ହୁସିଆର୍ ! ଏବେ ଏକ ନୂଆ ଢଙ୍ଗରେ ଚୋରି ହେଉଛି ସିଲିଣ୍ଡରରୁ ଗ୍ୟାସ୍ । ତୁରନ୍ତ ଯାଂଚ କରନ୍ତୁ ଆପଣ ଭରି ଥିବା ଗ୍ୟାସ୍ ଟାଙ୍କିରେ ରହିନାହିଁ ତ ଏଭଳି କୌଣସି ଚିହ୍ନ
ଘରେ ଘରେ ଏବେ ଇନ୍ଧନ ଗ୍ୟାସର ବ୍ୟବହାର ହୋଇଗଲାଣି । ସହରଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ବସବାସ କରୁଥିବା ପ୍ରତ୍ୟେକଙ୍କ ରୋଷେଇ ଘରେ ନିହାତି ରୂପେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ଗ୍ୟାସ ସିଲଣ୍ଡର ଥିବ । ଇତି ମଧ୍ୟରେ ରୋଷେଇ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଏକ ଜରୁରୀ ଖବର ସାମ୍ନାକୁ ଆସିଛି । ଯାହାକି ଆପଣ ନିଶ୍ଚୟ ରୂପେ ଜାଣି ରଖିବା ଉଚିତ । ତେବେ ଏହି ଖବରଟି କଣ ଆସନ୍ତୁ ଜାଣିବା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆପଣ ଯାହାଙ୍କୁ ବିଶ୍ୱାସର ସହ ନିଜର ଗ୍ୟାସ ସିଲିଣ୍ଡର ଭର୍ତି କରିବାକୁ ଦେଉଛନ୍ତି ବାସ୍ତବରେ ସେମାନେ ଆପଣଙ୍କୁ ଲୁଟିବାରେ ଲାଗିଛନ୍ତି । ଇନ୍ଧନ ଗ୍ୟାସ ସିଲିଣ୍ଡରରେ ହୋଲୋଗ୍ରାମରେ ଲଗାଯାଇଥିବା ଟେମ୍ପର ଏଭିଡେଂଟ ସିଲ ମଧ୍ୟ କଳାବଜାରୀ କରୁଥିବା ଲୋକମାନଙ୍କୁ ରୋକିବାର ଅସମର୍ଥ ହୋଇପଡିଛି । କିଛିଦିନ ତଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଆପଣଙ୍କର ହୋସ୍ ଉଡାଇଦେବ ।
ମିଳିଥିବା ସୂଚନା ଅନୁସାରେ, ଗ୍ୟାସ ଏଜେନ୍ସି ଗାଡିରେ ଭର୍ତି କରାଯାଇଥିବା ସିଲିଣ୍ଡରରେ ଟେମ୍ପର ଏଭିଡେଂଟ ସିଲ ଲଗାଯିବା ସତ୍ୱେ ବି ସିଲିଣ୍ଡରରେ ଦୁଇ ଦୁଇ କିଲୋ ଗ୍ୟାସ କମ ଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି କଳାବଜାରୀରେ ସାମିଲ ଅଛନ୍ତି ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଭଳି ବହୁ ଖ୍ୟାତନାମା କଂପାନୀ । ଯାହା ଉପରେ ବର୍ତ୍ତମାନ କାର୍ଯ୍ୟନୁଷ୍ଠାନ ନିଆଯାଉଛି ।ଏଠାରେ ଆମେ କହି ରଖୁଛୁ କି, ଗ୍ୟାସ ଏଜେନ୍ସି ଏବଂ ଡେଲିଭରୀ ମ୍ୟାନଙ୍କ ମଧୁଚନ୍ଦ୍ରିକା କାରଣରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଯାହା ଫଳରେ ଗ୍ୟାସ ସିଲିଣ୍ଡରରୁ ପାଖାପାଖି ଦେଢରୁ ଦୁଇ ଦୁଇ କିଲୋ ଗ୍ୟାସ ବାହାର କରାଯାଇ ଉପଭୋକ୍ତାଙ୍କୁ ଦିଆଯାଉଛି । ଏସଂପର୍କରେ ବି ଉପଭୋକ୍ତାଙ୍କ ତରଫରୁ ଅନେକ ଅଭିଯୋଗ ଆସିବାରେ ଲାଗିଛି । ମାତ୍ର ତୈଳ କଂପାନୀମାନେ ଗ୍ରାହକଙ୍କ ଏଭଳି ସମସ୍ୟା ପ୍ରତି ସେତେଟା ଗଭୀରତା ଦେଖାଉନଥିବା ଖବର ଆସିଛି ।
ଜାଣନ୍ତୁ କିପରି ହୋଇଥାଏ ଚୋରି
ଏଭଳି ଧନ୍ଦା କରୁଥିବା ବ୍ୟକ୍ତିମାନେ ସିଲିଣ୍ଡରରେ ଲଗାଯାଇଥିବା ଟେମ୍ପର ଏଭିଡେଂଟ ସିଲରେ ପ୍ରଥମେ ପେଚଳସ ସାହାର୍ଯ୍ୟରେ ଏକ ଛୋଟିଆ ଗଣା କରିଥାନ୍ତି । ଏହାପରେ ଉକ୍ତ ପେଚଳସ ମାଧ୍ୟମରେ ସିଲିଣ୍ଡରର ଢାଙ୍କୁଣୀରେ ଲଗାଯାଇଥିବା ଗ୍ୟାପଟିରେ ଏକ ଲୁହାର ତାରକୁ ସାମାନ୍ୟ ପୁରାଇ ଦିଅନ୍ତି । ଯାହାଦ୍ୱାରା ସିଲଟି ଅତି ସହଜରେ ଉପରକୁ ଉଠିଯାଇଥାଏ । ଏବଂ ଚୋର ଅତି ସହଜରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରିକରିବାରେ ସଫଳ ହୋଇଯାଇଥାଏ ।