ୍ର ୨୩ କେଜି । ସେହିପରି ଏହି ବାଇକର ସିଟର ହାଇଟ୍ ରହିଛି ୬୨ ସେଂଟିମିଟର । ବାଇକରେ ଦେଢ ଲିଟିରିଆ ପେଟ୍ରୋଲ ଟାଙ୍କି ଦିଆଯାଇଛି । ଏହାକୁ ଆପଣ ଉଭୟ ଇଲେକ୍ଟ୍ରିକ ଏବଂ ପୁଲ ଷ୍ଟାର୍ଟ କରିପାରିବେ ।

ବାଇକର ଦାମ

ଏହି ବାଇକଟି ବର୍ତ୍ତମାନ ଅଲଗା ଅଲଗା ମଡେଲରେ ଭାରତୀୟ ବଜାରରେ ଉପଲବ୍ଧ । କିଛି ମଡେଲ ଉପରେ ବିଏମଡବ୍ଲୁର ଲୋଗ ମଧ୍ୟ ଲଗାଯାଇଛି । ତେବେ ଏହି ବାଇକର ଦାମ ମାତ୍ର ୨୦ ହଜାର ଟଙ୍କାରୁ ଆରମ୍ଭ । ଦିଲ୍ଲୀରେ ଏହି ବାଇକର ଏକ ବହୁତ ବଡ ମାର୍କେଟ ରହିଛି । ସେହିପରି, ଅନଲାଇନ ଜରିଆରେ ମଧ୍ୟ ଆପଣ ଏହି ବାଇକଟିକୁ ଇଣ୍ଡିଆମାର୍ଟରୁ କିଣିପାରିବେ । ଯଦି ଆପଣ ବି ଏହି ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ https://dir.indiamart.com/impcat/pocket-bike.htmlକୁ ଯାଇ କିଣିପାରିବେ ।