ଏଣିକି ଏଟିଏମରୁ ବି ମିଳିବ ବିୟର ! ରାଜଧାନୀରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିୟର ଏଟିଏମ୍

107

ଭାରତର ରାଜଧାନୀ ଦିଲ୍ଲୀରେ ଖୁବ ଶୀଘ୍ର ଏଟିଏମରୁ ବିୟର ମିଳିବ । ସୂଚନା ମୁତାବକ, ଏଥିପାଇଁ ହୋଟେଲ, ରେଷ୍ଟୁରାଂଟ ଏବଂ କ୍ଲବରେ ପାଖାପାଖି ୫୦୦ ଲିଟର କ୍ଷମତା ବିଶିଷ୍ଟ Microbrewery ସହିତ ବେଷ୍ଟ ୱାଟର ଟ୍ରିଟମେଂଟ ଲଗାଯିବ । ଏହି ବାବଦରେ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ତରଫରୁ ବିୟର ଏଟିଏମ Microbrewery ଲଗାଇବା ସମ୍ବନ୍ଧରେ ଯୋଜନା ବୋର୍ଡ ବୈଠକରେ ପ୍ରସ୍ତାବ ରଖାଯାଇଛି । ତେବେ ମିଳିଥିବା ସୂଚନାରୁ ଯାହା ଜଣା ପଡିଛି କି, ଏହି ଯୋଜନାକୁ ନେଇ ଆପତ୍ତି ସହିତ ପରାମର୍ଶ ପାଇବା ପରେ ଏହାକୁ ସାର୍ବଜନୀକ କରାଯିବ ।

Microbreweryରୁ ହୋଟେଲ ଏବଂ ରେଷ୍ଟୁରାଂଟ ବ୍ୟବସାୟ ବିଲକୁଲ ବି ପ୍ରଭାବିତ ହେବ ନାହିଁ । ଏଭଳି ବି ଶୁଣିବାକୁ ମିଳିଛି କି, ରେଷ୍ଟୁରାଂଟରେ ପୃଥକ ଭାବରେ Microbrewery ଲଗାଇବା ଦ୍ୱାରା ଏହା ଦ୍ୱାରା ମାଲିକମାନଙ୍କୁ ଆହୁରୀ ଅଧିକ ଫାଇଦା ମିଳିବ । ଏହା ପଛରେ କାରଣ ହେଲା, କିଛି ଲୋକ ଏଭଳି ବି ଥାଆନ୍ତି କି ସେମାନେ ବିୟର ବାହାର ଅପେକ୍ଷା ଘରେ ବେଶି ପିଇବାକୁ ପସନ୍ଦ କରିଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ରାଜଧାନୀ ଦିଲ୍ଲୀରେ ରାତି ୧୦ଟା ପରେ ବିୟର ଦୋକାନ ବନ୍ଦ ରହିଥାଏ । ସେହିପରି ରାତି ୧୧ ଟା ପରେ ରେଷ୍ଟୁରାଂଟ ଏବଂ ବାରରେ ବି ବିୟର ଦେବାକୁ ରୋକ ଠୋକ ମନା କରିଦିଅନ୍ତି ଦୋକାନୀମାନେ । ଏଭଳି ପରିସ୍ଥିତିରେ Microbreweryର ଯୋଜନାରୁ ବିୟର ପିଇବାର ସଉକିନ ରଖିଥିବା ଲୋକଙ୍କୁ ଏହା ଅତି ସହଜରେ ମିଳିଯିବ ।

ସେହିପରି ମିଳିଥିବା ସୁଚନାରୁ ଜଣାପଡିଛି କି, ଦିଲ୍ଲୀରେ ମାଷ୍ଟର ପ୍ଲାନ ୨୦୨୧ରେ Microbrewery ଯୋଜନା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ହେଲେ ଚଳିତ ବର୍ଷ ପ୍ଲାନରେ ସଂଶୋଧନ କରାଯାଇଛି । ଏହି ସଂଶୋଧନରେ ହୋଟେଲ , ରେଷ୍ଟୁରାଂଟ ଏବଂ କ୍ଲବରେ ପାଖାପାଖି ୫୦୦ ଲିଟର କ୍ଷମତା ବିଶିଷ୍ଟ Microbrewery ସହିତ ବେଷ୍ଟ ୱାଟର ଟ୍ରିଟମେଂଟ ପ୍ଲାଂଟ ମଧ୍ୟ ସାମିଲ ରହିଛି । ସେହିପରି ବିୟର ବ୍ୟବସାୟୀଙ୍କ କଥା ଅନୁସାରେ, ସେମାନଙ୍କୁ ବି ଏହି ଯୋଜନାରୁ କୌଣସି ଅସୁବିଧା ନାହିଁ, ବରଂ ଗ୍ରାହକଙ୍କ ଇଚ୍ଛା ଏବଂ ସୁବିଧାକୁ ଆମେ ବେଶି ଗୁରୁତ୍ୱ ଦେବାକୁ ଚାହିଁବୁ ।