ଏଲଆଇସିର ଏହି ଯୋଜନାରେ ନିବେଶ କରନ୍ତୁ ମାତ୍ର ୩୫ ଟଙ୍କା । ବୋନସ ସହିତ ମିଳିବ ୫ ଲକ୍ଷ ଟଙ୍କା

1,416

ଏଲଆଇସିର ଏଭଳି ଅନେକ ସ୍କିମ ରହିଛି, ଯେଉଁଥିରେ ଆପଣଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥାଏ, ହେଲେ ସେ ସଂପର୍କରେ ଆପଣ ବିଶେଷ କିଛି ଜାଣିନାହିଁନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ଜୀବନ ପ୍ରଗତି ଯୋଜନା  ସଂପର୍କରେ ଜଣାଇବୁ , ଯାହା ସମୟ ଆସିଲେ ଆପଣଙ୍କୁ ସୁରକ୍ଷିତ ରଖିବା ସହିତ ସଂଚୟ ମଧ୍ୟ ପ୍ରଦାନ କରିଥାଏ । ଆପଣ ଏକ ନିୟମିତ ପ୍ରିମିୟମର ପେମେଂଟ ନିଜ ପସନ୍ଦର ଅବଧି ଭିତରେ କରିଥାନ୍ତି । ଏହାପରେ ଆପଣ ଲାଇଭ କଭର ଜୀବନ ରକ୍ଷାର ପାତ୍ର ହୋଇଯାଆନ୍ତି, ଯାହାକୁ  Original Sum Assured ବୋଲି କୁହାଯାଇଥାଏ । ଏହି ଲାଇଭ କଭର ପ୍ରତି ୫ ବର୍ଷର ଅବଧି ଉପରେ ବୃଦ୍ଧି ପାଇଥାଏ । ତେବେ ଏସଂପର୍କରେ ବିସ୍ତାର ଭାବରେ ଆମେ ନିମ୍ନରେ ଆଲୋଚନା କରିଛୁ ।  ଆପଣ ଏହି ଯୋଜନାରେ , ଦୁର୍ଘଟଣା ମୃତ୍ୟୁ ଲାଭ ତଥା ଦିବ୍ୟାଙ୍ଗତା ରାଇଡରର ଲାଭ ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ ମାମୁଲି ଅତିରିକ୍ତ ରାଶିର ପେମେଂଟ କରିବାକୁ ପଡିବ ।

ଏଲଆଇସି ଜୀବନ ପ୍ରଗତି ଯୋଜନାରୁ ମିଳୁଥିବା ବେନିଫିଟ

ମାଚ୍ୟୁରିଟି ଲାଭ: ଯଦି ପଲିସି ଧାରକ ପୂରା ପଲିସି ଅବଧି ଯାଏଁ ଜୀବତ ରୁହନ୍ତି । ତେବେ ପଲିସିର ଅନ୍ତରେ ତାଙ୍କୁ Original Sum Assured + Simple Reversionary Bonus (ଜମା ହୋଇଥିବା ବୋନସ)+ Final Edition Bonus ପେମେଂଟ କରାଯିବ ।

ଡେଥ୍ ବେନିଫିଟ: ଯଦି ପଲିସି ଅବଧି ଭିତରେ ପଲିସି ଧାରକଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ନୋମିନିଙ୍କୁ ମୃତ୍ୟୁ ଉପରେ Original Sum Assured + Simple Reversionary Bonus (ଜମା ହୋଇଥିବା ବୋନସ)+ Final Edition Bonus ପେମେଂଟ କରାଯିବ ।

ଫାଇନାଲ ଏଡିଶନ ବୋନସ: ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ ଏଲଆଇସି ଦ୍ୱାରା ଯୋଜନାର ଅନ୍ତରେ ଏକ ଅତିରିକ୍ତ ବୋନସ ଦିଆଯାଇଥାଏ । ଏହା ଏକ ପ୍ରକାରର ଲୟାଲ୍ଟି ବୋନସ ହୋଇଥାଏ, ଯାହା ଆପଣଙ୍କୁ ଏଲଆଇସି ପ୍ରତି ବିଶ୍ୱସ୍ତ ରହିବା ପାଇଁ ଅର୍ଥାତ୍ ଲମ୍ବା ସମୟ ପର୍ଯ୍ୟନ୍ତ ଯୋଜନାରେ ରହିବା କାରଣରୁ ଦିଆଯାଇଥାଏ ।

କଣ ରହିଛି ସର୍ତ୍ତ

ବୟସ-୧୨ରୁ ୪୫ ବର୍ଷ

ପଲିସି ଅବଧି-୧୨ରୁ ୨୦ ବର୍ଷ

ମାଚ୍ୟୁରିଟିର ସର୍ବାଧିକ ବୟସ-୬୫ ବର୍ଷ

କଭର ରାଶି ସର୍ବନିମ୍ନ-୧,୫୦,୦୦୦ ସର୍ବାଧିକ- କୌଣସି ସୀମା ରଖାଯାଇନି ।

ଏଲଆଇସି ଜୀବନ ପ୍ରଗତି ଯୋଜନାରେ ସରେଣ୍ଡର ଭାଲ୍ୟୁ

ଯଦି ପଲିସି ଧାରକ ୩ ବର୍ଷ କାଳ ପ୍ରିମିୟମ ଭରନ୍ତି । ତେବେ ସେ ପଲିସିକୁ ସରେଣ୍ଡର କରିପାରିବେ । ଏବଂ ସରେଣ୍ଡର ମୁଲ୍ୟ ଲାଭ କରିପାରିବେ । ଏହି କାଲ୍କୁଲେଟରର ବ୍ୟବହାର ଆପଣ ଏଲଆଇସି ଜୀବନ ପ୍ରଗତି ଯୋଜନାରେ ମିଳିବାକୁ ଥିବା ସରେଣ୍ଡର ଭାଲ୍ୟୁର ନିର୍ଧାରଣ କରିପାରିବେ ।